ଆଜିର ରାଶିଫଳ, ୧୨ ଜାନୁୟାରୀ ୨୦୨୦, ରବିବାର, ସୂର୍ଯ୍ୟଦେବଙ୍କ କୃପା ଦୃଷ୍ଟି ରହିବ ଏହି ୩ଟି ରାଶି ଉପରେ

ଆଜି ରବିବାର ୧୨ ଜାନୁୟାରୀର ଦିନ ଆପଣଙ୍କ ପାଇଁ କେମିତି ରହିବ ? ରାଶିଫଳ ମାଧ୍ୟମରେ ଆମେ ଜୀବନରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ବିଷୟରେ ଆଭାସ ପାଇ ପାରିବେ । ରାଶିଫଳ ଗ୍ରହମାନଙ୍କର ସ୍ଥିତିକୁ ନେଇ ପ୍ରସ୍ତୁତ ହୋଇଥାଏ । ଗ୍ରହମାନଙ୍କ ଗତି ସବୁବେଳେ ଚେଞ୍ଜେସ ହେଉଥାଏ ସେଥିପାଇଁ ଆମର ଦୈନିକ ଜୀବନରେ ହେଉଥିବା ଘଟଣା ବି ସବୁବେଳେ ସମାନ ହୋଇ ନ ଥାଏ । ଆମର ଏହି ରାଶିଫଳରେ ଆପଣଙ୍କୁ ବ୍ୟାପାର, ଚାକିରୀ, ସ୍ୱାସ୍ଥ୍ୟ, ଶିକ୍ଷା, ବାବିଆହିକ ବା ପ୍ରେମ ଜୀବନ ସହ ଜଡିତ ସମସ୍ତ ତଥ୍ୟ ମିଳିପାରିବ । ଯଦି ଆପଣ ବି ଜାଣିବାକୁ ଚାହୁଁଛନ୍ତି କି ଆଜି ଆପଣଙ୍କ ଦିନଟି କେମିତି କଟିବ ତେବେ ପଢନ୍ତୁ ଆଜିର ରାଶିଫଳ, ୧୨ ଜାନୁୟାରୀ ୨୦୨୦ ।

୧ – ମେଷ

ଆଜି ଆପଣ ନିଜର ପରିବାର ପାଇଁ ସମୟ ବାହାର କରିବେ, ବାହାରକୁ ଯିବାର କାର୍ଯ୍ୟକ୍ରମ ଯଦି ଅଛି ତେବେ ତାହା ଆପଣଙ୍କ ପାଇଁ ଲାଭବନ ହେବ । ଭୁଲ ବୁଝାମଣା ସବୁ ନିଜ ଠାରୁ ଦୂରେଇ ଦିଅନ୍ତୁ । ସ୍ୱାସ୍ଥ୍ୟକୁ ନଜର ଅନ୍ଦାଜ କରନ୍ତୁ ନାହିଁ । ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ । କେଉଁଠି ବି ଟଙ୍କା ନିବେଶ କରିବା ପୂର୍ବରୁ ବାରମ୍ବାର ଚିନ୍ତା କରନ୍ତୁ । ଆର୍ଥିକ ଯୋଜନାରେ କରାଯାଇଥିବା ନିବେଶ ଲାଭପ୍ରଦ ହେବ । ନିଜର ବିଜନେସ ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ ।

୨ – ବୃଷ

ଆଜି କଥାବାର୍ତ୍ତା ଓ ଟଙ୍କା ନେବା ଦେବା ପାଇଁ ଭଲ ସମୟ ଅଟେ । କରଜ ଦେଇଥିବା ଟଙ୍କା ଆଜି ପାଇ ଯିବେ । ଚାକିରିରେ ପଦ, ପ୍ରତିଷ୍ଠାର ଲାଭ ମିଳିବ । ଆଜି ସମସ୍ତେ ଆପଣଙ୍କ ଆଡକୁ ଆକର୍ଷିତ ହେବେ । ସମସ୍ତେ ଆପଣଙ୍କର ବୁଦ୍ଧିମତା ଓ ଆଚରଣ ଦ୍ଵାରା ପ୍ରଭାବିତ ହେବେ । ବହୁତ ପ୍ରଶଂସା ମିଳିବ । ଆଜି ଆପଣ ନିଜର ନୂତନ କାର୍ଯ୍ୟ ଆରମ୍ଭ କରି ପାରିବେ । ସଫଳତା ଅବଶ୍ୟ ମିଳିବ ।

୩ – ମିଥୁନ

ଆଜି ନୂଆ ବିଚାର ଆପଣଙ୍କର ମସ୍ତିଷ୍କରେ ଆସିବ । ଆପଣ ନିଜର ଦୃଢ ପ୍ରୟାସରେ ନିଜର ଲକ୍ଷକୁ ପାଇ ନେବେ ଓ ଆପଣଙ୍କର ସ୍ଵପ୍ନ ସାକାର ହେବ । ଆଜି ଆପଣଙ୍କ ମନରେ ଘର ପରିବାରକୁ ନେଇ କିଛି ଯୋଜନା ଆସିପାରେ । ଆଜି ଆପଣ ମାନସିକ ଏକାଗ୍ରତା ଅନୁଭବ କରିବେ । ଆଜି ନିଜର ମନରୁ ନକାରାତ୍ମକ ଚିନ୍ତାଧାରା ବାହାର କରି ଦିଅନ୍ତୁ । କୌଣସି ବ୍ୟକ୍ତି ସହ ସାକ୍ଷାତ କରି ଆପଣ ଖୁସି ହୋଇଯିବେ ।

୪ – କର୍କଟ

ଆଜି ଆପଣଙ୍କର ଆତ୍ମବିଶ୍ଵାସ ବଢିବ । ପ୍ରଗତି ନିଶ୍ଚିତ ହେବ । ଆପଣ ଏମିତି ସ୍ରୋତ ଦ୍ଵାରା ଟଙ୍କା ଅର୍ଜିତ କରି ପାରିବେ । ଯାହା ବିଷୟରେ ଆପଣ ପୂର୍ବରୁ କେବେ ବି ଚିନ୍ତା କରି ନ ଥିବେ । ଏକ ପାରିବାରିକ ଆୟୋଜନରେ ଆପଣ ସମସ୍ତଙ୍କର ଧ୍ୟାନ କେନ୍ଦ୍ରିତ କରିବାରେ ସଫଳ ହେବେ । ଆପଣଙ୍କର ଜୀବନଶୈଳୀ ଠିକ ରହିବ । ଦୀର୍ଘାବଧି ନିବେଶ ଠାରୁ ବଞ୍ଚନ୍ତୁ ।

୫ – ସିଂହ

ଆଜି ଆପଣ ନୂଆ ଯୋଜନା କରି ପାରନ୍ତି । ଧନ ପ୍ରାପ୍ତିର ରାସ୍ତା ବାହାରିବ । ପରିବାରରେ ସମସ୍ୟାର ସମଧାନ ହୋଇଯିବ । କ୍ୟାରିୟରରେ ଭଲ ପ୍ରସ୍ତାବ ମିଳିବ । ଚାକିରି ସମ୍ବନ୍ଧିତ ସମସ୍ୟାର ସମଧାନ ହୋଇପାରେ । ନିଜର ସହକର୍ମୀମାନଙ୍କ ସହ ବିବାଦ ସ୍ଥିତି ହେବ । ଆପଣଙ୍କର ନିଜ ଲୋକ ହିଁ ଆପଣଙ୍କ ବିରୁଦ୍ଧରେ ଛିଡା ହେବେ । ମିଥ୍ୟା ଆରୋପ ଠାରୁ ବଞ୍ଚନ୍ତୁ ।

୬ – କନ୍ୟା

ଆଜି ଆପଣଙ୍କ ଜୀବନରେ ଆୟର ନୂଆ ସ୍ରୋତ ଆସିବ । ଆପଣଙ୍କ ବ୍ୟାପାରିକ ସ୍ଥିତିରେ ସୁଧାର ଆସିବ । ଆପଣଙ୍କର ଘରେ ଏକ ପାରିବାରିକ ଆୟୋଜନ ହେବ । ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଅଟେ । ଆଜି ବ୍ୟବସାୟରେ କୌଣସି ବଡ ଅଫର ମିଳିପାରେ । କୌଣସି ବି ନିଷ୍ପତି ନେବା ପୂର୍ବରୁ ବାରମ୍ବାର ଚିନ୍ତା କରନ୍ତୁ । କୌଣସି ବ୍ୟକ୍ତିକୁ ଦୁଖିତ କରନ୍ତୁ ନାହିଁ ।

୭ – ତୁଳା

ଆଜି ଆପଣ ନିଜର ଆତ୍ମବିଶ୍ଵାସ ଦ୍ଵାରା ନିଜକୁ ପ୍ରମାଣିତ କରିବେ । ଦରକାର ପଡିଲେ ନିଜର ଲୋକମାନେ ହିଁ ସହଯୋଗ କରିବେ । ପୂର୍ବର ସମସ୍ୟାରେ ପୁଣି ଥରେ ସାମ୍ନାକୁ ଆସିବା ଦ୍ଵାରା ଆପଣ ମାନସିକ ଚିନ୍ତାରେ ରହିବେ । ଯଦି ବାହାରକୁ ଯିବାର ପ୍ଳାନ ହେଉଛି ତେବେ ଶେଷ ସମୟରେ ତାହା ଭାଙ୍ଗି ପାରେ । ଆପଙ୍କର ପରିବାରକୁ କୌଣସି ବଡ ଚିନ୍ତାରୁ ମୁକ୍ତି ମିଳିବ ।

୮ – ବିଚ୍ଛା

ଆଜିର ଦିନରେ କାର୍ଯ୍ୟଲୟର ପରିବେଶ ଭଲ ରହିବ । ଆଜି ଆପଣଙ୍କୁ ଉପହାର ଓ ସମ୍ମାନ ମିଳିବ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଆବଶ୍ୟକ ଅଟେ । ପରିବାରର ଲୋକମାନେ ନିଜ ମଧ୍ୟରେ ଖୁସିରେ ରହିବେ । ଘରେ ଶାନ୍ତି ରହିବ । ଆତ୍ମବିଶ୍ଵାସ ଓ ମାନ – ସମ୍ମାନ ବଢିବ । ବ୍ୟବସାୟରେ ବିସ୍ତାର ହେବ । ପରୀକ୍ଷାରେ ସଫଳତା ମିଳିବ । ଆପଣଙ୍କ ମନରେ ଜଲ୍ଦି ଟଙ୍କା ଆୟ କରିବାର ତୀବ୍ର ଇଚ୍ଛା ଜନ୍ମ ହେବ ।

୯ – ଧନୁ

ଆଜି ଆପଣଙ୍କ ଦିନ ଆପଣ ପାଇଁ ଭଲ ଅଫର ନେଇ ଆସିବ । ବିଜନେସରେ ଉନ୍ନତି ଆସିବ । ସମ୍ପର୍କରେ ମଧୁରତା ଆସିବ । ଦାୟିତ୍ଵର ନିର୍ବାହ ହେବ । ଆପଣଙ୍କୁ ଆଜି ପରିଶ୍ରମ ଅଧିକ କରିବାକୁ ପଡିବ । କାର୍ଯ୍ୟରେ ଉତ୍ସାହ ହେବ । ରାଜକାର୍ଯ୍ୟରେ ପ୍ରସିଦ୍ଧି ମିଳିବ । ଆର୍ଥିକ ପକ୍ଷରେ ମଜବୁତି ଆସିବ । ପରିବାରରେ ଅସନ୍ତୋଷ ରହିବ । ସନ୍ତାନ ସୁଖ ମିଳିବ । ଧନ ଲାଭ ହେବ ।

୧୦ – ମକର

ଆଜି ଅଳ୍ପ ସହନଶୀଲତା ସହ କାମ କରନ୍ତୁ ତେବେ ଯାଇ ଆପଣଙ୍କର ଦିନ ଆପଣଙ୍କ ପାଇଁ ଭଲ ହୋଇପାରେ । ଭାଇ ଭଉଣୀଙ୍କର ସହଯୋଗ ରହିବ । କିଛି ବ୍ୟକ୍ତିଙ୍କୁ ବିଶେଷ ଲାଭ ମିଳିବ । ଅତିଥିମାନେ ଘରକୁ ଆଗମନ କରିବେ । ବ୍ୟାପାରରେ ସାମାନ୍ୟ ପରିସ୍ଥିତି ରହିବ । ଶେୟାର ମାର୍କେଟରେ ଟଙ୍କା ନିବେଶ ବୁଝିସୁଝି କରନ୍ତୁ । ସ୍ୱାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ । ବିରୋଧୀ ବର୍ଗ ଆପଣଙ୍କ ଉପରେ ଭାରି ପଡିବେ ।

୧୧ – କୁମ୍ଭ

ଆଜି ଆପଣଙ୍କର ବ୍ୟସାୟିକ ସ୍ଥାନରେ କାର୍ଯ୍ୟଭାର ବଢିବ । ବ୍ୟପାରରେ ଧନଲାଭ ହେବାର ସମ୍ଭାବନା ଅଛି । ଆପଣଙ୍କର ଘରେଲୁ ଜୀବନରେ ଅଶାନ୍ତିର ବାତାବରଣ ଦେଖିବାକୁ ମିଳିପାରେ । ଭଲ ପ୍ରୟାସରେ ଆପଣଙ୍କୁ ସଫଳତା ମିଳିବ । ସ୍ୱାସ୍ଥ୍ୟ ସାମାନ୍ୟ ରହିବ । ଆପଣ ନିଜର କାର୍ଯ୍ୟକୁ ସମୟ ପୂର୍ବରୁ କରି ନେବେ । ଜୀବନସାଥିଙ୍କ ସହିତ ହାତ ମିଶାଇ ଚାଳନ୍ତୁ । ଆପଣ ଶାନ୍ତିର ସହ ବିଚାର କରନ୍ତୁ ।

୧୨ – ମୀନ

ଆପଣ ନିଜର କ୍ରୋଧ ଓ ଈର୍ଷାରେ ନିୟନ୍ତ୍ରଣ ରଖନ୍ତୁ । ଶରୀରେ ଆଳସ୍ୟ ଅନୁଭବ ହେବ । ସନ୍ତାନ ବିଷୟରେ ଚିନ୍ତା କରିବେ । ପୁରୁଣା କରଜରୁ ମୁକ୍ତି ପାଇବା ପାଇଁ ଆପଣଙ୍କ ଅଧିକ ବ୍ୟସ୍ତ ରହିବେ । ଦାନ – ପୂଣ୍ୟ କରନ୍ତୁ । ସାଥିଙ୍କ ସହିତ ରୋମାଣ୍ଟିକ ସମୟ ବିତାଇବେ । ଆପଣଙ୍କର ସ୍ଵଭାବରେ ଆଜି କିଛି ଚେଞ୍ଜେସ ଆସିବ । ଅନ୍ୟର ଭଲ କରିବାକୁ ଯାଇ ନିଜର କ୍ଷତି କରି ବସିବେ ।