ବିନା ତକିଆରେ ଶୋଇବା ଦ୍ଵାରା ମିଳିଥାଏ ଏହି ୩ଟି ଚମତ୍କାରୀ ଫାଇଦା, ଜାଣିଲେ ତକିଆ ବ୍ୟବହାର କରିବା ଭୁଲିଯିବେ ଆପଣ

ଏଥିରେ କୌଣସି ସନ୍ଦେହ ନାହିଁ କି ମଣିଷ ଯେତେବେଳେ ଶୋଇଥାଏ ତକିଆ ଉପରେ ମୁଣ୍ଡ ରଖିଥାଏ । ପ୍ରାୟ ବହୁତ ଲୋକ ଅଛନ୍ତି ଯେଉଁମାନେ ବିନା ତକିଆରେ ଶୋଇପାରନ୍ତି ନାହିଁ । ତକିଆ ଦ୍ଵାରା ଲୋକମାନେ ବହୁତ ଆରମ ନିଦରେ ଶୋଇଥାନ୍ତି । ଏହା ଛଡା ପୁରୁଣା କାଳରେ ମାନ୍ୟତା ଅନୁସାରେ କୁହାଯାଏ କି ତକିଆ ଦେଇ ଶୋଇଲେ ମେରୁଦଣ୍ଡ ହାଡ, ବେକ ଓ ମୁଣ୍ଡ ଗୋଟିଏ ଦିଗରେ ରହିଥାଏ ।

କିନ୍ତୁ ବୈଜ୍ଞାନିକମାନଙ୍କ ମତରେ ଲୋକମାନଙ୍କୁ ତକିଆ ବ୍ୟବହାର କରି ଶୋଇବା ଉଚିତ ନୁହେଁ । ବୈଜ୍ଞାନିକମାନଙ୍କ ମତରେ ବିନା ତକିଆରେ ଶୋଇଲେ ବହୁତ ଫାଇଦା ମିଳିଥାଏ । ଆଜି ଆମେ ଆପଣଙ୍କୁ ଏହି ସବୁ ଫାଇଦା ବିଷୟରେ କହିବୁ ଯାହାକୁ ଜାଣିଲେ ଆପଣ ତକିଆ ବ୍ୟବହାର କରିବେ ନାହିଁ ।


୧. ତକିଆ ବ୍ୟବହାର କରି ଶୋଇଲେ ମଣିଷର ସବୁ ଭାର ମେରୁ ଦଣ୍ଡ ହାଡ ଉପରେ ପଡିଥାଏ । ଯାହା ଦ୍ଵାରା ଆପଣଙ୍କର ମେରୁଦଣ୍ଡ ହାଡ ଦୁର୍ବଳ ହୋଇ ଯାଇଥାଏ । ପ୍ରାୟତଃ କେତେକ ଲୋକଙ୍କର ତକିଆ ବ୍ୟବହାର ପାଇଁ ତାଙ୍କର ବେକ ଆଗକୁ ନଇଁ ଯାଇଥାଏ । ତେଣୁ ଆପଣ ଏସବୁ ସମସ୍ୟାରୁ ବଞ୍ଚବା ପାଇଁ ବିନା ତକିଆରେ ଶୋଇବା ଉଚିତ ।


୨. ପ୍ରାୟ ବହୁତ ଲୋକ ରାତିରେ ତକିଆ ବ୍ୟବହାର କରି ଶୋଇବା ଦ୍ଵାରା ତାଙ୍କ ମୁହଁ ତକିଆରେ ଲୁଚି ଯାଇଥାଏ, ଯାହା ଦ୍ଵାରା ତକିଆରେ ଥିବା ଜୀବାଣୁ ଓ ଧୁଳିକଣା ମୁହଁରେ ପ୍ରବେଶ କରିଥାଏ । ଏହା ଦ୍ଵାରା ବ୍ୟକ୍ତିର ମୁହଁରେ ବ୍ରଣ ଉଠିଥାଏ ।


୩. ତକିଆ ବ୍ୟବହାର କରି ଶୋଇଲେ ବ୍ୟକ୍ତିର ପେଟ ଉପରେ ପ୍ରଭାବ ପଡିଥାଏ । ଯାହା ଦ୍ଵାରା ପେଟରେ ବିଭିନ୍ନ ସମସ୍ୟା ଓ ଗ୍ୟାସ ରୋଗ ହୋଇଥାଏ । ତେଣୁ ଯଦି ଆପଣ ଏହି ରୋଗରୁ ବଞ୍ଚିବା ପାଇଁ ଚାହୁଁଛନ୍ତି ତେବେ ବିନା ତକିଆରେ ଶୋଇବାର ଅଭ୍ୟାସ କରନ୍ତୁ । ଆମ୍ଭେମାନେ ସମସ୍ତେ ଜାଣିଛୁ ସବୁ ମଣିଷକୁ ତକିଆରେ ଶୋଇବା ପାଇଁ ଭଲ ଲାଗିଥାଏ । ହେଲେ ଏହା ଦ୍ଵାରା ଆପଣଙ୍କୁ ଆଗାମୀ ଭବିଷ୍ୟତରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।


ସେଥିପାଇଁ ଯଦି ଆପଣ ଆଜୀବନ ସୁଖମୟ ନିଦରେ ଶୋଇବା ପାଇଁ ଚାହୁଁଛନ୍ତି ତେବେ ଆଜିଠୁ ବିନା ତକିଆରେ ଶୋଇବା ପାଇଁ ପ୍ରୟାସ କରନ୍ତୁ ।