South ହିରୋଇନ Rashmika Mandanna ଙ୍କ ଲାଇଫ ଷ୍ଟାଇଲ, ଇନକମ, ଘର, ବୟଫ୍ରେଣ୍ଡ ଓ କେତେ ସମ୍ପତ୍ତି ଅଛି ତାଙ୍କ ପାଖରେ ଦେଖନ୍ତୁ

ଟଲିଉଡ ସିନେମାରେ ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯିଏ ଅନେକ ଦିନ ଧରି କାମ କରି ଆସୁଛନ୍ତି । ଆଜି ଆମେ ଯେଉଁ ହିରୋଇନ୍ ବିଷୟରେ କହିବାକୁ ଯାଉଛୁ ସେ କିଛି ଦିନ ପୁର୍ବରୁ ଆକ୍ଟିଂ ଦୁନିଆରେ ପାଦ ରଖିଲେ ।

କିନ୍ତୁ ଦେଖୁ ଦେଖୁ ସେ ଆଜି ଟଲିଉଡୟ ଟପ୍ ହିରୋଇନ୍ ମାନଙ୍କ ଲିଷ୍ଟରେ ସାମିଲ ହୋଇଗଲେ । ସେ ବର୍ତ୍ତମାନ ଟଲିଉଡ ଇଣ୍ଡଷ୍ଟ୍ରିର ଅଧିକ ପଇସା ପ୍ରାପ୍ତ ହିରୋଇନ୍ ବନି ଯାଇଛନ୍ତି । ଆଜି ଆମେ କଥା ହେବା ରଶ୍ମିକା ମନ୍ଦନାଙ୍କର । ରଶ୍ମିକା ମନ୍ଦନା ୫ ଅପ୍ରେଲ ୧୯୯୬ ରେ କର୍ଣ୍ଣାଟକରେ ଜନ୍ମ ଗ୍ରହଣ କରିଥିଲେ । ସେ ବର୍ତ୍ତମାନ ୨୫ ବର୍ଷୀୟ ଅଟନ୍ତି ।

ସେ ତାଙ୍କ ପ୍ରାଥମିକ ଶିକ୍ଷା ‘କୁର୍ଗ ପବ୍ଲିକ’ ସ୍କୁଲରେ ଆରମ୍ଭ କରିଥିଲେ । ଏହାପରେ ସେ ତାଙ୍କ ପର୍ଯ୍ୟାୟ ‘ଏମ୍ ଏସ୍ ରମହିୟା କଲେଜ ଅଫ ଆର୍ଟ, ସାଇନ୍ସ ଆଣ୍ଡ କମର୍ସ, ୍ବେଙ୍ଗାଲୁରୁ’ ଗ୍ରାଜୁଏସନ୍ ରେ ସାଇକୋଲଜି, ଜର୍ନାଲିଜମ୍ ଆଣ୍ଡ ଇଂଗ୍ଲିସ୍ ଲିଟ୍ରେଚର ରେ କରିଥିଲେ । ସେ ପିଲାବେଳୁ ପଢାଲେଖାରେ ବହୁତ ଭଲ ଥିଲେ ।

ତାଙ୍କର ଛୋଟବେଳୁ ଆକ୍ଟିଂ ପାଇଁ ବହୁତ ରୁଚି ଥିଲା । ଯେଉଁଥିପାଇଁ ସେ ଛୋଟ ଛୋଟ ବିଜ୍ଞାପନରେ ତାଙ୍କୁ ଦେଖିବାକୁ ମିଳିଥିଲା । ସେ ନିଜ କଲେଜ ପଢ଼ା ସହିତ ମଡେଲିଂ ମଧ୍ୟ କରୁଥିଲେ । ସେ ୧୫ବର୍ଷ ବୟସରୁ ସ୍ଥିର କରିଥିଲେ ଯେ ବଡ଼ ହୋଇ ସେ ଭଲ ଅଭିନେତ୍ରୀ ହେବେ । ସେ ପେଶାରୁ ଜଣେ ଅଭିନେତ୍ରୀ ଏବଂ ମଡେଲ ଅଟନ୍ତି । ସେ ନିଜ କ୍ୟାରିୟରର ଆରମ୍ଭ ୨୦୧୨ ମସିହା ‘କ୍ଲିନ୍ ଆଣ୍ଡ କ୍ଲିଅର’ରୁ ଆରମ୍ଭ କରିଥିଲେ ।

ଏହାପରେ କନ୍ନଡ଼ ଫିଲ୍ମ ‘କିରିକ୍ ପାର୍ଟି’ ର ନିର୍ଦ୍ଦେଶକ ରଶ୍ମିକା ମନ୍ଦନାଙ୍କୁ କାମ କରିବାକୁ ସୁଯୋଗ ଦେଇଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ସିମା ଆୱାର୍ଡ଼ ମଧ୍ୟ ମିଳିଥିଲା । ଏହି ଫିଲ୍ମ ପରେ ସେ ରକ୍ସିତ୍ ସେଠୀଙ୍କ ସହ ପ୍ରେମ ହୋଇଥିଲା ଏବଂ କିଛି ଦିନ ପରେ ନିର୍ବନ୍ଧ ମଧ୍ୟ । କିନ୍ତୁ ଏହି ସମ୍ପର୍କ ଅଧିକ ଦିନ ରହିଲା ନାହିଁ । ଦୁଇ ଜଣଙ୍କର ବ୍ରେକ ଅପ୍ ହୋଇଗଲା । ଏହାପରେ ସେ ଡିପ୍ରେସନକୁ ଚାଲିଗଲେ ଖାଲି ଏତିକି ନୁହେଁ ଏହାପରେ ତାଙ୍କର ଦୁଇଟି ଫିଲ୍ମ ରିଲିଜ ହୋଇ ସୁପର ଫ୍ଲପ୍ ହେଲା ଯାହା ଫଳରେ ସେ ଆହୁରି ଡିପ୍ରେସନକୁ ଚାଲିଗଲେ ।

ଏହାପରେ ସେ ୨୦୧୮ ମସିହାରେ ତେଲୁଗୁ ଫିଲ୍ମ ‘ଚଲୋ’ ରେ କମ୍ ବ୍ୟାକ କଲେ ଯାହା ସୁପରହିଟ ରହିଲା । କିନ୍ତୁ ଲୋକପ୍ରିୟତା ତାଙ୍କର ସେତେବେଳେ ବଢିଲା ଯେତେବେଳେ ସେ ବିଜୟ ଦେବରକୋଣ୍ଡାଙ୍କ ସହ ଗୀତା ଗୋବିନ୍ଦମ୍ ଫିଲ୍ମ କଲେ । ଏହି ଫିଲ୍ମ ତାଙ୍କୁ ନୂଆ ପରିଚୟ ଆଣି ଦେଲା । ସେ ବର୍ତ୍ତମାନ ଗୋଟିଏ ଫିଲ୍ମ ପାଇଁ ୭ କୋଟି ନିଅନ୍ତି । କୈାଣସି ବ୍ରାଣ୍ଡ ଆମ୍ବାସଡର ପାଇଁ ୩ କୋଟି ନିଅନ୍ତି । ତାଙ୍କର ଟୋଟାଲ୍ ନେଟ୍ୱର୍ଥ ୩୦ କୋଟି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ