ନିଜର ପ୍ରଥମ ପ୍ରେମ କୁ ପାଇବା ପାଇଁ Bollywood ଓ South ର ଏହି ଷ୍ଟାର ମାନେ ଟପିଗଲେ ନିଜର ସବୁ ସୀମା, ଜଣେ ତ ନିଜ ରକ୍ତ ରେ ଲେଖିଥିଲେ ଚିଠି

ବଲୀଉଡ କିମ୍ବା ସାଉଥ ଫିଲ୍ମ ଗୁଡିକରେ ଆମେ ପ୍ରାୟତଃ ଦେଖିଥାଉ କି ଫିଲ୍ମର ହିରୋ ଓ ହିରୋଇନ ନିଜର ପ୍ରେମକୁ ପାଇବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି । ସୁଇସାଇଡ ମଧ୍ୟ କରି ନିଅନ୍ତି କିମ୍ବା ରକ୍ତରେ ଚିଠି ଲେଖିଥାନ୍ତି । ଏହିଭଳି କରିବା ଦ୍ଵାରା ତାଙ୍କୁ ତାଙ୍କର ଭଲ ପାଇବା ମିଳିଯାଏ । କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ସାଉଥ ଓ ବଲୀଉଡର ଏମିତି ବହୁତ କଳାକାର ଅଛନ୍ତି ଯେଉଁମାନେ ନିଜର ପ୍ରେମକୁ ପାଇବା ପାଇଁ ଅସଲ ଜୀବନରେ ସବୁ ସୀମା ପାର କରି ଦେଇଛନ୍ତି ।

କିନ୍ତୁ ଏହା ମଧ୍ୟରେ କିଛି ଷ୍ଟାରମାନଙ୍କୁ ହିଁ ପ୍ରେମରେ ସବୁ ସୀମା ପାର କରିବାର ରେଜଲ୍ଟ ମିଳିଲା । କିନ୍ତୁ ଅନ୍ୟ ପଟେ ଏମିତି ବି କିଛି ଷ୍ଟାର ଅଛନ୍ତି ଯେଉଁମାନେ ପ୍ରେମରେ ସବୁ ସୀମା ପାର ତ କରିଲେ କିନ୍ତୁ ତଥାପି ତାଙ୍କୁ ତାଙ୍କର ପ୍ରେମ ମିଳିଲା ନାହିଁ । ଏମିତିରେ ଆଜି ଆମେ ଆପଣଙ୍କୁ ବଲୀଉଡ ଓ ସାଉଥ ଫିଲ୍ମର ଷ୍ଟାରମାନଙ୍କ ବିଷୟରେ କହିବା ଯେଉଁମାନେ ନିଜର ପ୍ରେମକୁ ପାଇବା ପାଇଁ ସବୁ ସୀମା ପାର କରି ଦେଇଥିଲେ ।

ଆମିର ଖାନ

ବଲୀଉଡର ସୁପରଷ୍ଟାର ଆମିର ଖାନଙ୍କ ନାଁ ଏହି ଲିସ୍ଟରେ ପ୍ରଥମ ସ୍ଥାନରେ ଅଛି । କହିବାକୁ ଗଲେ ଆମିର ଖାନ ନିଜର ବନ୍ଧୁ ରିନା ଦତ୍ତାଙ୍କ ପ୍ରେମରେ ଏତେ ପାଗଳ ହୋଇ ଯାଇଥିଲେ କି ତାଙ୍କୁ ପାଇବା ପାଇଁ ଆମିର ଖାନ ରିନା ଦତ୍ତାଙ୍କୁ ରକ୍ତରେ ଚିଠି ଲେଖିଥିଲେ । ଏହା ପରେ ନିଜ ପାଇଁ ଏତେ ଭଲ ପାଇବା ଦେଖି ରିନା ଦତ୍ତା ଆମିର ଖାନଙ୍କୁ ବିବାହ କରି ନେଲେ । କିନ୍ତୁ କୌଣସି କାରଣରୁ ଦୁଇ ଜଣଙ୍କ ତଲାକ ମଧ୍ୟ ହୋଇଗଲା । ଏହା ପରେ ଆମିର ଖାନ କିରଣ ରାଓଙ୍କୁ ବିବାହ କରିନେଲେ ।

ନାଗାର୍ଜୁନ

ସାଉଥର ମୋସ୍ଟ ପପୁଳାର ଅଭିନେତା ନାଗାର୍ଜୁନ ନିଜ ପ୍ରେମକୁ ପାଇବା ପାଇଁ ସବୁ ସୀମା ପାର କରି ଦେଇଥିଲେ । ସେ ଅମଲାଙ୍କ ସହ ବିବାହିତ ହେବା ସତ୍ବେ ବି ତବୁଙ୍କୁ ବିବାହ କରିବା ପାଇଁ ଇଚ୍ଛା କରିଥିଲେ । କିନ୍ତୁ ଅମଲାଙ୍କ ସୁ-ଇ-ସା-ଇ-ଡ କରିବାର ଧମକ ଦେବା ପରେ ନାଗାର୍ଜୁନ ତବୁଙ୍କ ହାତ ସବୁଦିନ ପାଇଁ ଛାଡି ଦେଲେ ଓ ନିଜ ସ୍ତ୍ରୀ ପାଖକୁ ଫେରି ଆସିଲେ ।

ସଲମାନ ଖାନ

ବଲୀଉଡର ଦବଙ୍ଗ ଖାନ ଅର୍ଥାତ ସଲମାନ ଖାନ ୫୫ ବର୍ଷ ବୟସରେ ବି ସିଂଗଲ ଅଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ଐଶ୍ୱର୍ୟା ରାୟ ଅଟନ୍ତି । ଗୋଟିଏ ସମୟ ଥିଲା ଯେତେବେଳେ ସଲମାନ ଓ ଐଶ୍ୱର୍ୟା ରାୟ ପରସ୍ପରକୁ ବହୁତ ଭଲ ପାଉଥିଲେ । କିନ୍ତୁ ସଲମାନ ଐଶ୍ୱର୍ୟା ରାୟଙ୍କ ପ୍ରେମରେ ଏତେ ପାଗଳ ଥିଲେ କି ତାଙ୍କୁ ନିଜର କରିବା ପାଇଁ ସବୁ ସୀମା ପାର କରି ଦେଉଥିଲେ ଓ ତାଙ୍କୁ ଅନ୍ୟ କାହା ସହିତ ଦେଖି ବି ପାରୁ ନ ଥିଲେ ।

ସେଥିପାଇଁ ତ ସଲମାନ ଖାନ ଗୋଟିଏ ପାର୍ଟିରେ ଐଶ୍ୱର୍ୟା ରାୟଙ୍କୁ ଚା-ପୁ-ଡା ମାରି ଦେଇଥିଲେ ଓ ଏହା ପରେ ଐଶ୍ୱର୍ୟା ରାୟଙ୍କ ଘରକୁ ଯାଇ ବି ବହୁତ ହଙ୍ଗାମା କରିଥିଲେ । ଅତ୍ୟଧିକ ପ୍ରେମ କରିବା ଓ ସଲମାନଙ୍କ ରାଗ କାରଣରୁ ଐଶ୍ୱର୍ୟା ରାୟ ତାଙ୍କୁ ଛାଡି ଦେଲେ । ଯେଉଁ କାରଣରୁ ସଲମାନ ଖାନ ଆଜି ବି ସିଂଗଲ ଅଛନ୍ତି ।

ରବିନା ଟଣ୍ଡନ

ଗୋଟିଏ ସମୟରେ ଫିଲ୍ମ ଜଗତରେ ରବିନା ଟଣ୍ଡନ ଓ ଅଜୟ ଦେବଗନଙ୍କ ପ୍ରେମର ଚର୍ଚା ହେଉଥିଲା । କିନ୍ତୁ ଅଜୟ ଦେବଗନଙ୍କ ଜୀବନରେ କରିଶ୍ମା କପୁର ଆସିବା ପରେ ଅଜୟ ଦେବଗନ ରବିନା ଟଣ୍ଡନଙ୍କୁ ଛାଡି ଦେଲେ । ଏହା ପରେ ରବିନା ଟଣ୍ଡନ ଅଜୟ ଦେବଗନଙ୍କୁ ପୁଣି ଥରେ ପାଇବା ପାଇଁ ଆ-ତମ-ହ-ତୟା କରିବାକୁ ଚେଷ୍ଟା କରିଥିଲେ । ଏଥିରେ ତାଙ୍କୁ କିଛି ଲାଭ ମିଳିଲା ନାହିଁ ।

ରାମ ପୋଥିନେନୀ

ସାଉଥର ପ୍ରସିଦ୍ଧ ଅଭିନେତା ରାମ ପୋଥିନେନୀ ଆଜି ନିଜର ଗର୍ଲଫ୍ରେନ୍ଡ ଅନୁପମା ପରମେସ୍ୱରଙ୍କ ସହିତ ବହୁତ ଖୁସିରେ ଅଛନ୍ତି । କିନ୍ତୁ ଆପଣଙ୍କୁ କହିଦେଉଛୁ କି ଅନୁପମା ପରମେସ୍ୱରଙ୍କୁ ପାଇବା ପାଇଁ ରାମ ସବୁ ସୀମା ପାର କରି ଦେଇଥିଲେ । ପ୍ରଥମେ ପ୍ରଥମେ ଯେତେବେଳେ ଅନୁପମା ରାମଙ୍କ ପ୍ରତି ରୁଚି ଦେଖାଉ ନ ଥିଲେ ତେବେ ରାମ କିଛି ବନ୍ଧୁମାନଙ୍କ ସହିତ ମିଶି ଗୋଟିଏ ପ୍ଳାନ କରିଲେ । ଯେଉଁଥିରେ ସେମାନେ ସମସ୍ତେ ଅନୁପମାଙ୍କୁ ଅ-ପ-ହ-ର-ଣ କରିବାକୁ ଚେଷ୍ଟା କରିଲେ ।

ଏହା ପରେ ରାମ ସେହି ସମସ୍ତ ଲୋକମାନଙ୍କ ଠାରୁ ଅନୁପମାଙ୍କୁ ବଞ୍ଚାଇ ଅନୁପମାଙ୍କ ବିଶ୍ଵାସ ଜିତି ନେଲେ ଓ ସେହି ସମୟରୁ ଦୁଇ ଜଣ ଏକତ୍ରିତ ଅଛନ୍ତି । କିନ୍ତୁ କିଛି ଦିନ ପରେ ରାମ ଅନୁପମାଙ୍କୁ ସବୁ ସତ କହି ଦେଇଥିଲେ ଏହା ସତ୍ବେ ବି ଅନୁପମା ରାମଙ୍କ ସହିତ ଗୋଟିଏ ଭଲ ସମ୍ପର୍କରେ ଅଛନ୍ତି ।