ଚୁମା ଚୁମା ଦେ ଦେ ଗୀତର ହିରୋଇନ ଆଜି ଦେଖା ଯାଉଛନ୍ତି କିଛି ଏମିତି

୮୦ ମସିହାର ବହୁତ ହଟ ଏବଂ ସୁନ୍ଦର ଅଭିନେତ୍ରୀ କିମି କଟକର ଆଜି ବଲିଉଡ ରୁ ଗାୟବ ଅଛନ୍ତି । ହିନ୍ଦୀ ସିନେମାରେ ସବୁ ଟପ ଷ୍ଟାର ମାନଙ୍କ ସହିତ କାମ କରିଥିବା କିମି କଟକର ରୂପେଲି ପରଦାରେ ବୋଲ୍ଡ ସିନ ଦେଇ ସେ ସମସ୍ତଙ୍କୁ ନିଜର ଦିୱାନା କରିଥିଲେ । ତାଙ୍କୁ ସେହି ସମୟର ସଫଳ ଅଭିନେତ୍ରୀ ମନଙ୍କ ସହ ଯୋଡା ଯାଉଥିଲା କିନ୍ତୁ ଆଜି ସେ ଚର୍ଚ୍ଚାରୁ ମଧ୍ୟ ବହୁତ ଦୂରରେ ଅଛନ୍ତି ।

କିମି ଶେଷଥର ୧୯୯୨ ରେ ଆସିଥିବା ଫିଲ୍ମ ଜୁଲମ କି ହୁକୁମତ ରେ ନଜର ଆସିଥିଲେ । ତାପରେ ତାଙ୍କୁ ଆଊ ଫିଲ୍ମ ରେ ଦେଖିହୋଇନଥିଲା । ବୋଲ୍ଡ ସିନ ର କୁଇନ କିମି ନିଜ ଫିଲ୍ମ କ୍ୟାରିୟର ର ଆରମ୍ଭ ୧୯୮୫ ରେ ଆସିଥିବା ଫିଲ୍ମ ପଥର ଦିଲ ରୁ କରିଥିଲେ । ଏହି ସମୟରେ ତାଙ୍କର ବୟସ ମାତ୍ରା ୨୦ ବର୍ଷ ଥିଲା । ଫିଲ୍ମ ଦୁନିଆରୁ ଦୂର ହେବାପରେ କିମି ବର୍ତମାନ ନିଜ ପରିବାର ସହିତ ଖୁସିରେ ଅଛନ୍ତି ।

୫୫ ବର୍ଷର କିମି ଙ୍କ ଚେହେରା ମଧ୍ୟ ବହୁତ ବଦଳି ଯାଇଛି । ତାଙ୍କୁ ପରିଚୟ ନିଜ ଫିଲ୍ମ ଟାର୍ଜନ ରୁ ମିଳିଥିଲା । ଏହି ଫିଲ୍ମ ରେ କିମି ନିଜର ବୋଲ୍ଡ ସିନ ପାଇଁ ବହୁତ ଲୋକପ୍ରିୟତା ହାସଲ କରିଥିଲେ । କିମି ଏହି ଫିଲ୍ମ ପରେ ଜଣେ ସେକ୍ସି ହିରୋଇନ ପାଲଟିଥିଲେ । କିମି ଙ୍କୁ ଏହି ଫିଲ୍ମ ପରେ ବହୁତ ଫିଲ୍ମ ରେ କାମ ମିଳିଥିଲା ।

୧୧ ଡିସେମ୍ବର ୧୯୬୫ ରେ ଜନ୍ମ ହୋଇଥିଲେ କିମି । ସେ ବର୍ଦି, ମେରା ଲାହୁ, ମର୍ଦ କି ଯବାନ, ହମ, ଗେର କାନୁନୀ, ଜେଶି କରନି ୱେଶି ଭାରନି, ଶେର ଦିଲ ପରି ବହୁତ ଫିଲ୍ମ ରେ କାମ କରିଥିଲେ । କିମି ଫିଲ୍ମ ଜଗତରେ ବହୁତ ବିନ୍ଦାସ ରହୁଥିଲେ ।

୧୯୯୨ ପରେ ସେ ହଠାତ ଫିଲ୍ମ ଜଗତରୁ ଗାୟବ ହୋଇଥିଲେ । ସେ ଫିଲ୍ମ ଜଗତ ଛାଡ଼ିବା ଆଗରୁ କହିଥିଲେ କି ସେ ଫିଲ୍ମ ଦୁନିଆରେ କାମ କରି କରି ଥକି ଗଲେଣି ଆଊ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଅଭିନେତ୍ରୀ ମାନଙ୍କ ସହିତ ହେଉଥିବା ଶୋଷଣ ବିଷୟରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ ।

ଏଇ କାରଣ ପାଇଁ ସେ ବଲିଉଡ କୁ ଅଲ୍ବିଦା କହିଥିଲେ । କିମି ପୁନେ ର ଆଡ ଫିଲ୍ମ ମେକର ଏବଂ ଫୋଟୋଗ୍ରାଫର ଶାନ୍ତନୁ ସେଓଗେସେ ଙ୍କୁ ବିବାହ କରିଥିଲେ । ବିବାହ ପରେ ସେ ବଲିଉଡ ଠାରୁ କୁ ପୁରା ପୁରି ବିଦାୟ ନେଇଥିଲେ । ଏବଂ ଅଷ୍ଟ୍ରେଲିଆ ରେ ରହିଥିଲେ ।

ସେଠି ବହୁତ ବର୍ଷ ରହିବା ପରେ ଏବେ କିମି ଫେରି ଆସିଛନ୍ତି ଏବଂ ନିଜ ପୁଅ ଏବଂ ଶାନ୍ତନୁ ଙ୍କ ସହିତ ପୁନେ ରେ ରହୁଛନ୍ତି । ନିଜର ୭ ବର୍ଷ ର ଲମ୍ବା କ୍ୟାରିୟର ରେ କିମି ୪୫ ରୁ ଅଧିକ ଫିଲ୍ମ କରିଛନ୍ତି । କିମି ବହୁତ ହିଟ ଫିଲ୍ମ କରିଛନ୍ତି । ଏବେ ସେ ନିଜ ବୈବାହିକ ଜୀବନରେ ଖୁବ ଖୁସିରେ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।