ନିଜର ରିଲ ଲାଇଫ ପତ୍ନୀଙ୍କୁ ମନେ ପକାଇ ଦୁଃଖୀ ହେଲେ ଅନୁପମ ଖେର, କହିଲେ – ତୁମ କଥା ବହୁତ ମନେ ପଡୁଛି…

ବଲୀଉଡ ଗତ ୨ – ୩ ବର୍ଷ ମଧ୍ୟରେ ଗୋଟିରୁ ବଢି ଗୋଟିଏ କଳାକାରମାନଙ୍କୁ ହରାଇଛି । ସେହି ଷ୍ଟାରମାନଙ୍କ ମଧ୍ୟରେ ଜଣେ ଥିଲେ ଅଭିନେତ୍ରୀ ରିମା ଲାଗୁ । ଗତ ବର୍ଷ ତାଙ୍କର ଅଚାନକ ନିଧନର ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ରିମା ଲାଗୁ ପ୍ରାୟତଃ ଫିଲ୍ମରେ ମା କିମ୍ବା ଭାଉଜର ଅଭିନୟ କରିଛନ୍ତି । ଏବଂ ତାଙ୍କର ଏହି ରୋଲ ଦର୍ଶକମାନଙ୍କୁ ବହୁତ ଭଲ ଲାଗୁଥିଲା । ତାଙ୍କର ଡେଥ ଏନିବର୍ସରୀ ଉପରେ ରିଲ ଲାଇଫ ପତ୍ନୀଙ୍କୁ ମନେ ପକାଇ ଦୁଖୀ ହେଲେ ଅନୁପମ ଖେର, କହିଲେ…..

ନିଜର ରୀଲ ଲାଇଫ ପତ୍ନୀଙ୍କୁ ମନେ ପକାଇ ଅନୁପମ ଖେର କହିଲେ କିଛି ଏମିତି

ଅନୁପମ ଖେର ଟ୍ୱିଟର ଉପରେ ଏକ୍ଟ୍ରେସ ରୀମା ଲାଗୁଙ୍କୁ ତାଙ୍କର ଦ୍ଵିତୀୟ ଡେଥ ଏନିବର୍ସରୀରେ ମନେ ପକାଇଛନ୍ତି । ସେ ଟ୍ୱୀଟ କରି କହିଲେ କି, ମୁଁ ରିମା ଲାଗୁଙ୍କୁ ମିସ କରୁଛି ।‘ ଏହା ଛଡା ଅନୁପମ ରିମାଙ୍କର ପ୍ରଥମ ମରାଠୀ ଫିଲ୍ମର ‘ସିଂହାସନ’ର ଏକ ଫଟୋ ବି ଶେୟାର କରିଛନ୍ତି ।

ଅନୁପମ ଖେର ରୀମା ଲାଗୁଙ୍କ ସହିତ କୁଛ-କୁଛ ହୋତା ହୈ, ଜୁଡୱା, ଗୁମରାହ, ଦୀବାନା ମସ୍ତାନା, ୱଂଶ, ପାପା କହତେ ହୈଂ, ଶୋଲା ଔର ଶବନମ, ଝୂଠ ବୋଲେ କୌୱା କାଟେ, ହମ ଆପକେ ହୈଂ କୌନ, ଶ୍ରୀମାନ ଆଶିକ ଏବଂ ପ୍ରେମ ଗ୍ରଂଥ ଭଳି ଫିଲ୍ମରେ କାମ କରିଛନ୍ତି । ଏହି ଯୋଡିକୁ ପରଦାରେ ଲୋକମାନେ ବହୁତ ପସନ୍ଦ କରୁଥିଲେ । ଅନୁପମଙ୍କ ଅନୁସାରେ ରିମା ଲାଗୁ ଏକ ଭଲ ମଣିଷ ସହ ଏକ ଭଲ ଅଭିନେତ୍ରୀ ବି ଥିଲେ ।

ଏହିଭଳି ଭାବରେ ରିମା ଲାଗୁ କରିଲେ ବିଦାୟ

୫୯ ବର୍ଷରେ ରିମା ଲାଗୁଙ୍କର ନିଧନ କାର୍ଡିୟକ ଅରେସ୍ଟ ମାନେ ହାର୍ଟ ଅଟୈକ ଦ୍ଵାରା ହୋଇଛି । ୧୭ ମେ ୨୦୧୭ରେ ପାଖାପାଖି ୧ ସମୟରେ ତାଙ୍କୁ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଏଡମିଟ କରାଗଲା । ଚିକିସ୍ଛା ପରେ ସେ ଶୋଇ ପଡିଲେ କିନ୍ତୁ ଶୋଇଥିବା ଅବସ୍ଥାରେ ହିଁ ତାଙ୍କୁ ଅଚାନକ ଦ୍ଵିତୀୟ ଅଟୈକ ଆସିଲା ଏବଂ ତାଙ୍କର ମୁର୍ତ୍ୟୁ ହୋଇଗଲା । ଶେଷ ସମୟରେ ସେ ସ୍ଟାର ପ୍ଲସର ସିରିଲ ନାମକରଣର ଦମୟନ୍ତୀ ମେହତାର ଅଭିନୟ କରୁଥିଲେ ।

କହିବାକୁ ଗଲେ ରିମା ଲାଗୁ ବଲୀଉଡର ସବୁଠୁ ଲୋକପ୍ରିୟ ମା ଥିଲେ, ରିମା ଫେମସ ଅଭିନେତା ବିବେକ ଲାଗୁଙ୍କ ସହ ବିବାହ କରିଥିଲେ । କିନ୍ତୁ ପରେ ସେମାନେ ଅଲଗା ହୋଇଗଲେ । ତାଙ୍କର ଝିଅ ମୃଣ୍ମୟୀ ମରାଠୀ ଫିଲ୍ମ ଛଡା ହିନ୍ଦୀ ସିନେମାରେ ବି ସକ୍ରିୟ ଅଛନ୍ତି । ଆପଣଙ୍କୁ କହିଦେଉଛୁ ଯେ ପ୍ରାୟତଃ ସଲମାନ ଖାନଙ୍କର ଫିଲ୍ମରେ ସେ ସଲମାନର ମାଙ୍କର ଅଭିନୟ କରିଛନ୍ତି । ଏହା ଛଡା ଶାହରୁଖ ଖାନ, ଆମିର ଖାନ ଓ ସଞ୍ଜୟ ଦତ୍ତଙ୍କର ମା ବି ହୋଇଛନ୍ତି ।