SidNaaz ଯୋଡି ଭାଙ୍ଗି ଦେଇ ଚାଲିଗଲେ Sidharth Shukla, ଫ୍ୟାନ୍ସ ଙ୍କୁ ବହୁତ ପସନ୍ଦ ଆସୁଥିଲା ଏହି ଯୋଡି

ଛୋଟ ପରଦାର ଲୋକପ୍ରିୟ ଅଭିନେତା ତଥା ରିୟାଲିଟି ଶୋ ବିଗ ବସ୍ ସିଜିନ-୧୩ ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଚକିତ କରିଦେବା ଭଳି ଖବର ଏବେ ସାମନାକୁ ଆସିଛି । ମିଡିଆ ରିପୋର୍ଟ ଅନୁସାରେ ମାତ୍ର ୪୦ ବର୍ଷ ବୟସରେ ମାସିଭ ହା-ର୍ଟ ଆ-ଟା-କରେ ତାଙ୍କର ଦୁଃଖଦ ନିଧନ ହୋଇଛି । ତାଙ୍କୁ କୁପର ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା । ତାଙ୍କ ନି-ଧ-ନ ଖବର ଆସିବା ପରେ ଫ୍ୟାନଙ୍କ ସହ ଇଣ୍ଡଷ୍ଟ୍ରିକୁ ମଧ୍ୟ ଖୁବ ବଡ ଝ-ଟ-କା ଲାଗିଛି ।

ସିଦ୍ଧାର୍ଥଙ୍କ ନି-ଧ-ନ ଖବର ଶୁଣିବା ମାତ୍ରେ ଲୋକଙ୍କ ମନରେ ଯାହାର ଖୟାଲ ପ୍ରଥମେ ଆସୁଛି ସେ ହେଉଛନ୍ତି ସିଦ୍ଧାର୍ଥଙ୍କ ଗାର୍ଲଫ୍ରେଣ୍ଡ ସେହାନାଜ ଗିଲ । ବିଗ ବସ୍-୧୩ ପରେ ଏହ ଯୋଡି ସବୁଠୁ ଅଧିକ ପସନ୍ଦ କରାଯାଉଥିବା କପଲ୍ସ ଲିଷ୍ଟରେ ସାମିଲ ଥିଲେ । କିନ୍ତୁ ଏବେ ସିଦ୍ଧାର୍ଥ ଏମିତି ହିଁ ସେହାନାଜଙ୍କୁ ଛାଡି ଚାଲି ଯାଇଛନ୍ତି । ସିଦ୍ଧାର୍ଥ ଓ ସେହନାଜଙ୍କ ଙ୍କ ସାକ୍ଷାତ ବିଗ ବସ୍-୧୩ ହାଉସରେ ହିଁ ହୋଇଥିଲା । ଯାହାର ଭି-ଡି-ଓ ଗୁଡିକ ଆଜି ମଧ୍ୟ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଛି ।

ଦୁହେଁ ଅନେକ ଥର ପରସ୍ପର ପ୍ରତି ନିଜ ପ୍ରେମ ଜାହିର କରିଛନ୍ତି । କିନ୍ତୁ ନିଜ ସମ୍ପର୍କ ଉପରେ ଅଧିକାରିକ ମୋହର ଲଗେଇବାରୁ ସବୁବେଳେ ବଞ୍ଚିତ ରହିଛନ୍ତି । ସିରିଏଲ ‘ବାଲିକା ବଧୂ’ ରେ ସେ ଶିବ୍ ଭୂମିକାରେ ଖୁବ ଲୋକପ୍ରିୟତା ଅର୍ଜନ କରିଥିଲେ । ଏହାପରେ ସିଦ୍ଧାର୍ଥ ଶୁକ୍ଲା ଅନେକ ରିୟାଲିଟି ଶୋ ରେ ମଧ୍ୟ ଭାଗ ନେଇଥିଲେ । ସିଦ୍ଧାର୍ଥ ‘ଝଲକ ଦିଖଲା ଜା’ ଓ ‘ଖତରୋ କେ ଖିଲାଡ଼ି’ ପରି ଶୋ ର ମଧ୍ୟ ବିଜେତା ବନି ସାରିଛନ୍ତି ।

ନିକଟରେ ଏକତା କପୁରଙ୍କ ୱେବସିରିଜ ‘ବ୍ରୋକେନ ବଟ୍ ବିୟୁଟିଫୁଲ୍-୩’ ରେ ମଧ୍ୟ ନଜର ଆସିଥିଲେ । ଲୋକମାନେ ସିରିଜିକୁ ଖୁବ ପସନ୍ଦ କରିଥିଲେ । ଶେଷ ଥର ପାଇଁ ‘ଡାନ୍ସ ଦିୱାନେ’ ଶୋ ରେ ସେହାନାଜଙ୍କ ସହ ସିଦ୍ଧାର୍ଥଙ୍କୁ ଦେଖିବାକୁ ମିଳିଥିଲା । ସିଦ୍ଧାର୍ଥ କରଣ ଜୋହରଙ୍କ ଫିଲ୍ମ ‘ହମ୍ପଟି ଶର୍ମା କି ଦୁଳ୍ହନୀୟା’ ରେ ସେକେଣ୍ଡ ଲିଡ ଚରିତ୍ରରେ ମଧ୍ୟ ନଜର ଆସିଥିଲେ । କିଛି ଦିନ ପୂର୍ବେ ସିଦ୍ଧାର୍ଥ ବିଗ ବସ୍ OTT ରେ ମଧ୍ୟ ନଜର ଆସିଥିଲେ ।

ମୁମ୍ବାଇରେ ଜନ୍ମିତ ସିଦ୍ଧାର୍ଥ ଶୁକ୍ଲାଙ୍କ ପିତା ଜଣେ ସିଭିଲ ଇଞ୍ଜିନିୟର ଥିଲେ ଓ ମାଆ ରୀତା ଶୁକ୍ଲା ଜଣେ ଗୃହିଣୀ । ତାଙ୍କ ପିତା ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆ ସହ ମଧ୍ୟ କାର୍ଯ୍ୟ କରି ସାରିଛନ୍ତି । ସିଦ୍ଧାର୍ଥ ଙ୍କର ଦୁଇ ବଡ ଭଉଣୀ ମଧ୍ୟ ଅଛନ୍ତି, ଯାହାଙ୍କୁ ସେ ଖୁବ ଭଲ ପାଆନ୍ତି । ମୂଳତଃ ସିଦ୍ଧାର୍ଥଙ୍କ ଅପରିବାର ଉତ୍ତପ୍ରଦେଶର ଇଲାହାବାଦର ବାସିନ୍ଦା ଅଟନ୍ତି । ସିଦ୍ଧାର୍ଥ ଶୁକ୍ଲା ତାଙ୍କ ମାଆ ଙ୍କ ସହ ଖୁବ ଘନିଷ୍ଠ ଥିଲେ । ତାଙ୍କ ମାଙ୍କୁ ବିଗ ବସ୍ ହାଉସରେ ମଧ୍ୟ ଦେଖିବାକୁ ମିଳିଥିଲା । ସେହି ସମୟରେ ସିଦ୍ଧାର୍ଥ ଖୁବ ଇମୋସନାଲ ହୋଇ ଯାଇଥିଲେ ।

ସିଦ୍ଧାର୍ଥ ମଡେଲିଙ୍ଗ କରୁଥୁବା ସମୟରେ ତାଙ୍କ ବାପା ଙ୍କର ଫୁସଫୁସ ରୋଗରେ ନିଧନ ହୋଇ ଯାଇଥିଲା । ଏବେ ସିଦ୍ଧାର୍ଥ ନିଜେ କମ ବୟସରେ ଦୁନିଆ ଛାଡି ଚାଲିଗଲେ । ଯାହା ତାଙ୍କ ପ୍ରଶଂସକଙ୍କ ପାଇଁ ଅତ୍ୟନ୍ତ ଦୁଃଖଦ ଖବର ଅଟେ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।