4 ହିରୋଇନ ଯିଏ ସିରିୟଲରେ ଡେବ୍ୟୁ କରିବା ପୂର୍ବରୁ ନିଜର ଭୟଙ୍କର Experience କଲେ ଶେୟାର

ବଲୀଉଡ ଇଣ୍ଡଷ୍ଟ୍ରି ହେଉ କିମ୍ବା ଟିଭି ଇଣ୍ଡଷ୍ଟ୍ରି ଗ୍ଲାମର ୱାର୍ଲ୍ଡର ଏହି ଅଭିନେତ୍ରୀମାନଙ୍କୁ ପ୍ରାୟତଃ ଛେଡଖାନୀର ଶିକାର ହେବାକୁ ପଡିଥାଏ । ବଲୀଉଡରୁ ପ୍ରାୟତଃ ଏହିଭଳି ଖବର ଶୁଣିବାକୁ ମିଳିଥାଏ । କିନ୍ତୁ ଟିଭି ଇଣ୍ଡଷ୍ଟ୍ରିର ଏମିତି କେତେକ ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ସହିତ ଛେଡଖାନି ହୋଇସାରିଛି । ଆଜି ଆମେ ଆପଣଙ୍କୁ ଏହି ଅଭିନେତ୍ରୀମାନଙ୍କ ବିଷୟରେ କହିବୁ ଯେଉଁମାନଙ୍କ ସହିତ ସମସ୍ତଙ୍କ ସାମ୍ନାରେ ଛେଡଖାନି ହୋଇଥିଲା ।

ରଶ୍ମି ଦେଶାଇ

ରଶ୍ମି ଦେଶାଇ ଟିଭି ସିରିୟଲ ‘ଉତରନ’ରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ରଶ୍ମି ଦେଶାଇ ଥରେ ନିଜର ଶୁଟିଙ୍ଗ ଶେଷ କରି ଘରକୁ ଫେରୁଥିଲେ । ଏହି ସମୟରେ ସେ ନୋଟିସ କରିଲେ କି ଜଣେ ବ୍ୟକ୍ତି ତାଙ୍କର ପିଛା କରୁଛି । ଯାହାକୁ ଦେଖି ରଶ୍ମି ବହୁତ ଅଧିକ ଡରି ଗଲେ । ଏହା ପରେ ସେ ରାସ୍ତା କଡରେ ଛିଡା ହୋଇଥିବା ପୋଲିସର ସାହାର୍ଯ୍ୟ ନେଇ ସେହି ବ୍ୟକ୍ତି ଠାରୁ ନିଜର ପିଛା ଛଡାଇ ଥିଲେ ।

ସୋମ୍ୟା ଟଣ୍ଡନ

ସୋମ୍ୟା ଟଣ୍ଡନ ବି ଟିଭି ଇଣ୍ଡଷ୍ଟ୍ରିର ଜଣେ ଜଣା ଶୁଣା ନାଁ ଅଟନ୍ତି । ସୋମ୍ୟା ଟଣ୍ଡନ ଥରେ ନିଜର ଏକ ଇଣ୍ଟରଭିୟୁରେ କହିଥିଲେ କି ଯେତେବେଳେ ସେ ସ୍କୁଲ ଦିନ ଗୁଡିକରେ ଟ୍ୟୁସନରୁ ଘରକୁ ଫେରୁଥିଲେ ତେବେ ସେହି ସମୟରେ କେତେକ ଯୁବକମାନେ ବାଇକ ଦ୍ଵାରା ତାଙ୍କର ରାସ୍ତା ଅଟକାଇ ଦେଉଥିଲେ ଓ ତାଙ୍କୁ ସହ ଖରାପ ବ୍ୟବହାର ବି କରୁଥିଲେ । ଏହା ପରେ ସୋମ୍ୟା ନିଜ ପିତା ଓ ପୋଲିସର ସାହାର୍ଯ୍ୟ ସେହି ଯୁବକମାନଙ୍କୁ ଉଚିତ ଶିକ୍ଷା ଶିଖାଇଥିଲେ । ସୋମ୍ୟା ଟଣ୍ଡନ କେତେକ ଟିଭି ସିରିୟଲ ଓ ଫିଲ୍ମରେ ବି କାମ କରିସାରିଛନ୍ତି ।

ଚିତ୍ରାଶୀ ରାବତ

ଚିତ୍ରାଶୀ ରାବତ ନିଜ ସହିତ ହୋଇଥିବା ଏକ ବାକ୍ୟା ବିଷୟରେ କହିଲେ କି ଯେତେବେଳେ ସେ ଅଟୋରେ ଯିବା ଆସିବା କରୁଥିଲେ ତେବେ ଗୋଟିଏ ଅଟୋ ବାଲା ତାକୁ ବହୁତ ଖରାପ ନଜରରେ ଦେଖୁଥିଲା ଓ ଏହା ସହ ଖରାପ ଖରାପ କମେଣ୍ଟ ବି କରୁଥିଲା । ଏହା ପରେ ଚିତ୍ରାଶୀ ରାବତ ଯେତେବେଳେ ରାଗିଗଲେ ତେବେ ସେ ସେହି ଅଟୋବାଲାର ଅଟୋକୁ ନିଜ ହକି ଷ୍ଟିକ ଦ୍ଵାରା ଭାଙ୍ଗି ଦେଇଥିଲେ । ଏହା ପରେ ସେହି ଅଟୋ ବାଲା ଆଉ କେବେ ବି ଚିତ୍ରାଶୀ ରାୱତଙ୍କ ସାମ୍ନାକୁ ଆସି ନାହିଁ ।

ତାନବୀ ଠକ୍କର

ତାନବୀ ଠକ୍କରଙ୍କୁ ଗୋଟିଏ ସମୟରେ ଏକ ଅଜଣା ନମ୍ବରରୁ ଜଣେ ବ୍ୟକ୍ତି ଫୋନ କରି ଖରାପ ଖରାପ କଥାବାର୍ତ୍ତା କରୁଥିଲା । ଏହା ପରେ ତାନବୀ ଠକ୍କର ସେହି ବ୍ୟକ୍ତି ବିରୁଦ୍ଧରେ ପୋଲିସରେ ଏଫଆଇଆର ଦେଇ ଦେଲେ । ଏହା ପରେ ତାନବୀ ଠକ୍କର ସେହି ବ୍ୟକ୍ତି ଠାରୁ ନିଜର ପିଛା ଛଡାଇ ଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।