୧୮ ଦିନରେ ୯୦୦ କିମି ଚାଲି ଚାଲି ଅକ୍ଷୟଙ୍କୁ ଦେଖା କରିବାକୁ ପହଞ୍ଚିଲା ତାଙ୍କ ଫ୍ୟାନ, ତାଙ୍କୁ ଦେଖି କିଛି ଏମିତି କହିଲେ ଅକ୍ଷୟ, ଦେଖନ୍ତୁ ଭିଡିଓ

ଯେତେବେଳେ କେହି କାହାର ଫ୍ୟାନ ହୋଇଥାଏ ତେବେ ତାହାର କେବଳ ଗୋଟିଏ ହିଁ ଲକ୍ଷ ଥାଏ କି ସେ ଭବିଷ୍ୟତରେ ନିଜର ସୁପରଷ୍ଟାର ସହ ଯେମିତି ହେଲେ ବି ଦେଖା କରିବ । ଏମିତି ଆପଣ କୌଣସି ଫ୍ୟାନ ବିଷୟରେ ଶୁଣିଥିବେ କିମ୍ବା ପଢିଥିବେ । କିନ୍ତୁ ଏହା ପ୍ରଥମ ଥର ହୋଇଛି ଯେତେବେଳେ କୌଣସି ଷ୍ଟାର ସହ ଦେଖା କରିବା ପାଇଁ ତାଙ୍କର ଫ୍ୟାନ ବହୁତ ଦୂରରୁ ଚାଲି ଚାଲି ତାଙ୍କୁ ଦେଖା କରିବାକୁ ଆସିଛି ।

ଅକ୍ଷୟ କୁମାରଙ୍କର ଏହି ଫ୍ୟାନ ୧୮ ଦିନରେ ୯୦୦ କିମି ଚାଲି ଚାଲି ଅକ୍ଷୟଙ୍କୁ ଦେଖା କରିବା ପାଇଁ ପହଞ୍ଚିଲା, ଏହା ପରେ ଅକ୍ଷୟ କୁମାର କେମିତି ତାକୁ ଟ୍ରୀଟ କରିଲେ ଆପଣ ଦେଖନ୍ତୁ ।

୧୮ ଦିନରେ ୯୦୦ କିମି ଚାଲି ଚାଲି ଅକ୍ଷୟଙ୍କ ସହିତ ଦେଖା କରିବା ପାଇଁ ପହଞ୍ଚିଲା ଏହି ଫ୍ୟାନ

ବଲୀଉଡ ଅଭିନେତା ଅକ୍ଷୟ କୁମାର ନିଜର ଇଂସ୍ଟାଗ୍ରାମ ଅକାଉଂଟରେ ଏକ ଭିଡିଓ ଶେୟାର କରିଲେ ଓ ସେଥିରେ ସେ ନିଜର ଏକ ଫ୍ୟାନ ସହିତ ନଜର ଆସୁଛନ୍ତି । ଅକ୍ଷୟ କୁମାରଙ୍କର ଏହି ଫ୍ୟାନର ନାମ ପରବତ ଅଟେ ଓ ସେ ଅକ୍ଷୟଙ୍କୁ ଦେଖା କରିବା ପାଇଁ ୯୦୦ କିମି ଚାଲି ଚାଲି ଗୁଜୁରାଟରୁ ମୁମ୍ବାଇ ଆସିଛି । ଅକ୍ଷୟ କୁମାରଙ୍କ ଏହି ଭିଡିଓରେ ସେହି ଫ୍ୟାନ ଜଣକ କହିଛି କି ସେ ଗୁଜୁରାଟର ଦ୍ଵାରକା ସହରରେ ରୁହେ ଓ ୧୮ ଦିନ ଧରି ଚାଲି ଚାଲି ସେ ଏଠି ପହଞ୍ଚିଛି ।

ଅକ୍ଷୟ ନିଜର ଏହି ଫ୍ୟାନ ସହ ଏକ ସେଲ୍ଫୀ ନେଲେ ଓ ଲେଖିଲେ, ‘ଆପଣମାନଙ୍କ ସହିତ ଦେଖା କରିବାକୁ ଭଲ ଲାଗିଥାଏ ଓ ମୁଁ ଆପଣଙ୍କ ଠାରୁ ମିଳୁଥିବା ଭଲ ପାଇବାକୁ ସବୁବେଳେ ଧନ୍ୟବାଦ କରୁଛି । କିନ୍ତୁ ମୁଁ ଆପଣଙ୍କୁ ନିବେଦନ କରୁଛି କି ଦୟାକରି ଏହିଭଳି କରନ୍ତୁ ନାହିଁ । ନିଜର ସମୟ, ଏନର୍ଜୀ ଓ ସଂଶାଧନର ବ୍ୟବହାର ନିଜର ଜୀବନକୁ ଭଲ କରିବା ପାଇଁ ଉପଯୋଗ କରନ୍ତୁ । ଏହା ଦ୍ଵାରା ମୋତେ ଖୁସି ମିଳିବ । ପରବତକୁ ମୋ ତରଫରୁ ଶୁଭକାମନା ।‘

ଭିଡିଓ ଶେୟାର କରି ଅକ୍ଷୟ ଲେଖିଲେ, ‘ଆଜି ପରବତ ସହ ଦେଖା କରିଲି, ସେ ଦ୍ଵାରକରୁ ମୁମ୍ବାଇ ୧୮ ଦିନରେ ୯୦୦ କିମିର ଯାତ୍ରା କରିଛି, ଯାହା ଦ୍ଵାରା ସେ ରବିବାର ଦିନ ମୋ ସହିତ ଦେଖା କରି ପାରିବ । ଯଦି ଆମର ଯୁବପିଢି ଏହିଭଳି ଭାବରେ ପ୍ଲାନିଙ୍ଗ କରିବେ ଓ ଦୃଢ ନିଷ୍ପତି ନେବେ ତେବେ ଆମକୁ କୌଣସି ବି ଜିନିଷର ଅସୁବିଧା ହେବ ନାହିଁ ।

ଭିଡିଓରେ ଅକ୍ଷୟ କୁମାର ପରବତକୁ କହିଲେ କି ପୁଣିଥରେ ସେ ଏହିଭଳି ପଦକ୍ଷେପ ନେବ ନାହିଁ । ଏହା ସହିତ ଅକ୍ଷୟ ପରବତକୁ କିଛି ଖାଇକରି ଯିବା ପାଇଁ କହୁଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।