ଅଲ୍ଲୁ ଅର୍ଜୁନଙ୍କ ସହ ମ୍ୟୁଜିକଲ ନାଇଟରେ ଦେଖାଗଲା ତବୁଙ୍କ ଜଲବା, ବ୍ଲାକ ଶାଢୀରେ ଦେଖାଗଲେ ବହୁତ ଗ୍ଲାମରସ

ବହୁତ ସମୟ ପରେ ଅଭିନେତ୍ରୀ ତବୁ ସିନେମା ଜଗତକୁ ଫେରୁଛନ୍ତି । ୨୦୧୯ ମସିହାର ‘ଦେ ଦେ ପ୍ୟାର ଦେ’ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଥିଲା । ଏଥର ତାଙ୍କୁ ସାଉଥ ଫିଲ୍ମରେ ଦେଖିବାକୁ ମିଳିବ । ସେ ଅଲ୍ଲୁୁ ଅର୍ଜୁନଙ୍କ ସହ ଫିଲ୍ମ କରିବାକୁ ଯାଉଛନ୍ତି । ତବୁ ଓ ଅଲ୍ଲୁ ଅର୍ଜୁନ ‘ଅଲା ବୈକୁଣ୍ଠପୁରମାଲୋଂ’ ଫିଲ୍ମରେ ଏକା ସହ କାମ କରିବାକୁ ଯାଉଛନ୍ତି । ସେମାନେ ତାଙ୍କ ଫିଲ୍ମର ଗୀତ ପ୍ରୋମୋଟ କରିବା ପାଇଁ ଏକ ମ୍ୟୁଜିକଲ ନାଇଟ ଇଭେନ୍ଟରେ ପହଞ୍ଚିଲେ ।

ସେଠାରେ ତବୁ ବହୁତ ଗ୍ଲାମରସ ଦେଖା ଯାଉଥିଲେ । ତବୁ ବ୍ଲାକ ଶାଢୀରେ ସ୍ଲୀଭଲେସ ବ୍ଲାକ ରଙ୍ଗର ବ୍ଲାଉଜ ପିନ୍ଧିଥିଲେ । ତବୁ ଚୁଟି ବାନ୍ଧିଥିଲେ ଓ କାନରେ ବଡ ବଡ ଇୟରିଙ୍ଗ ପିନ୍ଧିଥିଲେ । ସେ ଲାଲ ରଙ୍ଗର ଲିପଷ୍ଟିକ ଲଗାଇଥିଲେ ଯାହା ତାଙ୍କ ଲୁକ କୁ ପୁରା କରୁଥିଲା । ସେ ବହୁତ ସୁନ୍ଦର ଦେଖା ଯାଉଥିଲେ । ଅଲ୍ଲୁ ଅର୍ଜୁନ ବ୍ଲାକ ଓ ହ୍ଵାଇଟ ଡ୍ରେସରେ ବହୁତ ଭଲ ଦେଖାଯାଉଥିଲେ ।

ତବୁ ଏକ ଭଲ ଅଭିନେତ୍ରୀ ଅଟନ୍ତି ଓ ସେ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର । ସେ ବହୁତ ସାରା ହିଟ ଫିଲ୍ମରେ କାମ କରି ସାରିଛନ୍ତି । ତାଙ୍କୁ ବଲୀଉଡର ଏକ ସଶକ୍ତ ଅଭିନେତ୍ରୀ ମଧ୍ୟ କୁହାଯାଏ । ତବୁ ତାଙ୍କ ଫିଲ୍ମ କ୍ୟାରିୟରର ଆରମ୍ଭ ୧୯୮୫ ମସିହାରେ ଆସିଥିବା ‘ହମ ନୌଯବାନ’ ଫିଲ୍ମରୁ କରିଥିଲେ । ତବୁଙ୍କ ପ୍ରକୃତ ନାମ ତବସ୍ସୁମ ହାସିମ ଖାନ ଅଟେ । ବଲୀଉଡକୁ ଆସିବା ପରେ ସେ ତାଙ୍କ ନାମ ବଦଳାଇ ତବୁ ରଖିଥିଲେ ।

ତବୁ ଅଜୟ ଦେବଗନଙ୍କ ସହ ମଧ୍ୟ କାମ କରିଛନ୍ତି । ଯେତେବେଳେ ଫିଲ୍ମ ‘ଦେ ଦେ ପ୍ୟାର ଦେ’ ର ପ୍ରମୋଶନ ହେଉଥିଲା ଅଜୟ ଦେବଗନ ମଜାକରେ କହିଥିଲେ ତବୁ ବିବାହ ନ କରିବାର କାରଣ ହେଉଛି ତବୁଙ୍କୁ ମୋ ପରି କେହି ମିଳିନାହିଁ ।

୧୯୯୦ ମସିହାରେ ଅଜୟ ଓ ତବୁଙ୍କର ବହୁତ ସାରା ଫିଲ୍ମ ହୋଇଥିଲା । ତବୁ ଅଜୟ ଦେବଗନଙ୍କୁ ବହୁତ ଭଲ ପାଉଥିଲେ । କିନ୍ତୁ ଅଜୟ ତବୁଙ୍କୁ କେବେ ଭଲ ପାଇ ନଥିଲେ । ସେଥିପାଇଁ ଅଜୟଙ୍କ ଲାଇଫରେ କାଜଲଙ୍କର ଏଣ୍ଟ୍ରି ହୋଇଥିଲା । କାଜଲ ଓ ଅଜୟ ବହୁତ ଫିଲ୍ମରେ ଏକା ସହିତ କାମ କରିଛନ୍ତି । ଧିରେ ଧିରେ ଅଜୟ ଓ କାଜଲ ପରସ୍ପରକୁ ଭଲ ପାଇବାକୁ ଲାଗିଲେ ଓ ସେମାନେ ବିବାହ କରିବାର ନିଷ୍ପତି ନେଲେ ଓ ତବୁ କୁଆଁରୀ ରହିଗଲେ । କହିବାକୁ ଗଲେ ଅଜୟ ଦେବଗନଙ୍କ ପାଇଁ ତବୁ ଆଜି ପର୍ଯ୍ୟନ୍ତ ବିବାହ କରିନାହାଁନ୍ତି ।