ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଦ୍ଵାରା ଏହି ୫ ଟି ରାଶିର ଆରମ୍ଭ ହେବ ଶୁଭ ସମୟ, ଭାଗ୍ୟ ବଦଳିଯିବ

କହିବାକୁ ଗଲେ ବର୍ତ୍ତମାନ ସମୟରେ ଗ୍ରହ ମାନଙ୍କର ସ୍ଥିତି ଓ ପରିବର୍ତ୍ତନ ବିଷୟରେ କହିବା ତେବେ ସୂର୍ଯ୍ୟଦେବ ନିଜର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ସୂର୍ଯ୍ୟ କନ୍ୟା ରାଶିରୁ ତୁଳା ରାଶିକୁ ପ୍ରବେଶ କରିବେ ଓ ଏହା କିଛି ରାଶିମାନଙ୍କ ପାଇଁ ଖୁସିର ଖବର ଅଟେ । ଏହା ସହିତ କିଛି ରାଶିମାନଙ୍କର ଜୀବନରେ ବହୁତ କିଛି ପରିବର୍ତ୍ତନ ବି ଦେଖିବାକୁ ମିଳିବ । ଆପଣଙ୍କୁ କହିଦେଉଛୁ କି ନବରାତ୍ରି ପୂର୍ବରୁ ସୂର୍ଯ୍ୟଦେବଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି । ୧୭ ଅକ୍ଟୋବରରେ ସୂର୍ଯ୍ୟ ରାଶି ପରିବର୍ତ୍ତନ କରିବେ ।

ଆପଣଙ୍କୁ କହିଦେଉଛୁ କି ସୂର୍ଯ୍ୟ ଗୋଟିଏ ରାଶିରେ ଗୋଟିଏ ମାସ ରହିଥାନ୍ତି । ଏମିତିରେ ସୂର୍ଯ୍ୟ ୧୭ ନଭେମ୍ବରକୁ ପର୍ଯ୍ୟନ୍ତ ରହିବେ । ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନକୁ ସୂର୍ଯ୍ୟ ସଙ୍କ୍ରାନ୍ତି କୁହାଯାଏ । ନବରାତ୍ରି ପୂର୍ବରୁ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ହେବ । ଏହା ଯୋଗୁଁ ଅନେକ ରାଶିର ଭାଗ୍ୟ ପରିବର୍ତ୍ତନ ହେବା ସହ ଶୁଭ ଫଳ ମିଳିବ । ଆସନ୍ତୁ ଜାଣିବା କେଉଁ ରାଶିର ଭାଗ୍ୟ ପରିବର୍ତ୍ତନ ହେବ ।

ବୃଷ ରାଶି

ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତ୍ତନ ଯୋଗୁଁ ବୃଷ ରାଶିର ଲୋକମାନଙ୍କୁ ବହୁତ ଶୁଭ ଫଳ ଦେବ । ଏହି ରାଶିର ବ୍ୟକ୍ତିଙ୍କ ଚାକିରି ଓ ବ୍ୟବସାୟରେ ଭଲ ଲାଭ ମିଳିବ । ଆପଣଙ୍କୁ ବହୁତ ଶୁଭ ଖବର ବି ମିଳିବ ।

ସିଂହ ରାଶି

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଯୋଗୁଁ ଏହି ରାଶିର ବ୍ୟକ୍ତିଙ୍କ ସବୁ ସମସ୍ୟା ସମାଧାନ ହୋଇଯିବ । ସବୁ ପୁରୁଣା ରୋଗରୁ ରକ୍ଷା ମିଳିବ । ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ । ପରିବାରରେ ଖୁସିର ପରିବେଶ ରହିବ । ଜୀବନସାଥିଙ୍କ ସହ ଭଲ ସମୟ ବିତାଇବେ ଓ ବୁଲିବାକୁ ଯାଇ ପାରନ୍ତି ।

କନ୍ୟା ରାଶି

ସୂର୍ଯ୍ୟର ରାଶି ପରିବର୍ତ୍ତନ ଯୋଗୁଁ ଏହି ରାଶିର ବ୍ୟକ୍ତି ମାନଙ୍କର ଭଗବାନ ଙ୍କ ପ୍ରତି ଆସ୍ଥା ବଢିବ ଓ ଧାର୍ମିକ କ୍ଷେତ୍ରରେ ମନ ଲାଗିବ । ଘର ପରିବାରରେ ଖୁସିର ଲହରୀ ଖେଳି ଯିବ । ଜମି ଓ ବାହାନ ଆଦି କିଣିବାର ସୁଯୋଗ ମିଳିବ ।

ଧନୁ ରାଶି

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଯୋଗୁଁ ଏହି ରାଶୀର ବ୍ୟକ୍ତିଙ୍କ ଜୀବନରେ ବହୁତ ଖୁସି ଆଣିବ । ସନ୍ତାନ ଜନିତ ସମସ୍ୟାରୁ ମୁକ୍ତି ପାଇବେ । ସନ୍ତାନଙ୍କ ପାଠ ପଢାରେ ଉନ୍ନତି ଦେଖି ଆପଣ ଖୁସି ଅନୁଭବ କରିବେ । ବ୍ୟବସାୟରେ ଅଧିକ ଅଧିକ ଲାଭ ମିଳିବ । ବ୍ୟବସାୟ ବୃଦ୍ଧି କରିବାରେ ସଫଳ ହେବେ । ଘର ପାଇଁ ଲୋନ ପାସ ହୋଇଯିବ ।

ମକର ରାଶି

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଯୋଗୁଁ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବ । ଅଧିକ ପରିଶ୍ରମ ଯୋଗୁଁ କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିବ । ଆପଣ ସବୁ କାର୍ଯ୍ୟରେ ମନ ଲଗାଇ କାମ କରିବେ । ପରିବାର ସହ ଭଲ ସମ୍ପର୍କ ରହିବା ଦ୍ଵାରା ସମସ୍ତେ ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ ସହଯୋଗ କରିବେ । ଯୋଗ ଓ ବ୍ୟାୟମ କରି ନିଜକୁ ସୁସ୍ଥ ରଖନ୍ତୁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।