Bollywood ଇଣ୍ଡଷ୍ଟ୍ରୀର ଏହି ସବୁ ଷ୍ଟାର ବିବାହ କରିଛନ୍ତି ସାଧାରଣ ବ୍ୟକ୍ତିଙ୍କୁ -1ନଂ ତ ସମସ୍ତଙ୍କ ଫେଭରେଟ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ର କିଛି ଏଭଳି କଳାକାର ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ କୌଣସି ସେଲିବ୍ରିଟି ନୁହେଁ ବରଂ ସାଧାରଣ ବ୍ୟକ୍ତି ଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ବନ୍ଧୁଗଣ ବଲିଉଡ ହେଉଛି ଏଭଳି ଏକ ସ୍ଥାନ ଯେଉଁଠାରେ ସବୁକିଛି ମାତ୍ର ଚର୍ଚ୍ଚା ର ବିଷୟ ହେବା ପାଇଁ ହୋଇଥାଏ । ପ୍ରାୟତଃ ଦେଖିବାକୁ ମିଳିଥାଏ ଯେ, ଆକ୍ଟର ମାନେ ନିଜର କୋ-ଆକଟ୍ରେସ ଙ୍କ ସହିତ ହିଁ ବିବାହ କରିଛନ୍ତି ଏବଂ କିଛି କଳାକାର ଏଭଳି ଅଛନ୍ତି କେବଳ ଚର୍ଚ୍ଚା ର ପାତ୍ର ହେବା ପାଇଁ ପରସ୍ପର ଙ୍କ ସହିତ ରିଲେସନ ରେ ମଧ୍ୟ ରହିଥାନ୍ତି ।

କିନ୍ତୁ ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ରେ କିଛି ଏଭଳି କଳାକାର ମଧ୍ୟ ଅଛନ୍ତି ଯେଉଁମାନେ ନିଜ ଭଳି ସେଲିବ୍ରିଟି ଙ୍କୁ ବିବାହ ନକରି ସାଧାରଣ ବ୍ୟକ୍ତି ଙ୍କୁ ବିବାହ କରିଛନ୍ତି । ତେବେ ଆସନ୍ତୁ ଜାଣିବା ସେହି କଳାକାର ମାନଙ୍କ ସମ୍ବନ୍ଧରେ ।

୧. ବନ୍ଧୁଗଣ ପ୍ରଥମ କଳାକାର ଜଣକ ହେଉଛନ୍ତି, ବଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତା ‘ସାହିଦ କପୁର’ । ଅଭିନେତା ‘ମୀରା’ ଙ୍କୁ ବିବାହ କରିବା ଖବର ସମସ୍ତ ଦର୍ଶକ ମାନଙ୍କ ପାଇଁ ଆଶ୍ଚର୍ଯ୍ୟ ଜନକ ଥିଲା । ଏହି ଯୋଡ଼ି ଙ୍କ ଲଭ ଷ୍ଟୋରି ବହୁତ ଖାସ ଅଟେ । କୌଣସି ଏକ ପାର୍ଟି ରେ ଏହି ଯୋଡି ପରସ୍ପର ଙ୍କ ସହ ସାକ୍ଷାତ କରିଥିଲେ ଏବଂ ଧୀରେ ଧୀରେ ସହିଦ ମୀରା ଙ୍କ ପ୍ରତି ଆକ୍ଟରାକ୍ଟ୍ ହୋଇଥିଲେ ଏବଂ ସେ ବିଳମ୍ବ ନକରି ମୀରା ଙ୍କୁ ବିବାହ କରିଥିଲେ ।

ପ୍ରଥମେ ସାହିଦ ନିଜର ଏବଂ ମୀରା ଙ୍କ ବୟସ କୁ ନେଇ ଦ୍ୱନ୍ଦ ରେ ରହିଥିଲେ । କିନ୍ତୁ ମୀରା କମ ବୟସ ର ହୋଇ ମଧ୍ୟ ସହିଦ ଙ୍କୁ ବହୁତ ଭଲ ଭାବରେ ବୁଝୁଥିଲେ । ଏକ ଇଣ୍ଟରଭ୍ୟୁ ରେ ସାହିଦ କପୁର କହିଥିଲେ ଯେ, ତାଙ୍କ ଜୀବନର ସବୁଠାରୁ ସ୍ପେଶାଲ ମୋମେଣ୍ଟ ହେଉଛି, ମୀରା ଙ୍କ ସହ ବିବାହ କରିବା ଏବଂ ନିଜ ଝିଅ ମିଶା ଙ୍କ ଜନ୍ମ ତାଙ୍କ ଜୀବନର ସବୁଠାରୁ ଖାସ ମୋମେଣ୍ଟ ଅଟେ ।

୨. ବନ୍ଧୁଗଣ ଦ୍ଵିତୀୟ କଳାକାର ଜଣକ ହେଉଛନ୍ତି, ବଲିଉଡ ଇଣ୍ଡଷ୍ଟ୍ରୀ ର କିଙ୍ଗ ଖାଁ ଅଭିନେତା ‘ସାହରୁଖ ଖାଁ’ । ସାହରୁଖ ଏବଂ ଗୌରୀ ଙ୍କ କାହାଣୀ ସମସ୍ତ ଦର୍ଶକ ମାନଙ୍କ ପାଇଁ ପ୍ରେରଣା ଦାୟକ ଅଟେ । ଏହି ଯୋଡି ଙ୍କୁ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରନ୍ତି । ସାହରୁଖ ଏବଂ ଗୌରୀ ଏକ ପାର୍ଟି ରେ ପରସ୍ପର ଙ୍କ ସହ ସାକ୍ଷାତ ହୋଇଥିଲେ ଏବଂ ଏମାନେ ପରସ୍ପର ଭଲ ବନ୍ଧୁ ଥିଲେ । ଏମାନଙ୍କ ବନ୍ଧୁତା ଭଲ ପାଇବାରେ ପରିଣତ ହୋଇଥିଲା ।

ଯେତେବେଳେ ଗୌରୀ ନିଜ ପରିବାର ଙ୍କ ସହିତ ସାହରୁଖ ଙ୍କ ଦେଖା କରାଇଥିଲେ ତାଙ୍କ ପରିବାର ଏଥିପାଇଁ କଦାପି ରାଜି ନଥିଲେ । କାରଣ ସାହରୁଖ ଜଣେ ମୁସଲିମ ପରିବାର ର ଥିଲେ ଏବଂ ଗୌରୀ ହିନ୍ଦୁ ପରିବାର ର । ଅଭିନେତା ସାହରୁଖ ଖାଁ ସେହି ସମୟରେ ଜଣେ ଷ୍ଟ୍ରଗଲର ଥିଲେ ଏବଂ ସେ ଗୌରୀ ଙ୍କ ପାଇଁ ସବୁକିଛି ହାସଲ କରିବା ପାଇଁ ଚାହୁଁଥିଲେ । ପରେ ଏହି ଯୋଡି ପରସ୍ପର ଙ୍କୁ ବିବାହ କରିଥିଲେ । ସାହରୁଖ ଙ୍କ ପାଇଁ ଗୌରୀ ବହୁତ ଲକି ପ୍ରମାଣିତ ହୋଇଥିଲେ କାରଣ ବିବାହ ର ଏକ ମାସ ପରେ ସାହରୁଖ ୫ଟି ଫିଲ୍ମ ରେ ସାଇନ କରିଥିଲେ ।

୩. ବନ୍ଧୁଗଣ ତୃତୀୟ କଳାକାର ଜଣକ ହେଉଛନ୍ତି, ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ‘ବରୁଣ ଧୱନ’ । ବରୁଣ ଏବଂ ନତାଶା ଙ୍କ ଯୋଡ଼ି ମୋଷ୍ଟ୍ ଆଡୋରେବଲ ଯୋଡି ଅଟେ । ଏହି ଯୋଡି କିଛି ଦିନ ପୂର୍ବରୁ ହିଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ନତାଶା ଜଣେ ଫ୍ୟାସନ ଡିଜାଇନର ଅଟନ୍ତି ଏବଂ ତାଙ୍କର ନିଜର ଏକ ଫ୍ୟାସନ ବ୍ରାଣ୍ଡ ମଧ୍ୟ ଅଛି ଯାହାର ନାମ ହେଉଛି, ‘ନତାଶା ଦଲାଲ’ । ନତାଶା ଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ରୁ ଦୂରରେ ରହିବା ପସନ୍ଦ ଏବଂ ଏହି କାରଣ ରୁ ସେ ସର୍ବଦା ଲାଇମ ଲାଇଟ ରୁ ଦୂରରେ ରୁହନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।