କଣ ପଢୁଥିବା ପାଠ ମନେ ରହୁ ନାହିଁ ? ଭୁଲି ଯାଉଛନ୍ତି ? ଜାଣନ୍ତୁ କଣ କରିବେ ?- Study Tips

ପାଠ ଏପରି ଏକ ଜିନିଷ ନାହାକି ମନୁଷ୍ୟ ଏହା ବିନା ବଞ୍ଚିବା କଷ୍ଟକର ହୋଇଥାଏ । ପାଠ ବିନା ମନୁଷ୍ୟ ତାର ଜୀବନରେ ଆଗକୁ ବଢ଼ିପାରେ ନାହିଁ । ପାଠ ଦ୍ୱାରା ହିଁ ମନୁଷ୍ୟ ଜୀବନରେ ସମ୍ମାନ ପାଇଥାଏ । ଏଥି ପାଇଁ ମନୁଷ୍ୟକୁ ପାଠର ଆବଶ୍ୟକ ହୋଇଥାଏ । ଲିଛି ଛାତ୍ର ମାନଙ୍କୁ ଏହା କହିବାର ଶୁଣିଥିବେ କି ପଢିଥିବା ପାଠ ମନେ ରହୁନାହିଁ । ଆଜି ଆମେ ଆପଣଙ୍କ ପାଠ କିପରି ମନେ ରଖିବେ ଏହାର କିଛି ସହଜ ଉପାୟ ବିଷୟରେ ଜଣାଇବୁ ।

ପାଠ ମନେ ରଖିବାର ମୁଖ୍ୟ ଉପାଦାନଟି ହେଲା ଆତ୍ମା ବିଶ୍ୱାସ । ଯଦି ଆପଣ ସଫଳତା ପାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କର ଆତ୍ମବିଶ୍ୱାସ ଥିବ ନିହାତି ଆବଶ୍ୟକ ହୋଇଥାଏ । ଆପଣ ଦେଖିଥିବେକି କିଛି ଛାତ୍ର ପୁରା ବର୍ଷଟା ଯାକ ପାଠ ପଢ଼ନ୍ତି ନାହିଁ କିନ୍ତୁ ପରୀକ୍ଷା ପାଖେଇ ଆସିବା ମାତ୍ରେ ପାଠ ପଢିବାକୁ ଆରମ୍ଭ କରିଥାନ୍ତି ଏବଂ ପରୀକ୍ଷାରେ ଭଲ ସଫଳତା ପାଇଥାନ୍ତି ।

ଏହା ସେମାନଙ୍କର ଆତ୍ମବିଶ୍ୱାସ ଥାଏ ବା ପାଠ ପଢ଼ିବାର ଶୈଳୀ ଥାଏ । ଆପଣଙ୍କର ଯଦି ଆତ୍ମବିଶ୍ୱାସ ଦୃଢ ଥାଏ ତେବେ ପରୀକ୍ଷାରେ ଭଲ ସଫଳତା ପାଇବେ । କିଛି ବ୍ୟକ୍ତି ପଢିବା ବେଳେ ଭାବି ଥାନ୍ତିକି ଏତେ ପାଠ କିପରି ମନେ ରହିବ । ସତକୁ ସତ କିଛି ମନେ ରୁହେ ନାହିଁ କାହିଁକିନା ।

ସବୁବେଳେ ଗୋଟିଏ କଥା ମନେ ରଖିବା ଉଚିତ କି ମସ୍ତିଷ୍କ ତାହାକରିଥାଏ ଯାହା ମେ ମାନି ନେଇଥାଉ । ଆମେ ଯେତେବେଳେ ଭାବିଦେଉ କି କିଛି ଆମର ମନେ ରହୁନାହିଁ ସେତେବେଳେ ସତରେ ଆମର କିସଭି ମନେ ରୁହେ ନାହିଁ । ସେଠି ପାଇଁ ପଢିବା ପୂର୍ବରୁ କେବେ ବି ବି ଭାବନ୍ତୁ ନାହିଁ କି କିଛି ମନେ ରହୁନାହିଁ । ସବୁବେଳେ ସକରାତ୍ମକ ଭାବନା ନେଇ ପାଠ ପଢିବ ଉଚିତ । ଏହା ଦ୍ୱାରା ଆପଣଙ୍କୁ ସବୁ ମନେ ରହିବ ।

ଦ୍ଵିତୀୟ ଉପାୟଟି ହେଲା ରିଭିଜନ , କିଛି ଛାତ୍ର କୌଣସି ବିଷୟକୁ ଥରେ ପସହିଥାନ୍ତି ଓ କୁହନ୍ତି କି ଆମକୁ କିଛି ମନେ ରହୁନାହିଁ । କିନ୍ତୁ ଏହି ପାଠକୁ ଦୁଇ ତିନି ଥର ରିଭିଜନ କରିବା ଆବଶ୍ୟକ ଯାହାକି ନିଶ୍ଚିତ ଭାବରେ ସେହି ପାଠ ମନେ ରହିବ । ଯଦି କୌଣସି ବିଷୟରେ ମନେ ରହୁନାହିଁ ତେବେ ସେହି ବିଷୟକୁ ଅଧିକ ତର୍ଜମା କରି ତାର ସରଳି କରଣ କରି ମନେ ରଖିବା ଉଚିତ ।

ତୃତୀୟ ଉପାୟ ଟି ହେଲା କଳ୍ପନା କରିବା , ଆମେ ଯେତେବେଳେ ଗୋଟିଏ ଫିଲ୍ମ ଦେଖୁ ତାହା ଆମର ମନେ ରହିଥାଏ ଏହାର କାରଣ ଆମର କଳ୍ପନା ଅର୍ଥାତ ଯେତେବେଳେ ସେହି ଫିଲ୍ମ ର ନାମ ନିଆଯାଏ ଆମକୁ ସେହି ଫିଲ୍ମର ସବୁ ଦୃଶ୍ୟକୁ ଆମେ କଳ୍ପନା କରି ମନେ ପକାଇଥାଉ ଠିକ ସେହିପରି ଆମକୁ ପାଠକୁ ଯଦି କଳ୍ପନା କରି ପଢ଼ାଯାଏ ତେବେ ସେହି ପାଠ ଅତି ସହଜରେ ମନେ ରହିଥାଏ ।

ଚତୁର୍ଥ ଉପାୟ ଟି ହେଲା ଦୈନିକ ଦିନଚାର୍ଯ୍ୟା , ଆମକୁ ସବୁବେଳେ ଦୈନିକ ଭାବେ ଏକ ସରଣୀ ତିଆରି କରିବା ଉଚିତ ଓ ସବୁଦିନ ଅଳ୍ପ ଅଳ୍ପ କରି ପଢିବା ଉଚିତ । ଏବଂ ତାକୁ ରିଭିଜନ କରିବା ଉଚିତ । ଯାହାଫଳରେ କି ପରୀକ୍ଷା ସମୟରେ ପାଠ ପଢିବାରେ କଷ୍ଟ ଅନୁଭବ ହୁଏ ନାହିଁ ଓ ପାଠ ଅତି ସହଜରେ ମନେ ରହିଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।