ଡିଭୋର୍ସ ନେଇସାରିଥିବା ମହିଳାଙ୍କ ପ୍ରେମରେ ପାଗଳ ହୋଇଥିଲେ ଏହି ୭ ଜଣ ଷ୍ଟାର, ଫଟାଫଟ କରି ନେଇଥିଲେ ବିବାହ

ପ୍ରେମ ରୋଗ ଯେତେବେଳେ କାହାକୁ ହୁଏ ତେବେ ସେ ସାମ୍ନା ବାଲାର ରଙ୍ଗ,ରୂପ ଏମିତିକି ମ୍ୟାରେଡ୍ ଷ୍ଟାଟସ କୁ ବି ଦେଖି ନଥାଏ  । ବହୁତ ଥର ଆମକୁ ଠିକ୍ ଜୀବନ ସାଥି ମିଳି ନଥାଏ  । ସେଥିପାଇଁ ଆମେ ଅନ୍ୟ କାହାକୁ ସିଲେକ୍ଟ କରିଥାଉ  । ବଲିଉଡର କେତେକ କଳାକାରମାନଙ୍କର ବି ଏହି ଅବସ୍ଥା ,ଆଜି ଆମେ କେତେକ ବଲିଉଡ ସେଲିବ୍ରେଟୀଙ୍କ ବିଷୟରେ କହିବୁ ଯେଉଁମାନେ ଛାଡପତ୍ର ନେଇସାରିଥିବା ମହିଳାଙ୍କ ସହିତ ବିବାହ କରିଥିଲେ ।

ଅନୁପମ ଖେର –

ଅନୁପମ ଖେର ତଲାକ ପରେ କିରଣ ଖେରଙ୍କ ସହ ବିବାହ କରିଥିଲେ  । କିରଣ ତାଙ୍କର ପ୍ରଥମ ପତି ବମ୍ବେର ବିଜନେସମ୍ୟାନ୍ ଗୀତାଙ୍ଗ ବେରୀଙ୍କ ଠାରୁ ୧୯୮୫ ରେ ଡିଭୋର୍ସ ନେଇ ସେହି ବର୍ଷ ଅନୁପମଙ୍କ ସହ ବିବାହ କରିଥିଲେ  ।

ସଞ୍ଜୟ ଦ­­ତ୍ତ-

ସଞ୍ଜୟ ଦ­­ତ୍ତଙ୍କ ନାମ ଏମିତି ତ ବହୁତ ମହିଳାଙ୍କ ସହ ଯୋଡା ହୋଇ ସାରିଛି ହେଲେ ବର୍ତ୍ତମାନ ସେ ମାନ୍ୟତାଙ୍କ ସ୍ଵାମୀ । ମାନ୍ୟତା ତାଙ୍କର ତୃତୀୟ ପତ୍ନୀ  । ସଞ୍ଜୟ ଦ­­ତ୍ତ ଵି ମାନ୍ୟତାଙ୍କର ଦ୍ଵିତୀୟ ପତି ଅଟନ୍ତି  । ସଞ୍ଜୟ ଦ­­ତ୍ତଙ୍କ ପୁର୍ବରୁ ମାନ୍ୟତା ମିରାଜ ଉର –­ ରେହେମାନ ଶେଖଙ୍କ ସହ ବିବାହ କରିଥିଲେ । ମିରାଜ କୋର୍ଟରେ କହିଥିଲେ କି ମାନ୍ୟତା ଏବଂ ତାଙ୍କର ତଲାକ ହେଇନି ହେଲେ କୋର୍ଟ ତାଙ୍କ ଅପିଲ୍ କୁ ସ୍ଵୀକାର କରିଲା ନାହିଁ ଏବଂ ସଞ୍ଜୟ ଦ­­ତ୍ତ ଓ ମାନ୍ୟତାଙ୍କ ବିବାହକୁ ମଞ୍ଜୁରୀ ଦେଇଥିଲା ।

ସମୀର ସୋନି –

ସମୀର ସୋନିଙ୍କର ପ୍ରଥମ ବିବାହ ରାଜଲକ୍ଷ୍ମୀ ଖାଡବିଲକରଙ୍କ ସହ ହୋଇଥିଲା  । ୬ ମାସ ପରେ ସେମାନଙ୍କର ତଲାକ ହୋଇଥିଲା  । ଏହା ପରେ ସେ ବଲିଉଡ ଆକ୍ଟ୍ରେସ ନିଲମ କୋଠାରୀଙ୍କ ସହ ବିବାହ କରିଥିଲେ  । ନିଲମଙ୍କର ବି ସମୀର ଦ୍ଵିତୀୟ ପତି ଥିଲେ  ।

ମିଥୁନ ଚକ୍ରବତୀ –

କିଶୋର କୁମାରଙ୍କ ତୃତୀୟ ପତ୍ନୀ ୟୋଗିତାଙ୍କୁ ମିଥୁନ ଭଲ ପାଇ ବସିଲେ  । ୟୋଗିତା ଓ କିଶୋର ୧୯୭୬ ରେ ବିବାହ କରି ୧୯୭୮ ରେ ଅଲଗା ହୋଇ ଯାଇଥିଲେ । ଏହା ପରେ ୟୋଗିତା ମିଥୁନଙ୍କ ସହ ୧୯୭୯ ରେ ବିବାହ କରିଥିଲେ  ।

ଲିଏଣ୍ଡର ପେସ –

ଟେନିସର ଜଣା ଶୁଣା ଖେଳାଳି ଲିଏଣ୍ଡର ପେସ ସଞ୍ଜୟ ଦତ୍ତଙ୍କ ପୂର୍ବ ପତ୍ନୀ ରିୟାଙ୍କ ସହ ସମ୍ପର୍କ ରଖିଥିଲେ ସେମାନେ ଲିଭ ଇନ ରିଲେସନସିପରେ ରହିଲେ ଓ ପରେ ସେମାନେ ଅଲଗା ହୋଇଗଲେ ହେଲେ ତାଙ୍କର ଗୋଟିଏ ଝିଅ ଅଛି ଯାହାର ଅଜୟାନା ପେସ  ।

ଗୁଲଜାର –

ବଲିଉଡ ର ଫେମସ୍ ଲେଖକ ଗୁଲଜାର , ବଙ୍ଗାଳୀ ଫିଲ୍ମ ଡିରେକ୍ଟର ଅଜୟ ବିଶ୍ଵାସଙ୍କ ପୂର୍ବ ପତ୍ନୀ ରାକ୍ଷୀଙ୍କୁ ଭଲ ପାଇ ବସିଲେ । ସେମାନେ ବିବାହ ତ କରିଲେ କିନ୍ତୁ ଏକ ବର୍ଷ ପରେ ଅଲଗା ହୋଇଗଲେ ଏବଂ ସେମାନଙ୍କର ଗୋଟେ ଝିଅ ବି ଅଛି ମେଘନା  ।

ରାହୁଲ ରୟ –

ସମୀର ସୋନିଙ୍କ ପ୍ରଥମ ପତ୍ନୀ ରାଜଲକ୍ଷ୍ମୀଙ୍କ ମନ ରାହୁଲଙ୍କ ଉପରେ ଆସିଯାଇଥିଲା  । ସେମାନେ ୨୦୦୦ ମସିହାରେ ବିବାହ କରି ୨୦୦୪ ରେ ଡିଭୋର୍ସ ନେଇଥିଲେ  ।