ଏହି ପୁଅଙ୍କ ପ୍ରେମରେ ପାଗେଳି Lipsa Mishra, ଖୁବ ଶୀଘ୍ର କରିବାକୁ ଯାଉଛନ୍ତି ବିବାହ?

ବନ୍ଧୁଗଣ ଓଡିଆ ସିନେମା ହେଉ ଅବା ହିନ୍ଦୀ ସିନେମା ଏହାର ଅଭିନେତା ଅଭିନେତ୍ରୀ ମାନେ ସବୁବେଳେ କିଛି ନା କିଛି କାରଣରୁ ଚର୍ଚ୍ଚାରେ ରହିଥାନ୍ତି, କେତେବେଳେ ଏମାନଙ୍କ ଲଭ ଅଫେୟାର ପାଇଁ ତ କେତେବେଳେ ଏମାନଙ୍କ ବ୍ରେକପ ପାଇଁ ଏମାନେ ସବୁବେଳେ ଚର୍ଚ୍ଚାର ବିଷୟ ହୋଇଥାନ୍ତି । ସେହିପରି ଆଜି ଆମେ ଆପଣଙ୍କୁ ଓଡିଆ ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କ ବିଷୟରେ କିଛି କହିବା ପାଇଁ ଯାଉଛୁ ।

ଆପଣମାନେ ତ ନିଶ୍ଚୟ ତାଙ୍କୁ ଚିହ୍ନିଥିବେ । ଲିପ୍ସା ମିଶ୍ର ଓଡିଆ ଫିଲ୍ମ, ଆଲବମ ଓ ସିରିଏଲ ର ଜଣେ ଫେମସ ଅଭିନେତ୍ରୀ ଅଟନ୍ତି । ସେ ନିଜର ଲଭ ଲାଇଫ ବିଷୟରେ କିଛି ବି କାହାକୁ କହି ନାହାନ୍ତି । କିନ୍ତୁ ଏହା ମଧ୍ୟରେ ସେ ନିଜର ଇଂଷ୍ଟାଗ୍ରାମ ରେ ନିଜ ଲାଇଫ ପାର୍ଟଣରଙ୍କର କିଛି ଫଟୋ ଶେୟାର କରିଛନ୍ତି ।

ଦୁଇ ଦିନ ତଳେ ତାଙ୍କର ବାର୍ଥ ଡେ ପାର୍ଟି ଥିଲା ଯେଉଁଥିଲେ ତାଙ୍କର ବୟଫ୍ରେଣ୍ଡ ସାମିଲ ହୋଇଥିଲେ । ସେ ନିଜ ପାର୍ଟନର ଙ୍କ ସହିତ ବାର୍ଥ ଦେ ସେଲିବ୍ରେସନ କରିଥିଲେ ଯାହାର ଫଟୋ ସେ ନିଜର ଇଂଷ୍ଟାଗ୍ରାମ ଆକାଉଣ୍ଟ ରେ ପୋସ୍ତ କରିଥିଲେ ଓ ଏହା ସହିତ ନିଜ ମନ କଥା ମଧ୍ୟ ଜଣାଇଥିଲେ ।

ଆଗରୁ ଲିପ୍ସା ଏ ବିଷୟରେ କିଛି କାହା ଆଗରେ ପ୍ରକାଶ କରି ନଥିଲେ ମଧ୍ୟ ଜନ୍ମ ଦିନ ଅବସରରେ ସେ ନିଜର ବୟଫ୍ରେଣ୍ଡଙ୍କ ନାମକୁ ପ୍ରକାଶ କରିଥିଲେ । ଲିପ୍ସା ଙ୍କ ଲାଇଫ ପାର୍ଟନରଙ୍କ ନାମ ସିଦ୍ଧାନ୍ତ ମିଶ୍ର ଅଟେ ଓ ସେ ଜଣେ ବିଜିନେସ ମ୍ୟାନ ହେବା ସହିତ ଜଣେ ମଡେଲ ବି ଅଟନ୍ତି ।

ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ବହୁତ ଫଲୋଅର୍ସ ଅଛନ୍ତି । ଲିପ୍ସା ଏହି ଫଟୋ ଗୁଡିକ ସୋସିଆଲ ମିଡିଆରେ ଛାଡିବା ପରେ ତାଙ୍କୁ ସବୁ ଆଡୁ ଶୁଭେଶ୍ଚା ଓ ଶୁଭକାମନା ମିଳୁଛି ଓ ସମସ୍ତେ ତାଙ୍କ ଯୋଡିକୁ ମଧ୍ୟ ବହୁତ ପସନ୍ଦ କରୁଛନ୍ତି । ସେମାନେ କରୋନା କାଳ ଯିବା ପରେ ବିବାହ କରିବାର ନିସ୍ପତି ନେଇଛନ୍ତି ।

ତେବେ ବନ୍ଧୁଗଣ ଆପଣଙ୍କୁ ଏମାନଙ୍କ ଯୋଡି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।