12 ବର୍ଷ ପରେ ଆଜି ବହୁତ ବଦଳି ଯାଇଛନ୍ତି ସିରିଏଲ “ବାଳିକା ବଧୁ’ ର ଛୋଟ ଆନନ୍ଦି ଓ ଜଗ୍ୟା, ଆଜି ଦେଖାଯାନ୍ତି କିଛି ଏମିତି…

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମେ ଆମର ମନୋରଞ୍ଜନ କରିବା ପାଇଁ କେତେକ ଫିଲ୍ମ ଓ ଟିଭି ଧାରାବାହିକ ଦେଖିଥାଉ । ଏଥିରେ ଅଭିନୟ କରୁଥିବା ସମସ୍ତ କଳାକାର ନିଜର ଚରିତ୍ର କୁ ବହୁତ ଭଲ ଭାବରେ ପ୍ରଦର୍ଶନ କରିଥାନ୍ତି । ନିଜର ଚରିତ୍ର ରେ ସେମାନେ ଏପରି ଭାବରେ ପଶି ଯାଇଥାନ୍ତି ଯେ ଆମକୁ ଏହା ସତ୍ୟ ଲାଗିଥାଏ । ବର୍ତ୍ତମାନ ସମୟ ରେ ପ୍ରାୟତଃ ସମସ୍ତ ଲୋକ ବେଶୀ ଟିଭି ରେ ଦେଉଥିବା ଧାରାବାହିକ କୁ ଦେଖୁଛନ୍ତି । ସମସ୍ତ ଙ୍କ ଘରେ ଏହା ଏକ ସାଧାରଣ କଥା ।

ବନ୍ଧୁଗଣ ଧାରାବାହିକ ରେ ଅନେକ ଚରିତ୍ର ଙ୍କ ର ପିଲା ଦିନ ର ସମୟ କୁ ପ୍ରଦର୍ଶିତ କରିବା ପାଇଁ ଶିଶୁ କଳାକାର ମାନଙ୍କ ଆବଶ୍ୟକତା ହୋଇଥାଏ । କିନ୍ତୁ ଅନେକ ସମୟ ରେ ଏପରି କିଛି ଶିଶୁ କଳାକାର ରହିଥାନ୍ତି ଯେଉଁମାନେ ମୁଖ୍ୟ ଅଭିନେତା ଙ୍କ ଠାରୁ ମଧ୍ୟ ଅଧିକ ପ୍ରସିଦ୍ଧ ହୋଇଥାନ୍ତି ।

ସେହିପରି ଶିଶୁ କଳାକାର ଯୋଡି ହେଉଛନ୍ତି ବାଳିକା ବଧୁ ଧାରାବାହିକ ର ଆନନ୍ଦି ଓ ଜଗ୍ୟା ଙ୍କର । ବନ୍ଧୁଗଣ ବର୍ତ୍ତମାନ ସେମାନେ ବଡ଼ ହୋଇଗଲେଣି ଓ ଏବେ ସେ ବହୁତ ବଦଳି ଯାଇଛନ୍ତି । ତେବେ ଆସନ୍ତୁ ଜାଣିବା ବର୍ତ୍ତମାନ ସେମାନେ କିପରି ଦେଖା ଯାଉଛନ୍ତି । ବନ୍ଧୁଗଣ ରାଜସ୍ଥାନ ର ଏକ କାହାଣୀ ଉପରେ ଆଧାରିତ ବାଳିକା ବଧୁ ଧାରାବାହିକ ଟି ବହୁତ ଲୋକପ୍ରିୟତା ଅର୍ଜନ କରିଥିଲା ।

ଏହି ଧାରାବାହିକ ପ୍ରାୟତଃ ୫ ବର୍ଷ ହେବ ବନ୍ଦ ହୋଇଗଲାଣି ଏହି ଧାରାବାହିକ ରେ ଅଭିନୟ କରୁଥିବା କଳାକାର ମାନେ ମଧ୍ୟ ବହୁତ ପରିବର୍ତ୍ତନ ହୋଇଗଲେଣି । ଏହି ଧାରାବାହିକ ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ଆନନ୍ଦି ଓ ଜଗ୍ୟା ଙ୍କର । ଧାରାବାହିକ ରେ ଆନନ୍ଦି ଙ୍କ ଭୂମିକା ରେ ନଜର ଆସିଥିବା ଅଭିନେତ୍ରୀ ଙ୍କ ର ଅସଲ ନାମ ଅଭିକା କୋର ଅଟେ ।

ସେ ୩୦ ଜୁନ ୧୯୯୭ ରେ ମୁମ୍ବାଇ ରେ ଜନ୍ମ ହୋଇଥିଲେ । ସେ ନିଜର କ୍ୟାରିଅର ର ଆରମ୍ଭ ବାଳିକା ବଧୁ ଧାରାବାହିକ ରୁ କରିଥିଲେ । ଦର୍ଶକ ମାନେ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରିଥିଲେ । ସେ ଏହା ପରେ ଆହୁରି ଅନେକ ଗୁଡିଏ ଧାରାବାହିକ ରେ ମଧ୍ୟ ମୁଖ୍ୟ ଅଭିନେତ୍ରୀ ଭାବରେ ନଜର ଆସିଛନ୍ତି । ସେ ବର୍ତ୍ତମାନ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ଅନେକ ଫିଲ୍ମ ରେ କାମ କରୁଛନ୍ତି ।

ସେହିପରି ଏହି ଧାରାବାହିକ ରେ ଜଗ୍ୟା ଙ୍କ ଭୂମିକା ରେ ଅଭିନୟ କରୁଥିବା କଳାକାର ଙ୍କ ଅସଲ ନାମ ଅଭିନାଶ ମୁଖାର୍ଜୀ ଅଟେ । ସେ ଅଗଷ୍ଟ ୧ ତାରିଖ ୧୯୯୭ ମସିହା ରେ ଉତ୍ତର ପ୍ରଦେଶ ର ନୋଇଡା ଠାରେ ଜନ୍ମ ଗ୍ରହଣ କରିଥିଲେ । ଏହା ପରେ ସେ ମୁମ୍ବାଇ କୁ ନିଜ ପରିବାର ସହିତ ଚାଲି ଆସିଥିଲେ । ତାଙ୍କର କ୍ୟାରିଅର ମଧ୍ୟ ବାଳିକା ବଧୁ ରୁ ହିଁ ଆରମ୍ଭ ହୋଇଥିଲା ।

ଏହା ପରେ ସେ ଆହୁରି ଅନେକ ଲୋକପ୍ରିୟ ଧାରାବାହିକ ରେ ମୁଖ୍ୟ କଳାକାର ଭାବରେ ନଜର ଆସିଛନ୍ତି ଓ ଅନେକ ଲୋକପ୍ରିୟତା ସାଉଁଟିଛନ୍ତି । ବର୍ତ୍ତମାନ ଆନନ୍ଦି ଓ ଜଗ୍ୟା ଙ୍କ ଚରିତ୍ର ରେ ଅଭିନୟ କରୁଥିବା ଉଭୟ କଳାକାର ଙ୍କ ବୟସ ୨୩ ବର୍ଷ ଅଟେ । ସେମାନଙ୍କ ଠାରେ ବର୍ତ୍ତମାନ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଦୁହେଁ ବର୍ତ୍ତମାନ ସମୟ ରେ ବହୁତ ଷ୍ଟାଇଲିସ ଓ ଗ୍ଲାମରସ ଦେଖା ଯାଉଛନ୍ତି । ତାଙ୍କର ଏହି ଲୁକ କୁ ମଧ୍ୟ ଦର୍ଶକ ମାନେ ବହୁତ ପସନ୍ଦ କରୁଛନ୍ତି ।

ବନ୍ଧୁଗଣ ଆପଣଂକୁ ଏହି ଦୁଇ କଳାକାର କିପରି ଲାଗନ୍ତି ନିଶ୍ଚୟ ଆମକୁ ଜଣାଇବେ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।