ଜାହ୍ନବୀ ଅଦ୍ଭୁତ ଅନ୍ଦାଜରେ ଦେଲେ ଗୁଞ୍ଜନ ସକସେନାଙ୍କୁ ଜନ୍ମଦିନର ଶୁଭେଛା, କହିଲେ – ଆପଣଙ୍କ ଠାରୁ ବହୁତ କିଛି ଶିଖିଲି… ଦ କାରଗିଲ ଗର୍ଲ

ଅଭିନେତ୍ରୀ ଜାହ୍ନବୀ କପୁର ବର୍ତ୍ତମାନ ହିଁ ଗୁଞ୍ଜନ ସକସେନାଙ୍କ ସହିତ ନିଜର ଏକ ଫଟୋ ସୋସିୟାଲ ମିଡିୟାରେ ଶେୟାର କରିଛନ୍ତି ଓ ଏହି ଫଟୋକୁ ଶେୟାର କରି ଜାହ୍ନବୀ ଗୁଞ୍ଜନ ସକସେନାଙ୍କୁ ତାଙ୍କର ଜନ୍ମଦିବସର ଶୁଭକାମନା ବି ଦେଇଛନ୍ତି । କହିବାକୁ ଗଲେ ଅଭିନେତ୍ରୀ ଜାହ୍ନବୀ କପୁର ଗୁଞ୍ଜନ ସକସେନାଙ୍କ ଉପରେ ପ୍ରସ୍ତୁତ ହେଉଥିବା ଫିଲ୍ମରେ ତାଙ୍କର ଅଭିନୟ କରୁଛନ୍ତି ଓ ଏହି କିରଦାରକୁ ଭଲ ଭାବରେ ଜାଣିବା ପାଇଁ ଜାହ୍ନବୀ କପୁର ହିଁ ଗୁଞ୍ଜନ ସକସେନାଙ୍କ ସହ ସାକ୍ଷାତ କରିଥିଲେ ।

ବର୍ତ୍ତମାନ ହିଁ ଫିଲ୍ମ ‘ଗୁଞ୍ଜନ ସକସେନା’ର ପ୍ରଥମ ପୋସ୍ଟର ବି ରିଲିଜ କରାଯାଇଛି । ଏହି ପୋସ୍ଟରରେ ଜାହ୍ନବୀ କପୁର ପାୟଲଟ ଗୁଞ୍ଜନ ସକସେନାଙ୍କର ଲୁକରେ ନଜର ଆସୁଛନ୍ତି ।

ଫିଲ୍ମ ‘ଗୁଞ୍ଜନ ସକସେନା: ଦ କାରଗିଲ ଗର୍ଲ’ ଶୁଟିଙ୍ଗ ପୁରା ହୋଇ ସାରିଛି ଓ ଏହି ଫିଲ୍ମ ଜଲ୍ଦି ହିଁ ରିଲିଜ ହେବାର ଅଛି । ଏହି ଫିଲ୍ମରେ ଗୁଞ୍ଜନ ସକସେନାଙ୍କର ଅଭିନୟ କରିବା ପାଇଁ ଜାହ୍ନବୀ କପୁର ବହୁତ ପରିଶ୍ରମ ବି କରିଛନ୍ତି ।

କିଏ ଅଟନ୍ତି ଗୁଞ୍ଜନ ସକସେନା

କହିବାକୁ ଗଲେ ଗୁଞ୍ଜନ ସକସେନା ଏକ ଭାରତୀୟ ପାଇଲଟ ରହି ସାରିଛନ୍ତି ଓ ସେ କାର୍ଗିଲ ଯୁଧ୍ୟ ସମୟରେ ମୁଖ୍ୟ ଭୂମିକା ନିଭାଇ ଥିଲେ । ଏହି ଯୁଧ୍ୟ ସମୟରେ ଭାରତୀୟ ସେନାରେ ଆଘାତ ହୋଇଥିବା ସୈନିକମାନଙ୍କୁ ବଞ୍ଚାଇବାରେ ଗୁଞ୍ଜନ ସକସେନାଙ୍କର ବହୁତ ବଡ ହାତ ଥିଲା ।

ଏହିଭଳି ଭାବରେ ଗୁଞ୍ଜନ ସକସେନାଙ୍କୁ ଜନ୍ମ ଦିନର ଦେଲେ ଶୁଭକାମନା

ଜାହ୍ନବୀ କପୁର ଶନିବାର ଦିନ ଗୁଞ୍ଜନ ସକସେନାଙ୍କ ସହିତ ନିଜର ଏକ ଫଟୋ ଶେୟାର କରି କହିଲେ କି ‘ହ୍ୟାପି ବାର୍ଥଡ଼େ ଗୁଞ୍ଜନ ମୈମ’ । ଆପଣ ମୋତେ ସାହାସ ଓ କଠିନ ପରିଶ୍ରମର ସଠିକ ଅର୍ଥ ବୁଝାଇଛନ୍ତି । ଦେଶର ଲକ୍ଷ ଲକ୍ଷ ଝିଅମାନଙ୍କ ପାଇଁ ନୂଆ ରାସ୍ତା କରିବା ପାଇଁ ଆପଣଙ୍କୁ ଧନ୍ୟବାଦ । ଆପଣ ଏକ ପ୍ରେରଣା ଅଟନ୍ତି, ହିରୋ ଅଟନ୍ତି । ଆପଣଙ୍କର କାହାଣୀ ମୋତେ ନିଜ ଉପରେ ବିଶ୍ଵାସ କରିବାର ଶିଖାଇଲା ଓ ଆଶା କରୁଛି କି ବାକି ଲୋକମାନେ ଏହା ଦ୍ଵାରା ବି ପ୍ରେରିତ ହେବେ ।‘

‘ଗୁଞ୍ଜନ ସକସେନା: ଦ କରଗିଲ ଗର୍ଲ’ ଆସନ୍ତା ବର୍ଷ ମାର୍ଚରେ ରିଲିଜ କରାଯିବ ଓ ଏହି ଫିଲ୍ମ ସହ ଜଡିତ ତିନୋଟି ପୋସ୍ଟରକୁ ବର୍ତ୍ତମାନ ହିଁ ରିଲିଜ କରାଯାଇଛି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।