ଶ୍ରୀ କୃଷ୍ଣ କହିଛନ୍ତି ଭଲ ସମୟ ଆସିବା ପୁର୍ବରୁ ମିଳିଥାଏ ଏହି 7 ସଂକେତ

ଜୀବନ ମୃତ୍ୟୁ, ସୁଖ ଦୁଃଖ, ଲାଭ କ୍ଷତି ଏହା ସବୁ ଜୀବନର ଏକ ଅଂଶ । ଜୀବନରେ କେବେ ସୁଖ ଥାଏ ତ କେବେ ଦୁଃଖ । ସମସ୍ତ ମଣିଷ ଜୀବନରେ କିଛି ନା କିଛି ଘଟିଥାଏ ତାହା ସମୟଚକ୍ର ପାଇଁ । ସମୟ ଠାରୁ ବଳବାନ ଆଉ କେହି ନାହାନ୍ତି । ସମୟ ଆଗରେ ସମସ୍ତେ ମୁଣ୍ଡ ନୁଆଁନ୍ତି । ଆପଣ ବି ଦେଖି ଥିବେ ସମୟ ସହିତ ବହୁତ ଲୋକଙ୍କୁ ବଦଳିବାର । କଣ ଆମେ ଜାଣି ପାରିବା ସମୟ ଚକ୍ରର ଦୈଡ କେମିତି ହବା ? ତାହା ଆପଣଙ୍କ ଜୀବନରେ ଖୁସିର ଦ୍ବାର ଖୋଲିବ ନା ସଂକଟର ! ଏମିତି ଅନେକ ପ୍ରଶ୍ନ ଆପଣଙ୍କ ମନରେ ଆସୁଥିବ ।

ସେଥିପାଇଁ ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବୁ ସେହି ସଂକେତ ବିଷୟରେ ଯାହା ଆସୁଥିବା ସମୟ ଆପଣଙ୍କ ପାଇଁ ଶୁଭ ହେବ । ଯେତେବେଳେ ନାରଦ ମୁନି ବୈକୁଣ୍ଠ ପୁରରେ ପହଞ୍ଚିଲେ ସେତେବେଳେ ସେ ଶ୍ରୀ ହରି ବିଷ୍ଣୁଙ୍କୁ ଏହି ସଂକେତ ବିଷୟରେ ପଚାରିଥିଲେ ଏବଂ ବିଷ୍ଣୁ ଭଗବାନ କହିଲେ କି ସେ ନିଜେ ମଣିଷ ମାନଙ୍କୁ ଏମିତି ସଂକେତ ଦେଇଥାନ୍ତି ଯାହାଦ୍ଵାରା ସେମାନେ ଆଗାମୀ ସମୟ ବିଷୟରେ ଜାଣିପାରିବେ ।

ସେହି ସଂକେତ ପଶୁପକ୍ଷୀ ମାନଙ୍କ ଦ୍ଵାରା, ପ୍ରକୃତି ଦ୍ବାରା, ଶୁଭ ସଂକେତ ଦ୍ଵାରା ମୋର ଭକ୍ତ ଦ୍ଵାରା ମଧ୍ୟ ହୋଇପାରେ । ଖାଲି ମଣିଷମାନେ ତାକୁ ଜାଣିବାର ଆବଶ୍ୟକତା ପଡ଼ିପାରେ । ତେବେ ଆସନ୍ତୁ ଜାଣିବା ସେହି ସଂକେତ ବିଷୟରେ ଯାହାକୁ ଭଗବାନ ବିଷ୍ଣୁ କହିଛନ୍ତି । ପ୍ରଥମ ସଂକେତ ଯଦି ଆପଣଙ୍କ ଆଖି ବ୍ରହ୍ମ ମୂହୁର୍ତ୍ତ ରେ ଖୋଲେ ଏବଂ ଆପଣ ଭଗବାନଙ୍କୁ ମନେ ପକାନ୍ତି ନହେଲେ ଆପଣ ଏମିତି ଅନୁଭବ କରିବେ ଯେମିତି ଆପଣଙ୍କୁ କେହି ଗୋଟିଏ ଦିଗ ଆଡ଼କୁ ନେଇ ଯାଉଛି ତେବେ ବୁଝି ଯାଆନ୍ତୁ ଆପଣଙ୍କ ପାଇଁ ଭାଗ୍ୟର ଦ୍ଵାର ଖୋଲିବାକୁ ଯାଉଛି । ଆପଣଙ୍କୁ ଜୀବନ ଲକ୍ଷ୍ୟରେ ଥିବା ରାସ୍ତାଟି ମିଳିଯିବ । ଯେଉଁଠି ଈଶ୍ୱର ଆପଣଙ୍କର ସମର୍ଥନ କରିବେ ।

ଦ୍ବିତୀୟ ସଂକେତ ଜଦି ଆପଣଙ୍କ ମନ ବିନା କାରଣରେ ପ୍ରସନ୍ନ ରୁହେ, ଆପଣଙ୍କ ଚେହେରା ହସ ହସ ପରି ରୁହେ, ରାଗରୁ ଦୂର ହୋଇ ଯାଆନ୍ତି ତେବେ ଏହି ସଂକେତ ଦର୍ଶାଏ ଯେ ଆପଣଙ୍କ ଜୀବନ ଖୁସିରେ ଭରିବାକୁ ଯାଉଛି ଯେଉଁଥିପାଇଁ ଜୀବନରେ ଆପଣ ବହୁତ ପ୍ରଫୁଲ୍ଲିତ ରହିବେ । ଏହି ସମୟରେ ଯେଉଁ ବିଷୟରେ ଭାବନ୍ତି ନାହିଁ ସେହି ବିଷୟରେ ଆମକୁ ଖୁସି ଖବର ମିଳିଯାଏ । ଆମ ମନ ଭିତରେ ଈଶ୍ୱର ବାସ କରନ୍ତି । ମନ ଖୁସି ରହିବା ସବୁଠାରୁ ବଡ଼ ସଂକେତ ବୋଲି ମାନନ୍ତି ।

ତୃତୀୟ ସଂକେତ ଜଦି ଗୋମାତା ଆପଣଙ୍କ ଦ୍ବାରକୁ ବାରମ୍ବାର ଖାଇବାକୁ ଆସେ, ମାଙ୍କଡ ଆପଣଙ୍କ ଘରୁ ନିଜେ ଜିନିଷ ଉଠେଇ ନେଇଯାଏ, ବିଲେଇ ଘରେ ତାର ଶିଶୁକୁ ଜନ୍ମ ଦେଲେ ନହେଲେ ପକ୍ଷୀମାନେ ଆପଣଙ୍କ ଅଗଣାରେ ଡେରା ବନାନ୍ତି ଏମିତି ସଂକେତ କୁହେ ଆପଣଙ୍କୁ ସମୟ ବଳବାନ ବନେଇବ ଯାହା ଦ୍ଵାରା ଆପଣ ଗୋଟିଏ ଉଚ୍ଚ ପଦବୀରେ ପହଞ୍ଚି ପାରନ୍ତି ।

ଚତୁର୍ଥ ସଂକେତ ଛୋଟ ପିଲାଙ୍କ ମଧ୍ୟରେ ଭଗବାନ ରୁହନ୍ତି ଏହା ସମସ୍ତେ ମାନନ୍ତି । ଜଦି ଗୋଟିଏ ଛୋଟ କନ୍ୟା ବା ଶିଶୁ ଆପଣଙ୍କୁ ଦେଖି ବାରମ୍ବାର ହସେ, ଆପଣଙ୍କ ଘରକୁ ଆସିଲେ ନହେଲେ ଆପଣଙ୍କ ଅଗଣାରେ ଖେଳିଲେ ଏହାକୁ ବହୁତ ଶୁଭ ସଂକେତ ବୋଲି ମାନନ୍ତି । ଆପଣଙ୍କ ଜୀବନରେ ସୁଖର ଦିନ ଆସିବ ଏବଂନୂଆ ସମ୍ପର୍କ ଆପଣଙ୍କ ସହ ଯୋଡ଼ି ହେଇଯିବ । ଏମିତି ସଂକେତ ଆପଣଙ୍କୁ ଭଗବାନଙ୍କ କୃପାରୁ ପ୍ରାପ୍ତ ହେବ ।

ପଞ୍ଚମ ସଂକେତ ଜଦି ଆପଣଙ୍କର ଧନର ସମସ୍ୟା ଥିବ ଯାହାର ପ୍ରଭାବ ଆସୁଥିବା ସମୟରେ ଧିରେ ଧିରେ କମ୍ ହେଉଛି ତେବେ ଜାଣନ୍ତୁ ଆପଣଙ୍କର ସୁଖ ସମୟ ବହୁତ ପାଖରେ । ଷଷ୍ଠ ସଂକେତ ଜଦି ପୂଜା ଥାଳିରେ ଫୁଲମାଳ ବା ଚନ୍ଦନର ପଡ଼ିବା, ଭଗବାନଙ୍କ ମୂର୍ତ୍ତି ଯାହା ଆପଣଙ୍କୁ ଦେଖି ହସୁଥିବ, ଏମିତି ଅନୁଭବ ହବ ଘରକୁ ପ୍ରିୟ ଅତିଥି ଆସିବା, ସୁନା ଚାନ୍ଦି ଆସିବା, ମହିଳାଙ୍କର ବାମ ଅଙ୍ଗ ଏବଂ ପୁରୁଷଙ୍କର ଡାହାଣ ଅଙ୍ଗ ଫଡକିବା ବହୁତ ଶୁଭ ମାନାଯାଏ‌ ।

ସପ୍ତମ ସଂକେତ ସକାଳୁ ସକାଳୁ ଘରୁ କୈାଣସି ଶୁଭ କାର୍ଯ୍ୟ ପାଇଁ ବାହାରିଛନ୍ତି ତେବେ ଜଦି ଗୋମାତା ଦର୍ଶନ ହୁଏ ବା ସାଧୁସନ୍ଥଙ୍କ ଆଶିର୍ବାଦ ମିଳେ ଏହାକୁ ବହୁତ ଶୁଭ ସଂକେତ ବୋଲି ମାନନ୍ତି । ଏହାର ଅର୍ଥ ଆପଣ ଯେଉଁ କାର୍ଯ୍ୟ ପାଇଁ ବାହାରିଛନ୍ତି ତାହା ସଫଳ ହେବ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।