ଲୋକପ୍ରିୟ ଓଲିଉଡ ଅଭିନେତ୍ରୀ Barsha Priyadarshini ଙ୍କ ରିଅଲ ଲାଇଫ Family & Biography

ଓଡିଆ ଜଗତରେ ଅଭିନୟ କରୁଥିବା କଳାକାର ମାନେ ନିଜର ସାନଦାର ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ରହି ପାରିଛନ୍ତି । ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଷ୍ଟାଇଲ, ଲୁକ, ପର୍ଫୋମାଂସ, ଟ୍ୟାଲେଣ୍ଟ ପାଇଁ ଆଜିକା ଦିନରେ ଖୁବ ଚର୍ଚ୍ଚାରେ ରହି ଆସିଛନ୍ତି । ସେମାନଙ୍କ ମଧ୍ୟରୁ ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏମିତି ଜଣେ ଅଭିନେତ୍ରୀ ଅଟନ୍ତି ଯିଏ ତାଙ୍କର ସୁନ୍ଦର ଅଭିନୟ ପାଇଁ ଓଡିଆ ଜଗତକୁ ଅନେକ ହିଟ ଫିଲ୍ମ ଦେଇ ଆସିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଜୀବନ କାହାଣୀ ବିଷୟରେ କହିବାକୁ ଯାଉଛୁ ଯାହା କେହି କେବେ ଜାଣି ନ ଥିବେ ।ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ୧୯୮୪ ମସିହା ଅଗଷ୍ଟ ୭ ତାରିଖରେ କଟକ ସହରରେ ଜନ୍ମ ହୋଇଥିଲେ ।

ସେ ତାଙ୍କ ପୁରା ପରିବାର ସହ କଟକରେ ହିଁ ନିଜର ପିଲା ଦିନ ବିତାଇଥିଲେ । ତାଙ୍କ ତିନି ଭଉଣୀ ମାନଙ୍କ ମଧ୍ୟରୁ ସେ ସବଠାରୁ ସାନ ଅଟନ୍ତି । ଭଉଣୀ ମାନଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିବା ସହ ସେମାନଙ୍କ ସହ ଅଧିକ ସମୟ ବିତାଉଥିଲେ ।

ସ୍କୁଲରେ ପାଠ ପଢା ସାରିବା ପରେ ବର୍ଷା ଶୈଳବାଳା କଲେଜରେ ନିଜର ପାଠ ପଢା ଆରମ୍ଭ କରିଥିଲେ । ପିଲାଦିନୁ ହିଁ ତାଙ୍କର ଅଭିନୟ ଦୁନିଆରେ ଅଭିନେତ୍ରୀ ହେବାକୁ ରୁଚି ରହିଥିଲା । ସେ ସିନେମାରେ ଅଭିନୟ କରିବାକୁ ଆଗ୍ରହୀ ଥିବାରୁ ପାଠ ପଢା ପରେ ମଡେଲ୍ଲିଙ୍ଗ କରିଥିଲେ । ତାଙ୍କର ସୁନ୍ଦରତା ଓ ଅଭିନୟ ପାଇଁ ସେ ଅନେକ ଫିଲ୍ମରେ ଅଭିନୟ କରିବାକୁ ସୁଯୋଗ ପାଇଥିଲେ । ଓଡିଆ ଇଣ୍ଡଷ୍ଟ୍ରିକୁ ଅଭିନେତ୍ରୀ ବର୍ଷା ଗୋଟିଏ ପରେ ଗୋଟିଏ ବ୍ଲକ ବାଷ୍ଟର ଫିଲ୍ମ ଦେଇଛନ୍ତି ।

ତାଙ୍କୁ ଅନେକ ଫିଲ୍ମ ଅଫର କରାଯାଇଥିଲା । କିନ୍ତୁ ସେ ପ୍ରଥମେ ବେଙ୍ଗଲି ଫିଲ୍ମରେ ନିଜର କ୍ଯାରିଅର ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଫିଲ୍ମ “ବାଜି” ଯାହା ୨୦୦୧ ମସିହାରେ ରିଲିଜ ହୋଇ ପ୍ଲଫ ହୋଇଥିଲା । ଏହା ପରେ ୨୦୦୩ରେ ସେ ପ୍ରଥମ ଥର ପାଇଁ ଓଡିଆ ଫିଲ୍ମ “ସାବତ ମା” ରେ ଅଭିନୟ କରିଥିଲେ ମଧ୍ୟ ତାଙ୍କୁ ସଫଳତା ମିଳି ନ ଥିଲା । ୨୦୦୮ରେ ସେ ବେଙ୍ଗଲି ଫିଲ୍ମ “ଜୋର” ରେ ଅଭିନୟ କରିଥିଲେ ଯାହା ସୁପର ଦୁପର ହିଟ ହୋଇଥିଲା ।

ତାଙ୍କର ଏହି ଫିଲ୍ମ ଏତେ ଭଲ ହୋଇଥିଲା ଯେ ସବୁ ବେଙ୍ଗଲି ଫିଲ୍ମକୁ ପଛରେ ପକାଇ ଦେଇଥିଲା । ଏହା ପରେ ସେ ଗୋଟିଏ ପରେ ଗୋଟିଏ ଓଡିଆ ବେଙ୍ଗଲି ଫିଲ୍ମରେ କାମ କରି ଚାଲିଲେ । ଏହା ପରେ ୨୦୧୪ ମସିହାରେ ସୁପର ଷ୍ଟାର ଅଭିନେତା ଅନୁଭବ ମହାନ୍ତିଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପରେ ସେ ଅନେକ ଓଡିଆ ଫିଲ୍ମରେ ଅଭିନୟ କରି ନିଜର ବେସ୍ତ ଦେଇଥିଲେ । କଟକରେ ବର୍ଷାଙ୍କର ଏକ ଆଲିଶାନ ଘର ରହିଛି ।

ଏହାଛଡା ତାଙ୍କର ବହୁତ ଦାମୀ କାର ମଧ୍ୟ ରହିଛି । ତାଙ୍କର ରିସେଣ୍ଟ ଫିଲ୍ମ ଦେଖିବାକୁ ଗଲେ “ନିମକି” ଓ “କୁଇନ” ଯେଉଁଥିରେ ସେ ଅଭିନୟ କରି ଖୁବ ଲୋକପ୍ରିୟ ହୋଇ ପାରିଥିଲେ । ଓଡିଆ ଜଗତରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଜଣେ ପ୍ରଖ୍ୟାତ କଳାକାର ଭାବେ ପରିଚିତ ଅଟନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ଯବାଦ