ଧୁମ୍ ଧାମ୍ ରେ ରାନୀ ମୁଖାର୍ଜୀ ପାଳନ କରିଲେ ଝିଅ ଆଦିରାଙ୍କ ଜନ୍ମ ଦିନ, ରେଖା ରବିନାଙ୍କ ସହିତ ପହଞ୍ଚିଥିଲେ ଏହି ସବୁ କଳାକାର

ରାନୀ ମୁଖାର୍ଜୀ ବର୍ତ୍ତମାନ ତାଙ୍କର ଆସୁଥିବା ଫିଲ୍ମ “ମର୍ଦାନୀ ୨” ପାଇଁ ବହୁତ ଚର୍ଚ୍ଚାରେ ଅଛନ୍ତି । ଶେଷ ଥର ସେ “ମର୍ଦାନୀ” ରେ ନଜର ଆସିଥିଲେ । ବହୁତ ଦିନ ପରେ ରାନୀଙ୍କର ଏହି ଫିଲ୍ମ ଆସୁଛି । ବିବାହ କରିବା ପରେ ରାନୀ ବଲିଉଡ୍ ରେ ନଜର ଆସୁନଥିଲେ । ଲୋକମାନେ ତାଙ୍କର ଅଭିନୟକୁ ବହୁତ ପସନ୍ଦ କରନ୍ତି ।

ଏହି କିଛି ଦିନ ତଳେ ରାନୀ ତାଙ୍କ ଝିଅର ଜନ୍ମଦିନ ପାଳନ କରିଥିଲେ । ଏଥିପାଇଁ ରାନୀ ମୁଖାର୍ଜୀ ଏକ ଗ୍ରାଣ୍ଡ ବାର୍ଥଡେ ସେଲିବ୍ରେଟ ପାର୍ଟି ରଖିଥିଲେ । ଏହି ପାର୍ଟିରେ ବଲିଉଡ୍ ର ଜଣା ଶୁଣା ହସ୍ତି ନିଜ ପିଲାଙ୍କ ସହ ପହଞ୍ଚିଥିଲେ, ଆଜି ଆମେ ଆପଣଙ୍କୁ ଏହି ପାର୍ଟି ସହ ଜଡିତ କିଛି ଟା ଫଟୋ ସେୟାର କରିବୁ । ବଲିଉଡ୍ ର ଫେମସ୍ ଡିଜାଇନର ସବ୍ୟସାଚୀ ରାନୀଙ୍କର ଏକ ଫଟୋ ସେୟାର କରିଥିଲେ ଯେଉଁ ଥିରେ ରାନୀ ଫ୍ଲୋରଲ ପ୍ରିନ୍ଟେଡ ସଲୱାର ସୁଟ୍ ରେ ନଜର ଆସିଥିଲେ ।

ଏହି ଫଟୋ ରେ ରାନୀ ବହୁତ ସୁନ୍ଦର ଦେଖାଇଯାଉଥିଲେ । ହେଲେ ଏହି ଫଟୋଟିକୁ ଦେଖି ଲୋକଙ୍କର ରଣବିର ସିଂହ ମାନେ ପଡି ଯାଇଥିଲେ, ଯାହା ଫଳରେ ସେମାନେ ରାନୀ ଓ ସବ୍ୟସାଚୀଙ୍କୁ ଟ୍ରୋଲ୍ କରିଥିଲେ । କାରଣ ରାନୀ ଯେଉଁ ପ୍ରିଣ୍ଟ ର ସଲୱାର ପିନ୍ଧିଥିଲେ ଠିକ ସେହି ପ୍ରିଣ୍ଟ ର କୁର୍ତା ରନବୀର ତାଙ୍କର ମ୍ୟାରେଜ ଆନିବର୍ସରୀରେ ପିନ୍ଧି ସ୍ଵର୍ଣ୍ଣ ମନ୍ଦିର ଯାଇଥିଲେ ।

 

ଆସନ୍ତୁ ଦେଖିବା ପାର୍ଟି ର କିଛି ଫଟୋ

ପାର୍ଟି ରେ ଆସିଥିଲେ ରବିନା ଟଣ୍ଡନ୍ । ଅଭିନେତ୍ରୀ ରେଖା ମଧ୍ୟ ରାନୀଙ୍କ ଝିଅ କୁ ଆଶୀର୍ବାଦ ଦେବାକୁ ଆସିଥିଲେ । କଜୋଲ ମଧ୍ୟ ଏହି ପାର୍ଟିରେ ନଜର ଆସିଥିଲେ । ତୁଷାର କପୁର ନିଜ ପୁଅ ଲକ୍ଷଙ୍କ ସହ ପାର୍ଟି ରେ ପହଞ୍ଚିଥିଲେ । ବନି କପୁର ଏହି ପାର୍ଟିରେ ନଜର ଆସିଥିଲେ ।

ପାର୍ଟିରେ ଶାହାରୁଖ ତାଙ୍କ ସାନ ପୁଅ ଆବ୍ରାହମ ସହ ପହଞ୍ଚିଥିଲେ । ଫିଲ୍ମମେକର ଓ କୋରିଓଗ୍ରାଫର ଫରାନ ଖାନ ପହଞ୍ଚିଥିଲେ । କରଣ ଜୋହର ମଧ୍ୟ ପାର୍ଟି ରେ ନଜର ଆସିଥିଲେ । ଅଭିନେତ୍ରୀ ଉର୍ବଶୀ ଶର୍ମା ନିଜ ପୁଅ ସହ ପହଞ୍ଚିଥିଲେ । ଲୋକ ପ୍ରିୟ ସଙ୍ଗୀତଜ୍ଞ ଅନୁ ମଲିକ ପାର୍ଟିରେ ପହଞ୍ଚିଥିଲେ ।