ଦିନେ ବଲୀଉଡର ସବୁଠୁ ମହଙ୍ଗା ଅଭିନେତା ଥିଲେ ଗୋବିନ୍ଦା, କିନ୍ତୁ ଏହି ଫିଲ୍ମ ଖରାପ କରିଦେଲା ତାଙ୍କର କ୍ୟାରିୟର

୮୦ ଓ ୯୦ ଦଶକରେ ବଲୀଉଡର ସବୁଠୁ ଚର୍ଚିତ ଓ ଲୋକପ୍ରିୟ ଅଭିନେତା ଗୋବିନ୍ଦାଙ୍କ ବିଷୟରେ ସମସ୍ତେ ଜାଣିଛନ୍ତି । ସେ ଜଣେ ଭଲ ଅଭିନେତା ସହ ଭଲ ଡାନ୍ସର ବି ଥିଲେ । କହିବାକୁ ଗଲେ ଗୋଟିଏ ସମୟରେ ଗୋବିନ୍ଦା ବଲୀଉଡର ସବୁଠୁ ମହଙ୍ଗା ଅଭିନେତା ଥିଲେ । କିନ୍ତୁ ଆଜି ତାଙ୍କର କ୍ୟାରିୟର ଫ୍ଲପ ହୋଇ ଯାଇଛି । କହିବାକୁ ଗଲେ ଗୋବିନ୍ଦାଙ୍କୁ ଶେଷ ଥର ୨୦୦୭ରେ ରିଲିଜ ହୋଇଥିବା ଫିଲ୍ମ ପାର୍ଟନରରେ ଦର୍ଶକମାନେ ଦେଖିଥିଲେ ।

ଏହି ଫିଲ୍ମ ପରେ ତାଙ୍କର ଆଉ କୌଣସି ବି ଫିଲ୍ମ ହିଟ ହୋଇ ନାହିଁ । କହିବାକୁ ଗଲେ ଗୋବିନ୍ଦାଙ୍କ କ୍ୟାରିୟର କିଛି ଫିଲ୍ମ ପାଇଁ ବୁଡି ଯାଇଛି । ଏମିତିରେ  ଆଜି ଆମେ ଆପଣଙ୍କୁ ଗୋବିନ୍ଦାଙ୍କ ଅଭିନୀତ ସେହି ଫିଲ୍ମ ଗୁଡିକ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ସେ ହିରୋରୁ ଜିରୋ ହୋଇଗଲେ ।

୧. ଚଲ ଚଲା ଚଲ :

ଏହି ଫିଲ୍ମ ୮ କୋଟି ଟଙ୍କା ବଜେଟରେ ନିର୍ମିତ ହୋଇଥିଲା । ଏହି ଫିଲ୍ମରେ ଗୋବିନ୍ଦା, ରିମା ସେନ, ରାଜପାଲ ୟାଦବ ଓ ମନୋଜ ଜୋଶୀ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଫିଲ୍ମ ରିଲିଜ ହେବାର ପ୍ରଥମ ଦିନରେ ହିଁ ୨.୬୦ ଲକ୍ଷ ଟଙ୍କାର ବ୍ୟବସାୟ କରିଥିଲା । ଫିଲ୍ମକୁ ମୋଟ ୧୫୦ ସ୍କ୍ରିନରେ ରିଲିଜ କରାଯାଇଥିଲା । ଏହା ପରେ ଏହି ଫିଲ୍ମଟି ମାତ୍ର ୧.୨୯ କୋଟି ଟଙ୍କାର ବିଜନେସ କରିଲା । ଏହି କାରଣରୁ ଫିଲ୍ମ ନିର୍ମାତାଙ୍କୁ ବହୁତ କ୍ଷତି ସହିବାକୁ ପଡିଲା । କହିବାକୁ ଗଲେ ଏହି ଫିଲ୍ମ ଗୋବିନ୍ଦାଙ୍କ କ୍ୟାରିୟର ର ସବୁଠୁ ବଡ ଫ୍ଲପ ଫିଲ୍ମ ଥିଲା ।

୨. ମନି ହେ ତୋ ହନି ହେ :

ବଲିଉଡ ଫିଲ୍ମ ‘ମନି ହେ ତୋ ହନି ହେ’ ୨୫ ଜୁଲାଇ ୨୦୦୮ରେ ରିଲିଜ ହୋଇଥିଲା । ଆପଣଙ୍କୁ କହିଦେଉଛୁ କି ଏହି ଫିଲ୍ମର ବଜେଟ ୮ କୋଟି ଥିଲା ଓ ଏହି ଫିଲ୍ମ ବକ୍ସ ଅଫିସରେ ୬୯ ଲକ୍ଷର ଓପନିଂ ବି କରିଲା ଓ ଏହା ପରେ ବକ୍ସ ଅଫିସରେ ମାତ୍ର ୩.୮୭ କୋଟିର ବିଜନେସ କରିଲା ।

୩. ଆ ଗୟା ହିରୋ :

ଏହି ଫିଲ୍ମ ୧୭ ମାର୍ଚ ୨୦୧୭ରେ ରିଲିଜ ହୋଇଥିଲା । ଏହି ଫିଲ୍ମ ୮.୫୦ କୋଟିରେ ପ୍ରସ୍ତୁତ ହୋଇଥିଲା । ଏହି ଫିଲ୍ମ ପ୍ରତି ଗୋବିନ୍ଦାଙ୍କ ବହୁତ ଆଶା ଥିଲା । କିନ୍ତୁ ଏହି ଫିଲ୍ମ ବି ବକ୍ସ ଅଫିସରେ ଫ୍ଲପ ପ୍ରମାଣିତ ହେଲା । ଏହି ଫିଲ୍ମର ନିର୍ମାତା ନିଜେ ଗୋବିନ୍ଦା ହିଁ ଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ମାତ୍ର ୯୯.୭୫ ଲକ୍ଷ ଟଙ୍କା ଆୟ କରିଥିଲା ।

୪. ସୁଖ :

ଏହି ଫିଲ୍ମକୁ ବି ନିଜେ ଗୋବିନ୍ଦା ୫ କୋଟି ଟଙ୍କାରେ ପ୍ରସ୍ତୁତ କରିଥିଲେ । କିନ୍ତୁ ଏହି ଫିଲ୍ମଟି ବକ୍ସ ଅଫିସରେ ମାତ୍ର ୯ ଲକ୍ଷ ଟଙ୍କାର ବିଜନେସ ହିଁ କରିଲା । ଏହି ଫିଲ୍ମ କରିବା ପରେ ଗୋବିନ୍ଦାଙ୍କୁ ବହୁତ କ୍ଷତି ସହିବାକୁ ପଡିଥିଲା । ଏହି ଫିଲ୍ମ ସବୁଠାରୁ ବଡ ଫ୍ଲପ ଥିଲା ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।