ଯେବେ ଏହି 5 Bollywood ଷ୍ଟାର ପୂର୍ବ ମନୋମାଳିନ୍ୟ କୁ ଭୁଲି ନିଜ ପୁରୁଣା ପ୍ରେମିକଙ୍କ ବିବାହରେ ଦେଲେ ଯୋଗ, ଦେଖନ୍ତୁ

ବଲିଉଡ ହେଉଛି ତାରକା ମାନଙ୍କର ଦୁନିଆ । ଏଠାରେ ଅନନେକ କଳାକାର ନିଜର କଳାର ପାରଦର୍ଶିତା ଦେଖାଇ ଅନେକ ଉପରକୁ ଉଠିଛନ୍ତି। କଳାକାର ମାନେ ନିଜର ଅଭିନୟ,ସୁନ୍ଦରତା ଓ ସମ୍ପର୍କ କୁ ନେଇ ଅନନେକ ସମୟରେ ଚର୍ଚ୍ଚାରେ ରୁହନ୍ତି। ଅନେକ ସମୟରେ ଆମକୁ ଲାଗେ ଯେଉଁ ଅଭିନେତା ଓ ଅଭିନେତ୍ରୀ ପ୍ରେମ ସମ୍ପର୍କରେ ଥାନ୍ତି ସେମାନେ ନିଶ୍ଚୟ ବିବାହ ବନ୍ଧନରେ ବାନ୍ଧି ହେବେ। ଅନେକ ସମୟରେ ଆମେ ମାନେ ଭୁଲ ପ୍ରମାଣିତ ହୋଇଥାଉ ଏହାର କାରଣ ବିଚ୍ଛେଦ।

ମାତ୍ର ଏମାନେ ଅନେକ ସମୟରେ ଆଶ୍ଚର୍ଯ୍ୟଯନକ କାମ କରିଥାନ୍ତି। କେତେକ ତରକା ନିଜର ପୁରୁଣା ପ୍ରେମିକ ପ୍ରେମିକା ମାନଙ୍କର ବାହାଘରରେ ଯାଇ ଚମକାଇ ଦିଅନ୍ତି। ଯାହାକୁ କେହି କଲ୍ପନା କରି ନଥାନ୍ତି।ତେବେ ଆସନ୍ତୁ ଜାଣିବା ଏମିତି କିଛି କଳାକାରଙ୍କ ବିଷୟରେ।


ସୋନାମ କପୂର – “ସୋନମ” ହେଉଛନ୍ତି ପ୍ରକ୍ଷାତ କଳାକାର “ଅନିଲ କପୂର”ଙ୍କ ସୁପୁତ୍ରୀ । ବଲିଉଡ ରେ “ସୋନମ”ଙ୍କର ନିଜର ମଧ୍ୟ ଏକ ସ୍ଵତନ୍ତ୍ର ପରିଚୟ ଅଛି।  ୨୦୧୮ ରେ ବଲିଉଡର ଏହି ଅଭିନେତ୍ରୀ ବିବାହ ବନ୍ଧନରେ ବାନ୍ଧିହେଲେ ନିଜର ପ୍ରେମିକ “ଆନନ୍ଦ ଅନୁଜା” ସହ । ଏହି ବିବାହରେ ଅନେକ ତରକା ଯୋଗଦାନ ଦେଇ ସୋନମଙ୍କ ବିବାହରେ ନିଜର ଖୁସି ଦର୍ଶାଇ ଥିଲେ ମାତ୍ର ତେବେ ସେଠାରେ “ରଣବିର କପୂର” ବି ନିଜ ପ୍ରେମିକା “ଆଳିଆ”ଙ୍କ ସହ ଯୋଗଦାନ ଦେଇଥିଲେ। “ରଣବିର” ଓ “ସୋନାମ” ଏକ ସମୟରେ ପ୍ରେମ ସମ୍ପର୍କରେ ଥିଲେ ମାତ୍ର ପୁରୁଣା ବିଚ୍ଛେଦ ଭୁଲି ସେଭି ଯୋଗ ଦେଇଥିଲେ “ସୋନମ”ଙ୍କ ବିବାହରେ।

ନେହା ଧୁପିଆ – ଅଭିନେତ୍ରୀ “ନେହା” ୨୦୧୮ରେ”ଅଙ୍ଗଦ ବେଦି” ଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ସେ ଏକ କନ୍ୟା ସନ୍ତାନଙ୍କ ମା। ମାତ୍ର ବିବାହ ପୂର୍ବରୁ ତାଙ୍କ ନାମ ବହୁ ଚର୍ଚ୍ଚିତ ଖେଳାଳି “ଯୁବରାଜଙ୍କ” ସହ ଚର୍ଚ୍ଚା କରାଯାଉଥିଲା। ତାଙ୍କ ବିବାହରେ “ୟୁବରାଜ” ଵି ଯୋଗଦାନ ଦେଇଥିଲେ।

ଅନୁସ୍କା ସର୍ମା – “ଅନୁସ୍କା ସର୍ମା” ଓ ଅଭିନେତା “ରଣବିର” ଙ୍କ ଯୋଡି କୁ ପରଦାରେ ଅନେକ ପସନ୍ଦ କରଯାଇଥିଲା ମାତ୍ର ସେମାନେ ନିଜ ପ୍ରକୂତ ଜୀବନରେ ମଧ୍ୟ ପରସ୍ପରକୁ ପସନ୍ଦ କରୁଥିଲେ ।  ୨୦୧୭ ରେ “ଅନୁସ୍କା” ବିବାହ କରିଥିଲେ “ବିରାଟ” ଙ୍କୁ । ଏହି ବିବାହ ରେ “ରାଣବିର ସିଂ” ବି ସାମିଲ ହୋଇଥିଲେ। ଏହା ପରେ “ରଣବିର” ମଧ୍ୟ “ଦୀପିକା”ଙ୍କୁ ବିବାହ କରିଥିଲେ ଏଥିରେ  “ଅନୁସ୍କା ” ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ବିପାଶା ବାସୁ – “କରନ ସିଂ ଗ୍ରୋବର” ଓ “ବିପାଶା” ଜଣା ଶୁଣା ଯୋଡି ଏହି ଦୁଇଜଣ ପରସ୍ପର ସହ ଅନେକ ସମୟ ବିତାଇଥିଲେ ଓ  ଏମାନେ ବିବାହ କରିଥିଲେ  ପରସ୍ପରସ ଙ୍କୁ । “ବିପାଶାଙ୍କ” ନାମ ଏହା ଆଗରୁ “ଜନ ଆବରହମଙ୍କ” ସହ ଆସିଥିଲା । “କରନ”ବି ଏହା ଆଗରୁ ଦୁଇଥର ବିବାହ କରିଥିଲେ।”ବିପାଶା” “ଡୋନି ମୋରିଆ” ଙ୍କ ସହ ମଧ୍ୟ ସମ୍ପର୍କରେ ଥିଲେ । “ବିପାଶା” ଙ୍କ ବିବାହର ରିଷେପସନ ରେ “ଡୋନୀଙ୍କୁ” ଦେଖିବକକୁ ମିଳିଥିଲା।

ପ୍ରିୟଙ୍କା ଚୋପଡା – ଏହି ଅଭିନେତ୍ରୀ ଙ୍କ ନାମ କେତେକ ଅଭିନେତାଙ୍କ ସହ ଯୋଡା ଯାଇଛି । ମାତ୍ର ସେ ବିବାହ କରିଥିଲେ ଆମେରିକାର ଗାୟକ “ନିକ” ଙ୍କୁ । “ନିକ” ଙ୍କୁ “ପ୍ରିୟଙ୍କା” ୨୦୧୮ ରେ ବିବାହ କରିଥିଲେ । ଏହି ବିବାହରେ ଅନେକ ଅଭିନେତା ଆସିଥିଲେ ମାତ୍ର ଅଭିନେତା “ହରମାନ ବାବେଜା” ଓ “ସାହିଦ କପୂର” ବି ଆସିଥିଲେ। ଏହି  ଦୁଇ ତରକାଙ୍କ ସହ ପ୍ରିୟଙ୍କାଙ୍କ ପ୍ରେମ ସମ୍ପର୍କ ଥିଲା ତେବେ ବି ପୁରୁଣା ଦିନ ଭୁଲି ଏହି ଦୁଇ ତରକା ପ୍ରିୟଙ୍କାଙ୍କ ବିବାହରେ ଯୋଗ ଦେଇ ଥିଲେ।