ଚାରି ମାସରୁ ଗାୟବ ଥିଲା ହେଡ୍ ମାଷ୍ଟର, ପିତା ପାଇଁ ପୁଅ ସ୍କୁଲରେ କରୁଥିଲା ଏହି କାମ, ଧରା ପଡିଲା ତ ମିଳିଲା ଏମିତି ସାସ୍ଥି

ଅଧିକାରୀ ମାନଙ୍କର ନିରକ୍ଷଣ ପରେ ମଧ୍ୟ ବିହାରରେ ସୁଧୁରି ନାହି ସ୍କୁଲର ସ୍ଥିତି । କିଛି ଦିନ ତଳେ ମୋତିହାରିରେ ଡିଏମ ଶିକ୍ଷକ ପତ୍ନୀଙ୍କ ସ୍ଥାନରେ ତାଙ୍କ ସ୍ଵାମୀଙ୍କୁ ପଢାଉଥିବାର ଧରିଥିଲେ, ଠିକ ଏହି ପରି କିଛି ହୋଇଥିଲା ଶେଖପୁର ଜିଲ୍ଲାରେ । ଯେଉଁଠି ସରକାରୀ ସ୍କୁଲରେ ଥିବା ଶିକ୍ଷକ ଚାରି ମାସ ହେଲାଣି ସ୍କୁଲ ଆସି ନାହାଁନ୍ତି । କିନ୍ତୁ ତାଙ୍କ ପୁଅ ସବୁଦିନ ସ୍କୁଲ ଆସି ତାଙ୍କର ହାଜିରା ପକେଇଦେଉଥିଲା । ହାଜିରା ପଡିଯାଉଥିବାରୁ ଶିକ୍ଷକ ସ୍କୁଲ ନଯାଇ ମଧ୍ୟ ବେତନର ଲାଭ ଉଠାଉ ଥିଲେ ।

ମଙ୍ଗଳ ବାର ଦିନ ପିତାଙ୍କର ହାଜିରା ପକେଇବା ପାଇଁ ଆସିଥିଲା ହେଡ୍ ମାଷ୍ଟରଙ୍କ ପୁଅ । ସେହି ସମୟରେ ଗାଁ ଲୋକମାନେ ତାକୁ ଧରିଥିଲେ । ଏହା ପରେ ସେହି ପିଲାଟିକୁ ଧରି ବନ୍ଦୀ କରିନେଲେ । ୨୫୦ଟି ପିଲା ମାନଙ୍କ ପାଇଁ ଥିବା ଶିକ୍ଷକଙ୍କର ଏହି ସବୁ କାମ ଦ୍ଵାରା ଶେଖପୁରରେ ଗଣ୍ଡଗୋଳ ଚାଲିଲା । ହେଡ୍ ମାଷ୍ଟର ସହିତ ସ୍କୁଲ ରେ ୭ଟି ଶିକ୍ଷକ ଅଛନ୍ତି । କିନ୍ତୁ ମଙ୍ଗଳ ବାର ଦିନ ଯେତେବେଳେ ଗଣ୍ଡଗୋଳ ହେଲା ସେତେବେଳେ ସ୍କୁଲରେ କେବଳ ୨ ଜଣ ଶିକ୍ଷକ ଥିଲେ । ଗାଁ ଲୋକମାନେ କହିଲେ ହେଡ୍ ମାଷ୍ଟର ସନ୍ତୋଷ କୁମାର ୪ ମାସ ହେଲାଣି ସ୍କୁଲ ଆସୁନାହାଁନ୍ତି । ତାଙ୍କ ପୁଅ ଆସି ହାଜିରା ପକାଉଛି, ତାଙ୍କ ପୁଅର ନାମ ହେଉଛି ସୁମନ କୁମାର ।

ସେଇଠି ସଦସ୍ୟ ଅଜୟ କୁମାରଙ୍କ ସହ ବିଦ୍ୟାର୍ଥୀ ମାନେ କହିଲେ କି ସ୍କୁଲରେ ହେଉଥିବା ବୈଠକରେ ମଧ୍ୟ ସୁମନ ବସୁଥିଲା । ସେହି ସ୍ଥାନରେ ପାଟି ତୁଣ୍ଡ କରୁଥିବା ଲୋକମାନେ କହିଲେ କି, ହେଡ୍ ମାଷ୍ଟର ସନ୍ତୋଷ କୁମାରର ଏହି କାରନାମା ପାଇଁ ବିଦ୍ୟା ବିଭାଗରେ ଥିବା ଅଧିକାରୀମାନେ ମଧ୍ୟ ଭାଗୀଦାର ଅଟନ୍ତି । ହେଡ୍ ମାଷ୍ଟରର ପୁଅ ସୁମନ କହିଲା କି, “ମୁଁ ବପାଙ୍କୁ ଖାଇବା ଦେବା ପାଇଁ ସ୍କୁଲକୁ ଯାଉଥିଲି ।” କିନ୍ତୁ ସେ ନିଜର ମିଛ କଥାରେ ହିଁ ଫସିଗଲା । ଏହା ପରେ ସେ କହିଲା ବାପା ଗାଁକୁ ଯାଇଥିବା କାରଣରୁ ସ୍କୁଲରେ ତାଙ୍କୁ ଅନୁପସ୍ଥିତ ବୋଲି କୁହାଯାଉଛି ।