ଇସ ପ୍ୟାର କୋ କ୍ୟା ନାମ ଦୂଂ ର Barun Sobtiଙ୍କ ସ୍ତ୍ରୀ Sanayaଙ୍କ ଠୁ ବି ଅଧିକ ସୁନ୍ଦର

୨୦୧୧ରେ ଷ୍ଟାରପ୍ଲସରେ ପ୍ରସାରିତ ହେଉଥିବା ସିରିୟଲ ‘ଇସ ପ୍ୟାର କୋ କ୍ୟା ନାମ ଦୂଂ’ ସେହି ସମୟର ସବୁଠୁ ଅଧିକ ପସନ୍ଦ କରଯାଉଥିବା ସିରିୟଲ ଥିଲା । ଏହି ସିରିୟଲରେ ମୁଖ୍ୟ ଅଭିନେତା ରୂପରେ ବରୁନ ସୋବତୀ ଓ ମୁଖ୍ୟ ଅଭିନେତ୍ରୀ ରୂପରେ ସନାୟା ଈରାନୀ ନଜର ଆସିଥିଲେ । ଏହି ଯୋଡି ଗୋଟିଏ ସମୟରେ ଟିଭି ଇଣ୍ଡଷ୍ଟ୍ରିର ସବୁଠୁ ପପୁଳାର ଯୋଡି ଥିଲେ । ଏମିତିରେ ଆଜି ଆମେ ଆପଣଙ୍କୁ ବରୁନ ସୋବତୀଙ୍କ କିଛି ପର୍ସନାଳ ଲାଇଫ ବିଷୟରେ କହିବୁ ।

କହିବାକୁ ଗଲେ ବରୁନ ସୋବତୀଙ୍କ ଜନ୍ମ ୨୧ ଅଗଷ୍ଟ ୧୯୮୪ରେ ଦିଲ୍ଲୀରେ ହୋଇଥିଲା । ସେ ଏକ ପଞ୍ଜାବୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ବରୁନଙ୍କ ପିତାଙ୍କ ନାମ ରାଜ ସୋବତୀ ଅଟେ ଓ ତାଙ୍କର ମା ଜଣେ ଗୃହିଣୀ ଅଟନ୍ତି ।

ଯିଏ ଘର ପରିବାରର ସମ୍ଭାଳନ୍ତି । ବରୁନ ସୋବତୀ ଦିଲ୍ଲୀର ଏକ ସ୍କୁଲରେ ନିଜର ପିଲାଦିନର ଶିକ୍ଷା ପୁରା କରିଥିଲେ । ଏହା ପରେ ଦିଲ୍ଲୀ ବିଶ୍ଵ ବିଦ୍ୟାଳୟରୁ ସେ ନିଜର ଡିଗ୍ରୀ ହାସଲ କରିଲେ । କିନ୍ତୁ ଆପଣଙ୍କୁ କହିଦେଉଛୁ କି ସେ ଟିଭି ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ୭ ବର୍ଷ ଜିନ୍ଦଲ କମ୍ପାନୀରେ କାମ କରିଛନ୍ତି । ୨୦୦୯ରେ ନିଜର ଅଭିନୟ ଓ ମଡେଲିଙ୍ଗ କ୍ୟାରିୟର ଆରମ୍ଭ କରିବା ସହିତ ହିଁ ସେ ଧୀରେ ଧୀରେ ପପୂଲାର ହେବାକୁ ଲାଗିଲେ ।

ଏହା ପରେ ସେ ବହୁତ କମ ସମୟରେ ଲୋକପ୍ରିୟ ଅଭିନେତାମାନଙ୍କ ଲିସ୍ଟରେ ନିଜର ନାଁ ସାମିଲ କରିଦେଲେ । ବରୁନ ସୋବତୀ ୨୦୦୯ରେ ଟିଭି ସିରିୟଲରେ ଅଭିନୟ ଆରମ୍ଭ କରିଥିଲେ । ସେ ସର୍ବେ ପ୍ରଥମେ ଷ୍ଟାରପ୍ଲସର ସିରିୟଲ ‘ଶ୍ରଦ୍ଧା’ରେ ଅଭିନୟ କରିଥିଲେ । ଏହା ପରେ ସେ ୨୦୧୦ରେ ‘ଦିଲ ମିଲ ଗୟା’ରେ ନଜର ଆସିଲେ । ସେ ଏହି ସିରିୟଲରେ ରାଜ ସିଙ୍ଘର ଅଭିନୟ କରିଥିଲେ ।

ଏହା ପରେ ତାଙ୍କର ପପୁଲାରୀଟି ଦେଖି ତାଙ୍କୁ ସିରିୟଲ ‘ଇସ ପ୍ୟାର କୋ କ୍ୟା ନାମ ଦୂଂରେ ମୁଖ୍ୟ ଅଭିନେତା ରୂପରେ କାସ୍ଟ କରାଗଲା । ଯେଉଁଥିରେ ତାଙ୍କର କିରଦାରର ନାମ ଆର୍ନବ ସିଂହ ରାୟଜାଦା ଥିଲା । ଏହି ସିରିୟଲ ମାଧ୍ୟମରେ ସେ ଘରେ ଘରେ ପରିଚିତ ହୋଇ ଯାଇଥିଲା । କିନ୍ତୁ ଯଦି ବରୁନ ସୋବତୀଙ୍କ ଅସଲ ଜୀବନସାଥିଙ୍କ ବିଷୟରେ କହିବା ତେବେ ତାଙ୍କର ସ୍ତ୍ରୀଙ୍କ ନାମ ପଶ୍ମୀନ ମନଚଂଦା ଅଟେ । ଆପଣଙ୍କୁ କହିଦେଉଛୁ କି ବରୁନ ସୋବତୀ କେବେ ବି କୌଣସି ଅଭିନେତ୍ରୀଙ୍କୁ ଡେଟ କରି ନାହାନ୍ତି ।

ସେ ନିଜର ପିଲାଦିନର ବନ୍ଧୁ ପଶ୍ମୀନ ମନଚଂଦାଙ୍କୁ ଭଲ ପାଉଥିଲେ ଓ ତାଙ୍କୁ ହିଁ ବାହା ହେଲେ । ଏମାନଙ୍କର ପ୍ରେମ କାହାଣୀ ସ୍କୁଲ ଦିନରୁ ଆରମ୍ଭ ହୋଇଯାଇଥିଲା । ଗୋଟିଏ ରିପୋର୍ଟ ଅନୁସାରେ ପଶ୍ମୀନ ମନଚଂଦାଙ୍କୁ ଇପ୍ରେସ କରିବା ପାଇଁ ବରୁନ ସୋବତୀ କବିତା ଲେଖୁଥିଲେ । କହିବାକୁ ଗଲେ ବରୁନ ସୋବତୀଙ୍କ ସ୍ତ୍ରୀ ଅଧିକ ଲାଇମ ଲାଇଟରେ ରହିବାକୁ ପସନ୍ଦ କରନ୍ତି ନାହିଁ । ବରୁନ ସୋବତୀ ପଶ୍ମୀନ ମନଚଂଦାଙ୍କ ସହିତ ୨୦୧୦ରେ ବିବାହ କରି ନେଇଥିଲେ । ବରୁନ ସୋବତୀ ଓ ପଶ୍ମୀନ ମନଚଂଦା ଗୋଟିଏ ଝିଅ ବି ଅଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।