ଆପଣଙ୍କର ଏହି ଛୋଟ ଛୋଟ ଭୁଲ ପାଇଁ ଘରକୁ ଆସିଥାଏ ଦରିଦ୍ରତା, ଜାଣନ୍ତୁ କିପରି କରିବେ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ

ହିନ୍ଦୁ ଧର୍ମ ଅନୁସାରେ ଗୋଟିଏ ପରିବାରର ଭଲ ପାଇବା ସହିତ ବାସ୍ତୁ ବି ଘରକୁ ସୁଖମୟ ରଖିଥାଏ । ଯଦି ଶୁକ୍ର ଓ ଚନ୍ଦ୍ରମାକୁ ପ୍ରସନ୍ନ କରିବାର ଅଛି ତେବେ ଘରେ କଳା ଓ ନୀଳ ରଙ୍ଗର ବ୍ୟବହାର ବିଲକୁଲ ବି କରନ୍ତୁ ନାହିଁ । ଏହା ସହିତ ଏହି କଥାର ବି ଧ୍ୟାନ ରଖନ୍ତୁ କି ଘରର ଦକ୍ଷିଣ ପୂର୍ବ ଦିଗରେ ହିଁ ରୋଷେଇ ଘର କରନ୍ତୁ । ଏହା ସହିତ ସବୁଦିନ ରୋଷେଇ ଘରେ କାମ କରୁଥିବା ମହିଳାମାନଙ୍କୁ କୌଣସି ବି କାମ ଆରମ୍ଭ କରିବା ପୂର୍ବରୁ ଘରର ଏହି ଦିଗରେ ଏକ ଦୀପ ନିଶ୍ଚିତ ଜଳାଇବା ଉଚିତ ।

Image courtesy: Google

ଘରେ ପ୍ରାୟତଃ ମହିଳାମାନେ ହିଁ ଖାଦ୍ୟ ତିଆରି କରିଥାନ୍ତି । ଏମିତିରେ ବିନା ସ୍ନାନ କରି ରୋଷେଇ ଘରେ କୌଣସି ବି କାମ କରିବା ଉଚିତ ନୁହେଁ । ଏହା ସହିତ ନିଜ ରୋଷେଇ ଘରେ ମାତା ଅନ୍ନପୂର୍ଣ୍ଣାଙ୍କର ଫଟୋ ନିଶ୍ଚିତ ରଖନ୍ତୁ । ମାତା ଅନ୍ନପୂର୍ଣାଙ୍କର ଫଟୋ ସ୍ଥାପନା କରିବା ଦ୍ଵାରା ଘରେ ସମସ୍ତେ ସୁସ୍ଥ ରହିଥାନ୍ତି ଓ ଭୋଜନ ବି ଭଲ ପ୍ରସ୍ତୁତ ହୋଇଥାଏ । ଏହା ଛଡା ଘରେ କିଛି ଏମିତି ବି ଭୁଲ ଥାଏ ଯାହା ଦ୍ଵାରା ଦରିଦ୍ରତା ଆସିଥାଏ ।

ଏହି ଭୁଲ ଗୁଡିକ ଦ୍ଵାରା ଘରେ ଆସିଥାଏ ଦରିଦ୍ରତା

Image courtesy: Google

ଯଦି ଆପଣ କୌଣସି ବି କାରଣରୁ ଅଧିକ ରାତି ପର୍ଯ୍ୟନ୍ତ ଚାହିଁ ରହୁଛନ୍ତି ଓ ସକାଳେ ଡେରିରେ ଉଠୁଛନ୍ତି ତେବେ ଏହା ଦ୍ଵାରା ବି ଘରକୁ ଦାରିଦ୍ରତା ଆସିଥାଏ । ନିୟମିତତା ନ ରହିବା ଦ୍ଵାରା ଶନି ଓ ଚନ୍ଦ୍ରମାର ଦୁଷ୍ପ୍ରଭାବ ଆସିବା କାରଣରୁ ଘରକୁ ଦାରିଦ୍ରତା ଆସିବାକୁ ଲାଗିଥାଏ । ଏହି କାରଣରୁ ସମୟ ପୂର୍ବରୁ ବ୍ୟକ୍ତିକୁ ଶୋଇବା ଉଚିତ ଓ ପୁଣି ସମୟରେ ଉଠିବା ଉଚିତ ।

ଘରର ସଦସ୍ୟ ଯଦି ସବୁବେଳେ କୌଣସି ନା କୌଣସି କାରଣରୁ ଘରେ ଲଢୁଛନ୍ତି ତେବେ ଘରକୁ ଦରିଦ୍ରତା ଆସିଥାଏ । ମାତା ଲକ୍ଷ୍ମୀ ସେଠାରେ ହିଁ ରୁହନ୍ତି ଯେଉଁଠି ମନୁଷ୍ୟଙ୍କ ମଧ୍ୟରେ ପ୍ରେମ ରହିଥାଏ ।

Image courtesy: Google

ଯେଉଁ ଘରେ ମହିଳାମାନଙ୍କର ସମ୍ମାନ ହୋଇ ନ ଥାଏ ସେଠାରେ ଶୁକ୍ର ଓ ଚନ୍ଦ୍ରମାଙ୍କର ଅଶୁଭତା କାରଣରୁ ଘରେ ଦରିଦ୍ରତାର ବାସ ହୋଇଥାଏ । ଘରର ମହିଳାମାନଙ୍କୁ ଲକ୍ଷ୍ମୀଙ୍କ ସହ ବି ତୁଳନା କରାଯାଏ । ଏମିତିରେ ଯେଉଁ ଘରେ ମହିଳାମାନଙ୍କର ଅପମାନ ହୋଇଥାଏ ସେହି ଘରେ ମାତା ଲକ୍ଷ୍ମୀଙ୍କର ବି ଅପମାନ ହୋଇଥାଏ । ଏମିତିରେ ଭୁଲରେ ବି ନିଜ ଘରର ସ୍ତ୍ରୀମାନଙ୍କୁ ଅପଶବ୍ଦ କୁହନ୍ତୁ ନାହିଁ ଓ ନା ହିଁ ତାଙ୍କର ଅପମାନ କରନ୍ତୁ ।

Image courtesy: Google

ଅପରିଷ୍କାର କପଡା, ଅଇଁଠା ବାସନ କିମ୍ବା ଆବର୍ଜନା ରହିବା ଦ୍ଵାରା ବି ମାତା ଲକ୍ଷ୍ମୀ ରାଗି ଯାଆନ୍ତି । ସବୁବେଳେ ଘରର ପରିଷ୍କାର ଉପରେ ଧ୍ୟାନ ଦିଅନ୍ତୁ ।

ଘରର ଦକ୍ଷିଣ ପୂର୍ବ କୋଣ ମାନେ ଆଗ୍ନେୟ କୋଣ କୁହାଯାଉଥିବା ଦିଗରେ ଯଦି ପାଣି ଭର୍ତ୍ତି କରି କୌଣସି ପାତ୍ରରେ ରଖାଯାଏ ତେବେ ସେଥିରୁ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । ଏମିତିରେ ଘରେ ଦାରିଦ୍ରତା ଆସିଥାଏ । ସେଥିପାଇଁ ଏହିଭଳି ସ୍ଥିତି ଗୁଡିକରୁ ବଞ୍ଚନ୍ତୁ ।

କେମିତି କରିବେ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ

Image courtesy: Google

ଶୁକ୍ଳ ପକ୍ଷ ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ସ୍ନାନ କରି ଏକ ଆସନରେ ନିଜର ମୁହଁକୁ ଉତ୍ତର କିମ୍ବା ପୂର୍ବ ଦିଗକୁ ରଖି ବସନ୍ତୁ । ବର୍ତ୍ତମାନ ନିଜ ସାମ୍ନାରେ ଲାଲ କପଡା ନେଇ ତାହା ଉପରେ ମାତା ଲକ୍ଷ୍ମୀ ଓ ନାରାୟଣଙ୍କର ଫଟୋ ସ୍ଥାପନା କରି ଗାଈ ଘିଅରେ ଦୀପ ଜଳାନ୍ତୁ । ଏହା ପରେ ଏକ ଶୁଦ୍ଧ ସ୍ଫଟିକ ମାଳ ଦ୍ଵାରା ଓଁ ଦାରିଦ୍ରଧ୍ୱଂସନୀ ନମଃ: ମନ୍ତ୍ରକୁ ୫ ଥର ଜପ କରନ୍ତୁ । ଏହା ପରେ ଭଗବାନ ଲକ୍ଷ୍ମୀ ନାରାୟଣଙ୍କୁ ଗୋଲାପ ଅତର ଅର୍ପଣ କରନ୍ତୁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।