ବିବାହ କରି ପିଲା ଜନ୍ମ କରିବାକୁ ଚାହାଁନ୍ତି Jaya Kishori, ଦେଖନ୍ତୁ ପିଲା ବେଳେ କେତେ ସୁନ୍ଦର ଥିଲେ ଏହି ସାଧ୍ଵୀ

ମୋଟିଭେସନାଲ ସ୍ପୀକର ଓ ଆଧ୍ୟାତ୍ମିକ ବକ୍ତା ଜୟା କିଶୋରୀ ଆଜି ଏକ ବଡ ନାମ ହେଇ ସାରିଛନ୍ତି । କେବଳ 23 ବର୍ଷ ବୟସରେ ସେ ସାରା ଦେଶରେ ବହୁତ ନାମ ଓ ସମ୍ମାନ କମେଇ ସାରିଛନ୍ତି । ଖାସ କରି ଯୁବପିଢୀ ମାନଙ୍କ ମଧ୍ୟରେ ଜୟା କିଶୋରୀ ବହୁତ ଫେମସ ଅଟନ୍ତି । ସେ ସୋସିଆଲ ମିଡିଆରେ ବି ବହୁତ ଆକ୍ଟିଭ ରୁହନ୍ତି । ତାଙ୍କ ଦ୍ଵାରା କୁହା ଯାଇଥିବା କଥା ଓ ଉପଦେଶ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥାଏ ।

ଜୟା କିଶୋରୀ ଙ୍କ ଫଟୋ ବି ସୋସିଆଲ ମିଡିଆରେ ବହୁତ ପସନ୍ଦ କରାଯାଏ । ଆପଣ ବି ତାଙ୍କର ଅନେକ ଫଟୋ ଦେଖିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ତାଙ୍କର ପିଲାବେଳର କିଛି ବଛା ବଛା ଅଣଦେଖା ଫଟୋ ଦେଖାଇବୁ ।

ଏହି ଫଟୋଟି ଜୟା କିଶୋରୀଙ୍କ ପିଲା ବେଳର ଅଟେ । ଏଥିରେ ସେ ନିଜର ପିତାଙ୍କ କୋଳରେ ବସିଥିବାର ନଜର ଆସୁଛନ୍ତି ।

ଜୟା କିଶୋରୀ 7 ବର୍ଷ ବୟସରେ ହିଁ ଭଜନ, କୀର୍ତ୍ତନ ଗାଇବା ଆରମ୍ଭ କରିଥିଲେ । ଏହି ଫଟୋଟି ସେହି ସମୟର ଅଟେ ।

ଏହି ଫଟୋରେ ଜୟା କିଶୋରୀ ନିଜ ଜେଜେ ମା ଙ୍କ କୋଳରେ ବସି ହସୁଥିବାର ନଜର ଆସୁଛନ୍ତି ।

ଏହି ଫଟୋରେ ଜୟା କିଶୋରୀ ମାତ୍ର 9 ବର୍ଷର ଅଟନ୍ତି । ଏତେ କମ ବୟସରେ ସେ ଶିବ ତାଣ୍ଡବ ସ୍ତ୍ରୋତମ, ରାମାଷ୍ଟକମ, ଲିଙ୍ଗାଷ୍ଟକମ ଭଳି ଶ୍ଳୋକ ଗାଉଥିଲେ । ଜୟା କିଶୋରୀଙ୍କୁ ନାରାୟଣ ସେବା ସଂସ୍ଥାନ ର ପିଲାମାନଙ୍କ ସହିତ ସମୟ ବିତାଇବା ପାଇଁ ବହୁତ ପସନ୍ଦ ଅଟେ । କେବଳ ଏତିକି ନୁହେଁ, ସେ ନିଜର ରୋଜଗାରର ଏକ ବଡ ଅଂଶ ଏହି ଆଶ୍ରମ ରେ ବି ଦାନ କରନ୍ତି ।

ଜୟା କିଶୋରୀଙ୍କ ଜନ୍ମ ରାଜସ୍ଥାନ ର ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା । ତାଙ୍କ ଘରେ ପ୍ରଥମରୁ ହିଁ ଏକ ଆଧ୍ୟାତ୍ମିକ ପରିବେଶ ରହି ଆସିଛି । ଏହି ଆଧ୍ୟାତ୍ମିକ ପରିବେଶ କାରଣରୁ ସେ କୃଷ୍ଣ ଭକ୍ତିରେ ଲୀନ ହୋଇଗଲେ ।

ଏହା ତାଙ୍କ ପରିବାରର ଆଉ ଏକ ଫଟୋ ଅଟେ । ଜୟା କିଶୋରୀ ନିଜ ପରିବାରକୁ ବହୁତ ଭଲ ପାଆନ୍ତି । କେବଳ ଏତିକି ନୁହେଁ ସେ ଏକ ସାଧାରଣ ଝିଅ ଭଳି ବିବାହ କରିବା ଓ ମା ହେବା ପାଇଁ ନିଷ୍ପତ୍ତି ମଧ୍ୟ ନେଇଛନ୍ତି । ସାଧାରଣତଃ ଆଧ୍ୟାତ୍ମିକ ପ୍ରବକ୍ତା ମାନେ ଏହି ଭଳି ସାଂସାରିକ ଜୀବନରୁ ଦୂରେଇ ରୁହନ୍ତି । କିନ୍ତୁ ଜୟା କିଶୋରୀ ସମସ୍ତଙ୍କ ଠାରୁ କିଛି ଅଲଗା ଅଟନ୍ତି ।

ଜୟା କିଶୋରୀ ଇଂଷ୍ଟାଗ୍ରାମ ରେ ବି ଆକ୍ଟିଭ ରୁହନ୍ତି । ଏଠାରେ ତାଙ୍କୁ 1 କୋଟି 40 ଲକ୍ଷରୁ ବି ଅଧିକ ଲୋକ ଫଲୋ କରନ୍ତି । ତାଙ୍କ ଦ୍ଵାରା କୁହା ଯାଇଥିବା ବାଣୀ ଓ ଉପଦେଶକୁ ଯୁବପିଢି ବି ବହୁତ ଧ୍ୟାନର ସହିତ ଶୁଣନ୍ତି ଓ ଖୁବ ପସନ୍ଦ କରନ୍ତି ମଧ୍ୟ । ଏହି କଥାରେ କୌଣସି ସନ୍ଦେହ ନାହିଁ କି ତାଙ୍କର ସୋସିଆଲ ମିଡିଆ ପ୍ରେଜେନ୍ସ ବହୁତ ଦମଦାର ଅଟେ । ବୋଧେ ଏହି କାରଣରୁ ସେ ଯୁବପିଢି ମାନଙ୍କ ପାଖରେ ଶୀଘ୍ର ପହଞ୍ଚି ପାରନ୍ତି ଓ ତାଙ୍କ ମଧ୍ୟରେ ଅଧିକ ପପୁଲାର ମଧ୍ୟ ଅଟନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।