Vastu Shastra- ଘରର ଏହି ଜାଗାରେ ରଖି ଦିଅନ୍ତୁ ଫିଟିକରି, ମା ଲକ୍ଷ୍ମୀଙ୍କର ହେବ ଆଗମନ, ହେବ ଧନବର୍ଷା

ଆଜି ଆମେ ଆପଣଙ୍କୁ ବାସ୍ତୁ ଶାସ୍ତ୍ର ସମ୍ବନ୍ଧିତ କିଛି ସୂଚନା ଦେବୁ । ଯାହାକୁ ଉପଯୋଗ କରି ଆପଣ ନିଜର ଜୀବନକୁ ସୁଖମୟ କରି ପାରିବେ । ସାଧାରଣତଃ ଦୈନଦିନ ଜୀବନରେ ସମସ୍ତେ ସୁଖ ଓ ଶାନ୍ତି ଚାହାନ୍ତି । କିନ୍ତୁ ବେଳେ ବେଳେ କୌଣସି କାରଣ ବଶତଃ ଆପଣ ସୁଖ ଠାରୁ ଦୂରେଇ ଯାଆନ୍ତି ଓ ଦୁଖ ଆଡକୁ ଚାଲି ଯାଆନ୍ତି । ସମସ୍ତେ ଏହିଭଳି ଚାହାନ୍ତି ନାହିଁ । ଏହାର ମୁଖ୍ୟ କାରଣ ହେଉଛି ବାସ୍ତୁ ଦୋଷ । କହିବାକୁ ଗଲେ ଯଦି ଆପଣଙ୍କ ଘରେ କିଛି ବାସ୍ତୁ ଦୋଷ ଅଛି ତେବେ ଆପଣଙ୍କ ସହ ଏହିଭଳି ହୋଇଥାଏ ।

ଏମିତିରେ ଆପଣ ନିଜ ଘରର ବାସ୍ତୁ ଦୋଷ ଦୂର କରିବା ପାଇଁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ ଏକ ସରଲ ଉପାୟ ନେଇ ଆସିଛୁ । କହିବାକୁ ଗଲେ ଆପଣ ଫିଟିକିରି ମାଧ୍ୟମରେ ନିଜ ଘରର କିଛି ବାସ୍ତୁ ଦୋଷକୁ ଦୂର କରି ପାରିବେ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

୧- ଘରର ବାଥରୁମରେ ଗୋଟିଏ ପାତ୍ରରେ ଫିଟିକିରି କିମ୍ବା ଲୁଣ ଭରପୁର କରି ରଖନ୍ତୁ ଓ ଲୁଣ ଭରା ପାତ୍ରକୁ ସବୁ ମାସରେ ବଦଳେଇ ଦିଅନ୍ତୁ । କହିବାକୁ ଗଲେ ଏହା ବାୟୁରେ ଥିବା ନମନୀୟତା ଓ ଘରେ ଥିବା ନକରାତ୍ମକ ଊର୍ଜାକୁ ନିଜ ଭିତରେ ଶୁଖାଇ ଦିଏ । ଏହିଭଳି କରିବା ଦ୍ଵାରା ଘର ସଦସ୍ୟମାନଙ୍କ ମଧ୍ୟରେ ମିଳା ମିଶା ରହିଥାଏ ।


୨ – ଯଦି ଆପଣଙ୍କ ଘରେ ଅଧିକ ନକରାତ୍ମକ ଊର୍ଜା ଅଧିକ ଅଛି ତେବେ ସବୁ ଦିନ ସକାଳେ ଘର ପୋଛିବା ସମୟରେ ପାଣିରେ ଲୁଣ, ଗୋ ମୁତ୍ର ଓ କିଛି ଫିଟିକିରି ମିଶାଇ ପୋଛିବା ଦ୍ଵାରା ଘରର ସବୁ ନକରାତ୍ମକ ଊର୍ଜା ସହ ରୋଗ ମଧ୍ୟ ଦୂର ହୋଇଥାଏ ।


୩ – ଯଦି ଆପଣଙ୍କ ଘରେ ନିରନ୍ତର କଳି ଝଗଡା କିମ୍ବା ପାରିବାରିକ ଦ୍ଵନ୍ଦ ହେଉଛି ତେବେ ରାତିରେ ଆପଣଙ୍କ ଖଟ ତଳେ ଗୋଟିଏ ଢାଳରେ ପାଣି ରଖନ୍ତୁ ଓ ସକାଳୁ ଉଠି ଗୁରୁମନ୍ତ୍ର ଉଚ୍ଚାରଣ କରି କିମ୍ବା ଭଗବାନଙ୍କ ନାମ ନେଇ ସେହି ପାଣିକୁ ଓସ୍ତ ଗଛ ନିକଟରେ ଢାଳନ୍ତୁ । ଏହା ଦ୍ଵାରା ପାରିବାରିକ କଳି ଝଗଡା ଓ ଗୃହ ବିବାଦ ଦୂର ହୋଇଯିବ । ଘରେ ଶାନ୍ତିର ବାତାବରଣ ରହିବ ଓ ଘର ଧନଧାନ୍ୟରେ ପୁରି ଉଠିବ ।

୪ – ଶୋଇବା ପୂର୍ବରୁ ଗୋଟିଏ କଳା କପଡାରେ କିଛି ଫିଟିକିରି ବାନ୍ଧି ମୁଣ୍ଡ ପାଖରେ କିମ୍ବା ତକିଆ ତଳେ ରଖନ୍ତୁ । ଏହିଭଳି କରିବା ଦ୍ଵାରା ଆପଣଙ୍କୁ ଖରାପ ସ୍ଵପ୍ନ ଆସିବ ନାହିଁ ଓ ସମସ୍ତ ଅଜ୍ଞାତ ଭୟରୁ ମୁକ୍ତି ମିଳିଥାଏ । ଏହା ଦ୍ଵାରା ଜୀବନରେ ଶାନ୍ତି ଭରି ଯାଏ ।


୫ – ଦୋକାନ ଓ କାମ ଧନ୍ଦାରେ ଶୁଭ ଫଳ ଓ ଲାଭ ପାଇଁ ଗୋଟିଏ କଳା କପଡାରେ ଫିଟିକିରି ବାନ୍ଧି ଦୋକାନର କବାଟରେ ଝୁଲାଇ ଦିଅନ୍ତୁ । ଏହା ଫଳରେ ଦୋକାନ ଭଲ ଚାଲିବ ଓ ଜୀବନରେ ଖୁସି ଭରିଯିବ ।


୬ – ଘରର ସମସ୍ତ ବାସ୍ତୁ ଦୋଷ ଦୂର କରିବା ପାଇଁ ୫୦ ଗ୍ରାମ ଫିଟିକିରି ନେଇ ଘରର ସବୁ ରୁମରେ ଅଥବା ନିଜ ଅଫିସ ଓ କାମ କରିବା ସ୍ଥାନରେରେ ରଖନ୍ତୁ ଏହାଦ୍ଵାରା ଘରେ ଥିବା ବାସ୍ତୁ ଦୂର ହୋଇ ଘରେ ଶାନ୍ତି ଓ ଖୁସିର ପରିବେଶ ସୃଷ୍ଟି ହେବ ।