ନାନା ପାଟେକରଙ୍କ ଲାଇଫ ଷ୍ଟାଇଲ, ଘର, ପରିବାର ଓ କେତେ ସମ୍ପତ୍ତି ଅଛି ତାଙ୍କ ପାଖରେ ଦେଖନ୍ତୁ

ନାନା ପାଟେକର ଭାରତୀୟ ସିନେମା ଜଗତର ଗୋଟିଏ ବଡ ନାଁ ଅଟେ । ସେ ଭାରତୀୟ ଫିଲ୍ମ ଗୁଡିକରେ ମୁଖ୍ୟ ଅଭିନେତା ରୂପରେ ନଜର ଆସନ୍ତି । ସେ ଲେଖକ ଓ ନିର୍ମାତା ବି ଅଟନ୍ତି । ତାଙ୍କୁ ହିନ୍ଦୀ ସିନେମାରେ ସବୁଠୁ ମହାନ ଅଭିନେତା ବୋଲି ବି କୁହାଯାଏ । ତାଙ୍କର ଅଭିନୟର ସମସ୍ତେ ଦିବାନା ଅଟନ୍ତି ଓ ଏହି କାରଣର ଅଟେ କି ଆଜି ପର୍ଯ୍ୟନ୍ତ ସେ ବହୁତ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ଓ ଫିଲ୍ମଫେୟର ପୁରସ୍କାର ଦ୍ଵାରା ସମ୍ମାନିତ ହୋଇଛନ୍ତି । ତାଙ୍କୁ ପଦ୍ମଶ୍ରୀ ସମ୍ମାନ ଦ୍ଵାରା ବି ସମ୍ମାନିତ କରାଯାଇଛି ।

ବଲୀଉଡ ଇଣ୍ଡଷ୍ଟ୍ରିରେ ନିଜର ଡାଇଲଗକୁ କହିବାର ଷ୍ଟାଇଲକୁ ନେଇ ବି ସେ ବହୁତ ଫେମସ ଅଟନ୍ତି । ସବୁ ବର୍ଗର ଦର୍ଶକମାନେ ତାଙ୍କର ଅଭିନୟର ଦିବାନା ଅଟନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ନାନା ପାଟେକରଙ୍କ ଲାଇଫ ଷ୍ଟାଇଲ ବିଷୟରେ କହିବୁ ।

ନାନା ପାଟେକରଙ୍କ ଅସଲ ନାମ ବିଶ୍ଵନାଥ ପାଟେକର ଅଟେ କିନ୍ତୁ ସମସ୍ତେ ତାଙ୍କୁ ନାନା ପାଟେକର ବୋଲି ଡାକନ୍ତି । ନାନା ପାଟେକରଙ୍କ ଜନ୍ମ ୧ ଜାନୁୟାରୀ ୧୯୫୧ କୋଲାବା ମହାରାଷ୍ଟ୍ରରେ ହୋଇଛି ଓ ୨୦୨୦ ହିସାବରେ ବର୍ତ୍ତମାନ ସେ ୬୯ ବର୍ଷର ହୋଇଯାଇଛନ୍ତି । ସେ ନିଜର ସ୍କୁଲ ଶିକ୍ଷା ସମର୍ଥ ବିଦ୍ୟାଳୟ ଦାଦାର ମୁମ୍ବାଇରେ ପୁରା କରିଛନ୍ତି । ଏହା ପରେ ସେ ଜେଜେ ସ୍କୁଲ ଓ ଆର୍ଟସରେ ନିଜର କଲେଜ ଶିକ୍ଷା ପୁରା କରିଛନ୍ତି । ଯଦି ତାଙ୍କର କ୍ୟାରିୟର ବିଷୟରେ କହିବା ତେବେ ସେ ତାଙ୍କର କ୍ୟାରିୟର ଫିଲ୍ମ ‘ଗମନ’ରୁ କରିଥିଲେ ।

ଯାହା ୧୯୭୮ରେ ରିଲିଜ ହୋଇଥିଲା । ଆପଣଙ୍କୁ କହିଦେଉଛୁ କି ନାନା ପାଟେକର ନିଜର କ୍ୟାରିୟର ଆରମ୍ଭ ସମୟରେ ପ୍ରାୟତଃ ଫିଲ୍ମରେ ନେଗେଟିବ ରୋଲରେ ନଜର ଆସିଥିଲେ । କିନ୍ତୁ ନାନା ପାଟେକରଙ୍କୁ ସବୁଠୁ ଅଧିକ ସଫଳତା ମିଳିଲା ଫିଲ୍ମ ‘ପରନିନ୍ଦା’ରୁ । ଯାହା ୧୯୮୯ରେ ଆସିଥିଲା । ଏଥିପାଇଁ ତାଙ୍କୁ ରାଷ୍ଟ୍ରୀୟ ପୁରସ୍କାର ବି ମିଳିଥିଲା । ଏହା ପରେ ସେ ଅନ୍ୟ କେତେକ ଭଲ ଭଲ ଫିଲ୍ମରେ ବି କାମ କରିଛନ୍ତି । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ନାନା ପାଟେକର ଜଣେ ଡାଇରେକ୍ଟର ବି ଅଟନ୍ତି ।

ତେବେ ସେ ନିଜ ପ୍ରଥମ ଫିଲ୍ମ ୧୯୯୧ରେ ପ୍ରଥମ ଫିଲ୍ମ ‘ପ୍ରହାର’କୁ ଡାଇରେକ୍ଟ କରିଥିଲେ । ଆପଣଙ୍କୁ କହିଦେଉଛୁ କି ନାନା ପାଟେକର ହିନ୍ଦୀ ଫିଲ୍ମ ଛଡା ତାମିଲ ଓ ମରାଠୀ ଫିଲ୍ମରେ ବି କାମ କରିଛନ୍ତି । ଯଦି ତାଙ୍କର ମାଙ୍କ ବିଷୟରେ କହିବା ତେବେ ତାଙ୍କର ମାତାଙ୍କ ନାମ ନିର୍ମଲା ପାଟେକର ଅଟେ । ଯଦି ତାଙ୍କର ପତ୍ନୀଙ୍କ ବିଷୟରେ କହିବା ତେବେ ନାନା ପାଟେକର ୧୯୭୮ରେ ନୀଳାକାନ୍ଥି ପାଟେକରଙ୍କ ସହ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁଅ ବି ଅଛି ଯାହାର ନାମ ମଲହାର ପାଟେକର ।

ନାନା ପାଟେକର ଅନ୍ଧେରି ୱେଷ୍ଟ ମୁମ୍ବାଇରେ ରୁହନ୍ତି ଓ ଏଠି ସ୍ଥାନରେ ସେ ନିଜର ପରିବାର ସହ ରୁହନ୍ତି । ଆପଣଙ୍କୁ କହିଦେଉଛୁ କି ଏତେ ବଡ ଷ୍ଟାର ହେବା ସତ୍ବେ ବି ନାନା ପାଟେକର ଜଣେ ସାଧାରଣ ବ୍ୟକ୍ତିଙ୍କ ଭଳି ଜୀବନ ଜାପାନ କରନ୍ତି । ତାଙ୍କ ପାଖରେ ମହେନ୍ଦ୍ରା ସ୍କର୍ପିୟୋ କାର ଅଛି ଯାହାର ମୂଲ୍ୟ ୧୧ ଲକ୍ଷ ଟଙ୍କା ଅଟେ । ଏହା ସହିତ ତାଙ୍କର ଗୋଟିଏ ଅଡୀ କାର ବି ଅଛି ଯାହାର ମୂଲ୍ୟ ୬୯.୨୬ ଲକ୍ଷ ଟଙ୍କା ଅଟେ । କହିଦେଉଛୁ କି ସେ ଗୋଟିଏ ଫିଲ୍ମ ପାଇଁ ୪ କୋଟି ଟଙ୍କା ଚାର୍ଜ କରିଥାନ୍ତି । ନାନା ପାଟେକରଙ୍କ ମୋଟ ସମ୍ପତ୍ତି ହେଉଛି ୧୫୭ କୋଟି ଟଙ୍କା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।