Vastu Shastra ଏଇ 2 ଗଛ ଏକା ସହିତ ଘରେ ଏହି ଜାଗାରେ ଲାଗିଲେ ବନିଥଏ ରାଜଯୋଗ, ଦୁନିଆରେ କରିଥାନ୍ତି ରାଜ

ସମସ୍ତେ ନିଜ ଘରେ ଗଛ ଲଗାଇଥାନ୍ତି । କିନ୍ତୁ ବହୁତ ଲୋକ ଏହା ଜାଣିନଥାନ୍ତି କି ଘରେ ଲଗାଇଥିବା ଗଛ ଜୀବନ ଉପରେ ପ୍ରଭାବ ପକାଇଥାଏ । ମନ, ସ୍ବାସ୍ଥ୍ୟ, ଧନ ସବୁ ଉପରେ ଗଛ ମାନଙ୍କର ପ୍ରଭାବ ପଡିଥାଏ । କାରଣ ଗଛ ରେ ଥିବା ଆଦୃଷୀୟ ଶକ୍ତି ଘରେ ରହୁଥିବା ବ୍ୟକ୍ତି ମାନଙ୍କ ଜୀବନରେ ପ୍ରଭାବ ପକାଇଥାଏ । ଆଜି ଆମେ ଘରେ ଲଗାଉଥିବା କିଛି ଗଛ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।

ତୁଳସୀ ଗଛ:- ସମସ୍ତେ ନିଜ ଘରେ ତୁଳସୀ ଗଛ ନିଶ୍ଚିନ୍ତ ଲଗାଇଥାନ୍ତି । କିନ୍ତୁ ତୁଳସୀ ଗଛ ଲଗାଇବା ସମୟରେ ଏହା ନିହାତି ଧ୍ୟାନ ରଖନ୍ତୁ କି ତୁଳସୀ ଗଛକୁ ଆପଣଙ୍କ ଘରର ଦକ୍ଷିଣ ଦିଗରେ ଭୁଲ ରେ ମଧ୍ୟ ଯେମିତି ନ ଲଗାନ୍ତି । ପୂର୍ବ ବା ଉତ୍ତର ପୂର୍ବ ଦିଗରେ ଲଗାନ୍ତୁ । ତୁଳସୀ ଗଛ ମାତା ଲକ୍ଷ୍ମୀ ଙ୍କ ସ୍ୱରୂପ ବୋଲି କୁହାଯାଏ । ସେଥିପାଇଁ ଭଗବାନ ଶ୍ରୀକୃଷ୍ଣ ଙ୍କ ପ୍ରିୟ ତୁଳସୀ ଗଛ ଥିଲା ।

ଯଦି ଆପଣ ମାତା ଲକ୍ଷ୍ମୀ ଙ୍କ କୃପା ଲାଭ କରିବାକୁ ଚାହୁଁଛନ୍ତି ତେବେ ଗୁରୁବାର ଦିନ ତୁଳସୀ ଗଛ ପାଖରେ କଦଳୀ ଗଛ ଲଗାନ୍ତୁ । ବହୁତ ଲୋକ ତୁଳସୀ ଗଛ ପାଖରେ ଅଲଗା ଗଛ ମଧ୍ୟ ଲାଗାଇଥାନ୍ତି କିନ୍ତୁ ତୁଳସୀ ଗଛ ପାଖରେ କଦଳୀ ଗଛକୁ ଛାଡ଼ିଦେଇ ଅନ୍ୟ କୌଣସି ଗଛ ଲଗାଇବା କଥା ନୁହଁ । ଏହା ଦ୍ଵାରା ମାତା ଲକ୍ଷ୍ମୀ ଙ୍କ ସହିତ ଭଗବାନ ବିଷ୍ଣୁ ଙ୍କ କୃପା ମଧ୍ୟ ମିଳିଥାଏ ।

କଦଳୀ ଗଛ ବିଷ୍ଣୁ ଙ୍କ ସ୍ୱରୂପ ବୋଲି କୁହାଯାଏ । କଦଳୀ ଗଛ ଗୁରୁ ଗ୍ରହ ସହିତ ସମ୍ପର୍କ ରଖିଥାଏ । ଏହା ଭାଗ୍ୟ ର ଗ୍ରହ ଅଟେ । ଯେଉଁ ବ୍ୟକ୍ତି ର ଗୁରୁ ଗ୍ରହ ବେଶି ଥାଏ ସେହି ବ୍ୟକ୍ତିକୁ ପ୍ରବଳ ଧନ ପ୍ରାପ୍ତି ହୋଇଥାଏ । ସେମାନଙ୍କ ଭାଗ୍ୟ ଚମିକି ଥାଏ । ସେମାନଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ । ତେଣୁ ସବୁବେଳେ କଦଳୀ ଗଛକୁ ତୁଳସୀ ଗଛ ପାଖରେ କେବଳ ଗୁରୁବାର ଦିନ ଲଗାନ୍ତୁ ।

ଏବଂ ତାହା ବି ସକାଳ ସମୟରେ । ଘରେ କୌଣସି ଗଛକୁ ସକାଳ ସମୟରେ ହିଁ ଲଗାଇବା ଉଚିତ । ତୁଳସୀ ଗଛ ର ଡାହାଣ ପଟରେ କଦଳୀ ଗଛକୁ ଲଗାନ୍ତୁ । ଏହା ଦ୍ଵାରା ଘରେ କୌଣସି ସମସ୍ୟା ଆସିନଥାଏ । ଘରେ ସୁଖ ଶାନ୍ତି ରଖିଥାଏ । ଆର୍ଥିକ ସ୍ଥିତି ରେ ବହୁତ ସୁଧାର ଆସିଥାଏ । ବୈବାହିକ ଜୀବନରେ ଖୁସି ମିଳିଥାଏ । ଜୀବନରେ ସଫଳତା ମିଳିଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।