Dance Deewane-3 ରେ Rekha ଖୁଲମ୍ ଖୁଲା କହିଦେଲେ ‘Amit ମେରା ପ୍ୟାର ହୈ’, Madhuri ଅନେଇକି ରହିଗଲେ, video ଭାଇରାଲ

ହିନ୍ଦୀ ସିନେମାର ସୁନ୍ଦରୀ ଏବଂ ସଦାବାହାର ଅଭିନେତ୍ରୀ ରେଖାଙ୍କୁ କେଉଁ ନା କେଉଁ ରିୟାଲିଟି ଶୋ’ରେ ପ୍ରାୟତଃ ଦେଖିବାକୁ ମିଳେ । ଇଣ୍ଡିଆନ ଆଇଡଲ-୧୨ ପରେ ଏବେ ରେଖା ଲୋକପ୍ରିୟ ଡାନ୍ସ ରିୟାଲିଟି ଶୋ ‘ଡାନ୍ସ ଦିୱାନେ-୩’ ରେ ଯାଇ ପହଞ୍ଚିଛନ୍ତି । ନିକଟରେ କଲର୍ସ ଟିଭି ନିଜ ଅଧିକାରିକ ଇଂ-ଷ୍ଟା-ଗ୍ରା-ମ ଆ-କା-ଉ-ଣ୍ଟ-ରେ ଏକ ପ୍ରୋ-ମୋ ଭି-ଡି-ଓ ପୋଷ୍ଟ କରିଛି । ଯେଉଁଥିରେ ରେଖାଙ୍କ ସହ ପ୍ରସିଦ୍ଧ ଅଭିନେତ୍ରୀ ତଥା ଶୋ ର ଜଜ୍ ମାଧୁରୀ ଦୀକ୍ଷିତଙ୍କୁ ଦେଖିବାକୁ ମିଳୁଛି ।

ପ୍ରୋ-ମୋ ଟି ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେଉଛି । ଚାଲନ୍ତୁ ଜାଣିବା ଏହି ପ୍ରୋମୋ ଭି-ଡି-ଓ-ରେ ଏମିତି କଣ ରହିଛି । ଆପଣଙ୍କୁ ଜଣାଇ ଦେଉଛୁ ଯେ ରେଖା ‘ଡାନ୍ସ ଦିୱାନେ-୩’ ର ଆଗାମୀ ଏପିସୋଡରେ ନଜର ଆସିବେ । ଏହା ପୂର୍ବରୁ ସୋ-ସି-ଆ-ଲ ମି-ଡି-ଆ-ରେ ତାଙ୍କର ଫ-ଟୋ ଏବଂ ଭି-ଡି-ଓ ଲୋକେ ଖୁବ ପସନ୍ଦ କରୁଛନ୍ତି । ଏଥର ରେଖାଙ୍କ ସମ୍ମାନରେ ଶୋ’ର ଥିମ ‘ରେଖା ଉତ୍ସବ’ ରଖାଯାଇଛି । ଶୋ’ରେ ନିଜ ଡାନ୍ସରେ ରେଖା ଚାର ଚାନ୍ଦ ଲଗେଇବାକୁ ଯାଉଛନ୍ତି ।

ଶୋ’ର ଆଗାମୀ ଏପିସୋଡ ବହୁତ ମଜାଦାର ହେବାକୁ ଯାଉଛି । ତେବେ କଲର୍ସ ଟିଭି ଦ୍ଵାରା ସେୟାର କରାଯାଇ ଥିବା ପ୍ରୋ-ମୋ ଭି-ଡି-ଓ-ରେ ରେଖା ଓ ଅମିତାଭ ବଚ୍ଚନଙ୍କ କଥା ହେଉଛି । ତେବେ ଏହି କଥା ଫିଲ୍ମ ‘ସିଲସିଲା’ ର ଏକ ଡାଇଲଗ ଅଟେ । ପ୍ରୋ-ମୋରେ ମାଧୁରୀ ଓ ରେଖା ଫିଲ୍ମ ‘ସିଲସିଲା’ର ଏକ ସିନ୍ ରିକ୍ରିଏଟ କରିଛନ୍ତି । ସେଥିରେ ମାଧୁରୀ, ଜୟା ବଚ୍ଚନ ବନିଛନ୍ତି । ଭି-ଡି-ଓ-ରେ ଆପଣ ଦେଖିପାରିବେ ହିନ୍ଦୀ ସିନେମାର ଏହି ଦୁଇ ସୁପରଷ୍ଟାର ଅଭିନେତ୍ରୀ ପରସ୍ପରକୁ ପଛ କରି ଠିଆ ହୋଇଛନ୍ତି ।

 

View this post on Instagram

 

A post shared by ColorsTV (@colorstv)

ମାଧୁରୀ ରେଖାଙ୍କୁ କହୁଛନ୍ତି, ‘ତୁମେ କଣ ଚାହୁଁଛ ?’ ରେଖା କହୁଛନ୍ତି- ‘ମୁଁ ଚାହିଁବାରେ କଣ ହେବ ?’ ପୁଣି ମାଧୁରୀ କହୁଛନ୍ତି- ‘ତାଙ୍କ ହାତ ଛାଡି ଦିଅ ।’ ଏହାପରେ ରେଖା କହୁଛନ୍ତି- ‘ତାଙ୍କୁ ଛାଡିବା ମୋ ପାଇଁ ସହଜ ନୁହେଁ, ଏହା ମୁଁ କେମିତି କରିବି ?’ ଏଥିରେ ମାଧୁରୀ କହୁଛନ୍ତି- ‘ଅମିତ ମୋ ସ୍ଵାମୀ ମୋ ଧର୍ମ ଅଟନ୍ତି ।’ ରେଖା ଉତ୍ତର ଦେଉଛନ୍ତି- ‘ସେ ମୋ ପ୍ରେମ ଆଉ ପ୍ରେମ ମୋ ଭାଗ୍ୟ ବନି ସାରିଛି ।’ ଏହି ଡାଇଲଗ ମଧ୍ୟରେ ଫିଲ୍ମ ସିଲସିଲାର ସୁପରହିଟ ଗୀତ ‘ଦେଖା ଏକ ଖ୍ଵାବ ତୋ ଯେ ସିଲସିଲା ହୁଏ’ ମଧ୍ୟ ବାଜୁଛି ।

ଫିଲ୍ମ ସିଲସିଲା ୧୯୮୧ ମସିହାରେ ରିଲିଜ ହୋଇଥିଲା । ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ମହାନୟକ ଅମିତାଭ ବଚ୍ଚନ, ରେଖା ଓ ଜୟା ବଚ୍ଚନ ଅଭିନୟ କରିଥିଲେ । ଫିଲ୍ମଟି ସେତେ ଭଲ ଚାଲି ନଥିଲେ ମଧ୍ୟ ଏହାର ଗୀତ ଓ କାହାଣୀ ଲୋକଙ୍କୁ ଖୁବ ପସନ୍ଦ ହୋଇଥିଲା । ତେବେ ଏହା ଶେଷ ଫିଲ୍ମ ଥିଲା ଯେଉଁଥିରେ ରେଖା ଓ ଅମିତାଭ ବଚ୍ଚନ ଏକାଠି କାମ କରିଥିଲେ । ବିବାହିତା ହୋଇ ମଧ୍ୟ ଅମିତାଭ ରେଖାଙ୍କୁ ନିଜ ହୃଦୟ ଦେଇ ବସିଥିଲେ ଓ ରେଖା ମଧ୍ୟ ଅମିତାଭଙ୍କ ପ୍ରେମରେ ପାଗଳ ହୋଇ ଯାଇଥିଲେ ।

ଦୁହେଁ ପ୍ରାୟ ୫ ବର୍ଷ ଧରି ପରସ୍ପରକୁ ଡେଟ କରିଥିଲେ ବୋଲି କୁହାଯାଏ । କିନ୍ତୁ ସେମାନଙ୍କ ପ୍ରେମ ଅଧୁରା ରହି ଯାଇଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।