ଜାପାନ ରେ ହୋଇଥିବା ଏକ ଷ୍ଟଡି ର ଦାବି, ୧ ବର୍ଷ ପର୍ଯ୍ୟନ୍ତ ଏହି ଲୋକଙ୍କୁ କରୋନା ଛୁଇଁ ବି ପାରିବନି

ଗୋଟିଏ ପଟେ କରୋନାର ଭୟଙ୍କର ରୂପ ଦେଖିବାକୁ ମିଳୁଥିବା ବେଳେ, ଅନ୍ୟ ପଟେ କରୋନାକୁ ପରାସ୍ତ କରିଥିବା ରୋଗୀଙ୍କ ପାଇଁ ଏକ ଭଲ ଖବର ଶୁଣିବାକୁ ମିଳିଛି ।

ଜାପାନୀ ନ୍ଯୁଜ୍ ଏଜେନ୍ସି ମୁତାବକ, ଗତ ବର୍ଷ ସଂକ୍ରମିତ ହୋଇଥିବା ୨୫୦ ଲୋକଙ୍କୁ ନେଇ କରାଯାଇଥିବା ଏକ ଅଧ୍ୟୟନରୁ ଜଣା ପଡିଛି ଯେ, କରୋନା ସଂକ୍ରମଣରୁ ଠିକ୍ ହେଉଥିବା ୯୬% ରୋଗୀଙ୍କ ମଧ୍ୟରେ ଏକ ବର୍ଷ ପରେ ମଧ୍ୟ ଆଣ୍ଟିବଡି ମହଜୁଦ ରୁହେ । ତେବେ ଅଧ୍ୟୟନ କରାଯାଇଥିବା ଏହି ସମସ୍ତ ଲୋକଙ୍କ ବୟସ ୩୧ ରୁ ୭୮ ବର୍ଷ ମଧ୍ୟରେ ଥିଲା । ଏମାନେ ସମସ୍ତେ ଗତ ବର୍ଷ ଫେବୃୟାରୀ ରୁ ଏପ୍ରିଲ ମଧ୍ୟରେ କରୋନାରେ ସଂକ୍ରମିତ ହୋଇଥିଲେ ।

ଏହି ଅଧ୍ୟୟନ ଜଣା ପଡିଛି ଯେଉଁମାନେ କରୋନାରେ ଗମ୍ଭୀର ଭାବେ ଆକ୍ରାନ୍ତ ହୋଇଥିଲେ ଗୋଟେ ବର୍ଷ ପରେ ମଧ୍ୟ ସେମାନଙ୍କ ମଧ୍ୟରେ ଆଣ୍ଟିବଡି ମହଜୁଦ ଅଛି । ଯେଉଁ ମାନଙ୍କ ମଧ୍ୟରେ ଅଳ୍ପ ବା ବିଲକୁଲ୍ ମଧ୍ୟ ଲକ୍ଷଣ ଦେଖା ଯାଇ ନ ଥିଲା, ଏପରି ୯୭% ଲୋକଙ୍କ ମଧ୍ୟରେ ୬ ମାସ ପର୍ଯ୍ୟନ୍ତ ଆଣ୍ଟିବଡି ମହଜୁଦ ଥିଲା ।

ଏହି ଅଧ୍ୟୟନରୁ ସ୍ପଷ୍ଟ ହୋଇଛି ଗତ ବର୍ଷ ୬୯% ରୋଗୀ ଯେଉଁମାନଙ୍କର ଅଳ୍ପ ଲକ୍ଷଣ ବା ବିନା ଲକ୍ଷଣ ଥିଲା ସେମାନଙ୍କ ମଧ୍ୟରେ କରୋନାର ସାଉଥ୍ ଆଫ୍ରିକା ଭ୍ୟାରିଆଣ୍ଟ ସହ ଲଢ଼ିବା ଭଳି ଆଣ୍ଟବଡି ରହିଥିଲା । ୭୫% ଲୋକଙ୍କ ଠାରେ ଭାରତରେ ଦେଖା ଯାଉଥିବା ଭ୍ୟାରିଆଣ୍ଟକୁ ହରାଇବା ପରି ଆଣ୍ଟବଡି ରହିଥିଲା ।

ଏହା ସହ ୮୧% ଲୋକଙ୍କ ଥରେ ବ୍ରାଜିଲିଆନ ଭ୍ୟାରିଆଣ୍ଟକୁ ହରାଇବା ଆଣ୍ଟବଡି ରହିଥିଲା ଏବଂ ୮୫% ଲୋକଙ୍କ ଠାରେ ବ୍ରିଟେନ ଭ୍ୟାରିଆଣ୍ଟକୁ ହରାଇବା ପରି ଆଣ୍ଟବଡି ଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଅଧ୍ୟୟନ ଅନୁସାରେ ଏହି ବର୍ଷ ଏହି ସମସ୍ତ ପ୍ରତିଶତ ତଳକୁ ଖସି ଯାଇପାରେ ।

ତେବେ ଭାରତର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ କରୋନା ସଂକ୍ରମିତ ରୋଗୀ ସୁସ୍ଥ ହେବାର ପ୍ରାୟ ୪ ସପ୍ତାହ ପରେ ଟୀକା ନେଇ ପାରିବେ । କାରଣ ଏହା ପରେ ଟୀକା ନେବା ଦ୍ଵାରା ପ୍ରତିରୋଧକ ପ୍ରତିକ୍ରିୟା ଅଧିକ ରହିଥାଏ । କରୋନା ହେବା ପରେ ଆମ ଶରୀରରେ ଆଣ୍ଟିବଡି ତିଆରି ହୋଇଥାଏ, ଯାହା ୪ ରୁ ୬ ସପ୍ତାହ ପର୍ଯ୍ୟନ୍ତ ଶରୀରରେ ମହଜୁଦ ରୁହେ ।

ତେଣୁ ଏହା ପରେ ଟୀକା ନେବା ଆମ ଶରୀର ପାଇଁ ସୁରକ୍ଷିତ ଅଟେ ଏବଂ ପ୍ରତିରୋଧକ କ୍ଷମତା ମଜବୁତ୍ ମଧ୍ୟ ହୁଏ । ଜାପାନର ଅଧ୍ୟୟନ ଅନୁସାରେ ମହାମାରୀ ଆରମ୍ଭରେ ସଂକ୍ରମିତ ହୋଇଥିବା ଲୋକଙ୍କୁ ଟୀକା ନେବା ଅତ୍ୟନ୍ତ ଜରୁରୀ ଅଟେ । ଖାସ୍ କରି ଯେଉଁ ମାନଙ୍କ ମଧ୍ୟରେ କରୋନାର ଅଳ୍ପ ବା ବିଲକୁଲ୍ ଲକ୍ଷଣ ନ ଥିଲା ସେମାନଙ୍କୁ ଟୀକା ନେବା ଅତ୍ୟନ୍ତ ଜରୁରୀ ଅଟେ । କାରଣ ଏମାନେ କରୋନାର ସାଉଥ୍ ଆଫ୍ରିକା, ବ୍ରିଟେନ ଓ ବ୍ରାଜିଲିଆନ ଭ୍ୟାରିଆଣ୍ଟର ଅଧିକ ବିପଦ ରହିଛି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।