କୁଣ୍ଡଳୀ ଭାଗ୍ୟ ସିରିଏଲରୁ ପପୁଲାର ହେଇଥିବା ଏହି ହିରୋଇନଙ୍କ ରିଅଲ ଲାଇଫ ଫ୍ୟାମିଲି

ଆଜି ଆମେ ଟିଭି ଇଣ୍ଡଷ୍ଟ୍ରି ର ଚୁଲବୁଲି ଅଭିନେତ୍ରୀ ଙ୍କ ବିଷୟରେ କହିବୁ ଯିଏ ଟିଭି ସିରିଏଲ କୁଣ୍ଡଳୀ ଭାଗ୍ୟ ରୁ ସମସ୍ତଙ୍କ ହୃଦୟ କିଣିଥିଲେ । ନିଜ ଅଭିନୟ ଦ୍ଵାରା ବହୁତ ଲୋକଙ୍କୁ ନିଜର ଦିୱାନା କରିଛନ୍ତି । ଆପଣ ଅଞ୍ଜୁମ ଫକିଃ ଙ୍କ ବିଷୟରେ ଜାଣିଥିବେ କିନ୍ତୁ କଣ ତାଙ୍କ ଘର ଲୋକଙ୍କ ବିଷୟରେ ଜାଣିଛନ୍ତି । ତେବେ ଚାଲନ୍ତୁ ଜାଣିବା । ଆଜି ଟିଭି ଇଣ୍ଡଷ୍ଟ୍ରି ରେ ନିଜର ଚୁଲବୁଲି ଅଭିନୟ ଦ୍ଵାରା ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ଅଞ୍ଜୁମ ଫକିଃ ସମସ୍ତଙ୍କ ପ୍ରିୟ ଅଭିନେତ୍ରୀ ବନିସାରିଛନ୍ତି ।

ଅଞ୍ଜୁମ ମୁସଲମାନ ପରିବାରରୁ ଅଟନ୍ତି । ତାଙ୍କ ପିତା ଙ୍କ ନାମ କମାଲୁଦିନ ଫକିଃ ଅଟେ । ଏବଂ ତାଙ୍କ ମାତା ଙ୍କ ନାମ ସୁଲତାନ ଫକିଃ ଅଟେ । ଅଞ୍ଜୁମ ଙ୍କ ପିତା ସାଉଦି ଆରବ ରେ ବ୍ୟବସାୟୀ ଅଟନ୍ତି । ଅଞ୍ଜୁମ ଙ୍କ ଜନ୍ମ ୧୨ ସେପ୍ଟେମ୍ବର ୧୯୮୯ ରେ ମୁମ୍ବାଇ ରେ ହୋଇଥିଲା । ସେ ନିଜର ପାଠ ପଢା ମୁମ୍ବାଇ ରୁ ହିଁ ପୁରା କରିଥିଲେ । ଯେତେବେଳେ ଅଞ୍ଜୁମ ଅଭିନେତ୍ରୀ ହେବାକୁ ଚାହୁଁଥିଲେ ସେତେବେଳେ ତାଙ୍କ ପିତା ପୁରା ବିରୁଦ୍ଧ କରିଥିଲେ ।

ସେ ନିଜର କ୍ୟାରିୟର ଆରମ୍ଭ ଗୋଟେ ଚେୟାର ଶୋ ରୁ ଆରମ୍ଭ କରିଥିଲେ । ତାପରେ ୨୦୧୫ ରେ ତାଙ୍କୁ ସିରିଏଲ ଏକ ଥା ରାଜା ଏକ ଥା ରାଣୀ ରେ ତାଙ୍କୁ ରୋଲ କରିବାକୁ ମିଳିଥିଲା । ଯେଉଁଥିରେ ତାଙ୍କୁ ଏତେ ଲୋକପ୍ରିୟତା ମିଳିଲା କି ତାଙ୍କୁ ଅନ୍ୟ ସିରିଏଲ ରେ ମଧ୍ୟ କାମ କରିବାକୁ ସୁଯୋଗ ମିଳିଲା ।

ନିଜର ଦମଦାର ଅଭିନୟ ପାଇଁ ସେ ଆଜି ଜି ଟିଭି ର ପ୍ରସିଦ୍ଧ ସିରିଏଲ କୁଣ୍ଡଳୀ ଭାଗ୍ୟ ରେ ଲିଡ ରୋଲ କରିବାକୁ ସୁଯୋଗ ମିଳିଥିଲା । ଅଞ୍ଜୁମ ଏବେ ପର୍ଯ୍ୟନ୍ତ ବିବାହ କରିନାହାନ୍ତି ।

ଅଞ୍ଜୁମ ଫକିଃ ଙ୍କ ନାମ ତାଙ୍କ ସାଥିରେ ଅଭିନୟ କରୁଥିବା ଅଭିନେତା ଅଭିଷେକ କପୁର ଙ୍କ ସହ ଯୋଡା ହେଉଛି । ଦୁହେଁ ଦୁହିଁଙ୍କୁ ଡେଟ କରୁଛନ୍ତି । କିନ୍ତୁ ଦୁହେଁ ଏହାକୁ କେବଳ ବନ୍ଧୁତା ବୋଲି କହିଛନ୍ତି । ଅଞ୍ଜୁମ ନିଜ କ୍ୟାରିୟର ରେ ବହୁତ ଆଗକୁ ବଢୁଛନ୍ତି ।

ତେବେ ଆପଣଙ୍କୁ ଅଞ୍ଜୁମ ଫକିଃ କେମିତି ଲାଗନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।