ଦିନକୁ ଦିନ ଅଧିକ ମାରାତ୍ମକ ହେଉଛି କାରୋନା ର ଦ୍ଵିତୀୟ ଲହର, ଦେଉଛି ଏହି 5 ଟି ନୂଆ ଲକ୍ଷଣ

ବନ୍ଧୁଗଣ, ଗତବର୍ଷ “କୋରନା” ସାରା ବିଶ୍ଵକୁ ବହୁତ ବଡ ବିପତ୍ତି ରେ ପକାଇ ବହୁତ କିଛି କ୍ଷୟ କରିଥିବା ସମୟରେ ବର୍ତ୍ତମାନ ଏହାର ଆଉ ଏକ ନୂତନ ଲହର ମାଡିଆସିଲାଣି । ବନ୍ଧୁଗଣ ଏହା ଏତେ ଗତଥର ଠାରୁ ଅତ୍ୟନ୍ତ ଭୟାନକ ହେବାରେ ଲାଗିଛି । ନୂଆ “କୋରନା” ଷ୍ଟ୍ରେନ୍ଥ କେବଳ ସଂକ୍ରମଣ ହେଉଛି ତାହା ନୁହେଁ । ତାହା ବହୁଳ ମାତ୍ରାରେ ଜୀବନ ମଧ୍ୟ ନେବାରେ ଲାଗିଛି । ଲକ୍ଷଣ ଦେଖାଯିବା ମାତ୍ରେ କିଛି ଲୋକେ ଘରେ ରହି ଏହାର ଚିକିସ୍ୟା କରି ଭଲ ହେଉଥିବା ବେଳେ, ଆଉ କିଛି ଲୋକଙ୍କ ଅବସ୍ଥା ଗମ୍ଭୀର ହେବାପରେ ତାଙ୍କୁ ହସ୍ପିଟାଲ କୁ ଭର୍ତ୍ତି କରାଯାଉଛି ।

ବନ୍ଧୁଗଣ ଆପଣଙ୍କ ମଧ୍ୟରେ ଯଦି କେତୋଟି ଲକ୍ଷଣ ଦେଖାଯାଏ, ତେବେ ଆପଣ ବିଳମ୍ବ ନକରି ତୁରନ୍ତ ଯାଇ ଡାକ୍ତର ଙ୍କୁ ଦେଖା କରନ୍ତୁ । ବନ୍ଧୁଗଣ ଏହି ୫ ଟି ଲକ୍ଷଣ କୁ ଆଦୌ ହାଲୁକା ଭାବରେ ଗ୍ରହଣ କରିବା ଉଚିତ ନୁହେଁ । ତେବେ ଆସନ୍ତୁ ଜାନିବା ସେହିସବୁ ଲକ୍ଷଣ କଣ ଅଟେ ?

ପ୍ରଥମ ଲକ୍ଷଣ- ଶ୍ଵାସ କ୍ରିୟାରେ ଅନ୍ଵିହତା, ବନ୍ଧୁଗଣ ଶ୍ଵାସକ୍ରିୟା ବେଳେ ଯଦି ଆପଣ କୌଣସି ପ୍ରକାରର ଅସୁବିଧା ଅନୁଭବ କରୁଛନ୍ତି ଅଥବା ଆପଣଙ୍କ ଛାତିରେ ଯନ୍ତ୍ରଣା ହେଉଅଛି, ଏହା “କୋରନା” ସଂକ୍ରମଣ ର ବିପଦପୂର୍ଣ୍ଣ ଲକ୍ଷଣ ଅଟେ । “କୋରନା” ଭାଇରସ ର ରେସ୍ପିରୋଟ ରେ ଇନଫେକ୍ସନ ଫୁସଫୁସ କୁ ପ୍ରଭାବିତ କରିଥାଏ । ଯେତେବେଳେ ଜୀବାଣୁ ଫୁସଫୁସ କୁ ଆକ୍ରମଣ କରେ ସେତେବେଳେ, ଶ୍ଵାସକ୍ରିୟା ରେ କଷ୍ଟ ଅନୁଭବ ହୋଇଥାଏ ।

ଏହା ସହିତ ଜୀବନ ପ୍ରତି ଅତ୍ୟଧିକ ବିପଦପୂର୍ଣ୍ଣ ସ୍ଥିତି ଉପୁଜିଥାଏ । ବନ୍ଧୁଗଣ ମାହାମାରୀ “କୋରନା” ରେ ସଂକ୍ରମିତ ହେଲେ, ଶରୀରରେ ଅମ୍ଳଜାନ ର ସ୍ତର ଯଥେଷ୍ଟ କମିଯାଇଥାଏ । ଏହାର କାରଣ ହେଉଛି ଯେ, “କୋରନା” ସଂକ୍ରମିତ ରୋଗୀଙ୍କର ଫୁସଫୁସ ରେ ଫିଲ୍ଡ ଭରିଯାଇଥାଏ । ଯେଉଁଥିପାଇଁ ଶରୀରରେ ଅମ୍ଳଜାନ ର ସ୍ତର ହ୍ରାସ ହେବାକୁ ଲାଗିଥାଏ । ଏଭଳି ପରିସ୍ଥିତି ରେ ଆପଣ ଡାକ୍ତରଙ୍କ ପାଖରେ ପରାମର୍ଶ କରିନେବା ଅତ୍ୟନ୍ତ ଆବଶ୍ୟକ ।

ମସ୍ତିସ୍କ ଉପରେ ପ୍ରଭାବ- ଅନେକ ରୋଗୀ ଙ୍କ ଠାରେ “କୋରନା” ମସ୍ତିସ୍କ ଏବଂ ସ୍ନାୟୁ ପ୍ରଣାଳୀ କୁ ପ୍ରଭାବିତ କରୁଥିବାର ଦେଖାଯାଇଛି । ଏହି କାରଣରୁ ରୋଗୀ ଙ୍କ ଠାରେ ଅସ୍ଥିରତା ତଥା ଚେତା ହରାଇବା ଭଳି ଲକ୍ଷଣ ଦେଖାଯାଇଥାଏ । ବନ୍ଧୁଗଣ ଯଦି ଆପଣ କଥାବାର୍ତ୍ତା ହେବା ସମୟରେ ଦୁର୍ବଳତା ଅନୁଭବ କରୁଛନ୍ତି ତେବେ ଡାକ୍ତରଙ୍କ ପାଖକୁ ଯାଇ ପରାମର୍ଶ ନେବା ଆବଶ୍ୟକ ।

ଛାତିରେ ଯନ୍ତ୍ରଣା ଅନୁଭବ ହେବା- ବନ୍ଧୁଗଣ “କୋରନା” ଜୀବାଣୁ ସିଧାସଳଖ ଫୁସଫୁସ ଉପରେ ଆକ୍ରମଣ କରୁଥିବା ବିଶେଷଜ୍ଞ ମାନେ କହିଛନ୍ତି । ଏଥିପାଇଁ ଛାତିରେ ଯନ୍ତ୍ରଣା ହେବାର ସମ୍ଭାବନା ଅଧିକ ରହିଛି । “କୋରନା-୨” ଅନେକ ସମୟରେ ଫୁସଫୁସ ର ପିକୋସନ ଲାଇଲିଙ୍ଗ ଉପରେ ଆକ୍ରମଣ କରିଥାଏ, ଏହି କାରଣରୁ ଛାତିରେ ଜଳାପଡା ଅନୁଭବ ହୋଇଥାଏ । ଯଦି ଆପଣଙ୍କର ଛାତିରେ ଏହି ଯନ୍ତ୍ରଣା ଅନୁଭବ ହେଉଛି ତେବେ, ଡାକ୍ତରଙ୍କ ପାଖକୁ ଯାଇ ପରାମର୍ଶ ନିଅନ୍ତୁ ।

“କୋରନା” ପଜେଟିଭ ରୋଗୀର ଓଠ ଏବଂ ମୁହଁ ସାମାନ୍ଯ ନୀଳ ରଙ୍ଗର ହୋଇଥାଏ- ବନ୍ଧୁଗଣ ଏହାର ଅର୍ଥାତ “କୋରନା” ରୋଗୀର ଶରୀରରେ ଅମ୍ଳଜାନ ର ସ୍ତର ଯଥେଷ୍ଠ ହ୍ରାସ ପାଇଛି, ଏହାକୁ ଡାକ୍ତରୀ ଭାଷା ରେ ହାଇପୋକ୍ସିୟା ବୋଲି କୁହାଯାଇଥାଏ । ଏହିଭଳି ପରିସ୍ଥିତିରେ ଆମ ଟିଶୁ କୁ ଯଥେଷ୍ଟ ପରିମାଣରେ ଅମ୍ଳଜାନ ମିଳିପାରିନଥାଏ । ଏହି କାରଣରୁ ଶରୀର ଯଥେଷ୍ଟ ପରିମାଣରେ କାର୍ଯ୍ୟ କରିବାକୁ ଅସମର୍ଥ ହୋଇଥାଏ । ଏହି କାରଣରୁ ଓଠ ଏବଂ ମୁହଁ ରେ ନୀଳ ଚିହ୍ନ ଦେଖାଯାଇଥାଏ ।

ବନ୍ଧୁଗଣ ହୁ ହୁ ହୋଇ ବଢୁଛି “କୋରନା” ସଂକ୍ରମଣ । ବିଶ୍ଵର ଅଧିକାଂଶ ଦେଶ ବର୍ତ୍ତମାନ ଏହି ଅଦୃଶ୍ୟ ମହାମାରୀ ରେ ଘାଣ୍ଟି ହେଉଛନ୍ତି । ବର୍ତ୍ତମାନ ସାରା ବିଶ୍ବରେ ୩୦ ଲକ୍ଷରୁ ଅଧିକ ପାର ହୋଇଗଲେଣି “କୋରନା” ସଂକ୍ରମିତ ମୃତ୍ୟୁ ସଂଖ୍ୟା । ବନ୍ଧୁଗଣ ବିଶ୍ବରେ ପ୍ରତିଦିନ ୧୨ ହଜାରରୁ ଅଧିକ ଜୀବନ ନେଉଛି ଏହି ମହାମାରୀ । ଶେଷରେ ଆପଣଙ୍କୁ ବିନୀତ ଅନୁରୋଧ କି ଆପଣ ସତର୍କ ରହି ସମସ୍ତ ନିୟମ ଅବଲମ୍ଭନ କରି ଜୀବନ ଜାପନ କରନ୍ତୁ । ବନ୍ଧୁଗଣ ଏହି ବିଶେଷ ବିବରଣୀ ପ୍ରସଙ୍ଗରେ ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।