Palak Tiwari ଙ୍କ ସମେତ ଏହି 5 ହିରୋଇନ ଖୁବ ଶୀଘ୍ର Bollywood ରେ କରିବେ ଡେବ୍ଯୁ, Katrina ଙ୍କ ଭଉଣୀ ବି ଅଛନ୍ତି ସାମିଲ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ୨୦୨୦ ମସିହା ବଲିଉଡ ଇଣ୍ଡଷ୍ଟ୍ରୀ ପାଇଁ ବହୁତ ଖରାପ ବର୍ଷ ରହିଥିଲା । ଏହି ବର୍ଷ ଗୋଟିଏ ମଧ୍ୟ ଫିଲ୍ମ ବଡ଼ ପରଦା ରେ ଆସି ନଥିଲା ଏବଂ କୋରୋନା ମହାମାରୀ ରେ ଅନେକ ଙ୍କ କାମ ମଧ୍ୟ ହାତରୁ ଚାଲି ଯାଇଥିଲା । ଏହା ଅହିତ ସେହି ବର୍ଷ ବଲିଉଡ ଇଣ୍ଡଷ୍ଟ୍ରୀ ଅନେକ ଦିଗଜ୍ଜ କଳାକାର ଙ୍କୁ ମଧ୍ୟ ହରାଇ ଥିଲା । ସଂକ୍ଷେପରେ କହିବାକୁ ଗଲେ ବିଗତ ୨୦୨୦ ବର୍ଷ ଟି ବଲିଉଡ ଇଣ୍ଡଷ୍ଟ୍ରୀ ପାଇଁ ଆଦୋୖ ଭଲ ନଥିଲା । କିନ୍ତୁ ବର୍ତ୍ତମାନ ଧୀରେଧୀରେ କୋରୋନା ମହାମାରୀ ର ପ୍ରଭାବ କମିବା ପରେ ବଲିଉଡ ଇଣ୍ଡଷ୍ଟ୍ରୀ ପୁଣିଥରେ ନିଜର ଫର୍ମ କୁ ଆସିଛି ।

ଏହି ବର୍ଷ ୨୦୨୧ ମସିହାରେ ବଲିଉଡ ଇଣ୍ଡଷ୍ଟ୍ରୀ ପାଖରେ ଅନେକ ବଡ଼ ପ୍ରୋଜେକ୍ଟ ରହିଛି । ସାହରୁଖ ଖାଁ ଙ୍କ ‘ପଠାନ’ ରୁ ନେଇ ସଲମାନ ଖାଁ ଙ୍କ ‘ରାଧେ’ ପର୍ଯ୍ୟନ୍ତ । ଏହି ବର୍ଷ ଅନେକ କଳାକାର ମାନେ ମଧ୍ୟ ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ଡେବ୍ୟୁ କରିବାକୁ ଯାଉଛନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ଏହି ବର୍ଷ ବଲିଉଡ ରେ ନିଜର ଡେବ୍ୟୁ କରିବେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ଇସାବେଲ କୈଫ- ବନ୍ଧୁଗଣ ଏହି ଅଭିନେତ୍ରୀ ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ କଟ୍ରିନା କୈଫ ଙ୍କ ଭଉଣୀ ଅଟନ୍ତି । ଇସାବେଲ ଏହି ବର୍ଷ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଫିଲ୍ମ ଟାଇମ ଟୁ ଡାନ୍ସ ରେ ନିଜର ଡେବ୍ୟୁଟ କରି ସାରିଛନ୍ତି । ଏହି ଫିଲ୍ମ ରେ ତାଙ୍କୁ ଅଭିନେତା ସୁରଜ ପାଂଚୋଲି ଙ୍କ ଅପୋଜିଟ ରେ ଦେଖିବାକୁ ମିଳିବ । ଖବର ଅନୁସାରେ ଏହା ଶୁଣିବାକୁ ମିଳିଛି ଯେ ଇସାବେଲ ଙ୍କୁ ବଲିଉଡ ର ଅପ୍ କମିଙ୍ଗ ଫିଲ୍ମ ‘ସୁସ୍ବାଗତମ ଖୁସାମଦିଦ’ ରେ ଦେଖିବାକୁ ମିଳିବ ।

୨. ପଲକ ତିୱାରୀ- ବନ୍ଧୁଗଣ ଏହି ଅଭିନେତ୍ରୀ ଟିଭି ର ସବୁଠାରୁ ସୁନ୍ଦର ଅଭିନେତ୍ରୀ ଶ୍ୱେତା ତିୱାରୀ ଙ୍କ ଝିଅ ଅଟନ୍ତି । ପଲକ ବଲିଉଡ ଫିଲ୍ମ ‘ରୋଜି- ଦ ସାଫ୍ରନ ଚାପ୍ଟର’ ରେ ନିଜର ଡେବ୍ୟୁଟ କରିଛନ୍ତି । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ପଲକ ନିଜ ମାଆ ଙ୍କ ଭଳି ଦେଖିବାକୁ ବହୁତ ସୁନ୍ଦର ଏବଂ ବୋଲ୍ଡ ଅଟନ୍ତି । ଆଗାମୀ ସମୟରେ ଦେଖିବାକୁ ମିଳିବ ଏହି ଅଭିନେତ୍ରୀ ବଲିଉଡ ଇଣ୍ଡଷ୍ଟ୍ରୀ ରେ କଣ କମାଲ କରୁଛନ୍ତି ।

୩.  ମାନୁଷି ଚିଲ୍ଲର- ବନ୍ଧୁଗଣ ୨୦୧୭ ମସିହାରେ ମିସ ୱର୍ରଲ୍ଡ ହୋଇଥିବା ମନୁଷି ଛିଲ୍ଲର ୨୦୨୧ ମସିହାରେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ଡେବ୍ୟୁଟ କରିଛନ୍ତି । ସେ ଐତିହାସିକ ଫିଲ୍ମ ‘ପୃଥ୍ବୀରାଜ’ ଫିଲ୍ମ ରେ ସଁୟୋଗୀତା ର ଭୂମିକା ରେ ଅଭିନୟ କରୁଥିବାର ନଜର ଆସିବେ । ଏହି ଫିଲ୍ମ ରେ ତାଙ୍କୁ ଅଭିନେତା ଅକ୍ଷୟ କୁମାର ଙ୍କ ସହିତ ଦେଖିବାକୁ ମିଳିବ । ଏହି ଫିଲ୍ମ ଆସନ୍ତା ବର୍ଷ ଦୀପାବଳି ରେ ରିଲିଜ ହେବ ବୋଲି ଆଶା କରାଯାଇଛି ।

୪. ଆହାନା ସେଟ୍ଟୀ- ବନ୍ଧୁଗଣ ଏହି ଅଭିନେତ୍ରୀ ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ସୁନୀଲ ସେଟ୍ଟୀ ଙ୍କ ଝିଅ ଅଟନ୍ତି । ଆହାନା ଏହି ବର୍ଷ ବଲିଉଡ ଫିଲ୍ମ ‘ତଡ଼ପ’ ରୁ ନିଜର ଡେବ୍ୟୁଟ କରିଛନ୍ତି । ଆହାନା ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ନିଜର ଅପ୍ କମିଙ୍ଗ ଫିଲ୍ମ ର ବ୍ୟାନର କୁ ମଧ୍ୟ ପୋଷ୍ଟ କରିଥିଲେ । ଏହି ଅଭିନେତ୍ରୀ ୨୦୧୮ ରେ ହୋଇଥିବା ତେଲୁଗୁ ଫିଲ୍ମ ‘ଆରେକ୍ସ ୧୦୦’ ର ହିନ୍ଦୀ ରିମେକ ଫିଲ୍ମ ରୁ ନିଜର ଡେବ୍ୟୁଟ କରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।