ନିଜଠୁ ୧୭ ବର୍ଷ ବଡ ସ୍ଵାମୀଙ୍କ ସହ ରାଣୀ ପରି ରହୁଛନ୍ତି ଏହି ଅଭିନେତ୍ରୀ, ନାମ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ବଲିଉଡ୍ ର ଜଣାଶୁଣା ଅଭିନେତା ଦିଲୀପ କୁମାରଙ୍କ ନାତୁଣୀ ସାୟେଶା ସହଗଲ ତାଙ୍କ କାମକୁ ଆଗକୁ ବଢାଉଛନ୍ତି । ସେ ହେଉଛନ୍ତି ଜଣେ ବଲିଉଡ୍ ଅଭିନେତ୍ରୀ । ସାୟେଶା ବଲିଉଡ୍ ର ଅଭିନେତା ଅଜୟ ଦେବଗନଙ୍କ ସହ ‘ଶିବାୟ’ ଫିଲ୍ମରେ ନଜର ଆସିଥିଲେ । ହେଲେ ସାୟେଶା ବଲିଉଡ୍ ଠାରୁ ଅଧିକ ସାଉଥ ଫିଲ୍ମରେ କାମ କରୁଛନ୍ତି । ସାଉଥରେ ତାଙ୍କର ବହୁତ ଲୋକପ୍ରିୟତା ଅଛି । ଲୋକମାନେ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରନ୍ତି ।

ଅଭିନେତ୍ରୀ ସାୟେଶା ୨୦୧୯ରେ ଅଭିନେତା ଆର୍ଯାଙ୍କୁ ବିବାହ କରିଥିଲେ । ସାୟେଶାଙ୍କ ଜନ୍ମ ୧୨ ଅଗଷ୍ଟ ୧୯୯୭ ମସିହାରେ ମୁମ୍ବାଇରେ ହୋଇଥିଲା । ବର୍ତ୍ତମାନ ତାଙ୍କର ବୟସ ୨୨ ବର୍ଷ ହୋଇସାରିଛି । ହେଲେ ତାଙ୍କ ସ୍ଵାମୀ ଆର୍ଯାଙ୍କ ବୟସ ହେଉଛି ୩୯ ବର୍ଷ । ଏହାର ଅର୍ଥ ସାୟେଶା ଓ ତାଙ୍କ ସ୍ଵାମୀଙ୍କ ମଧ୍ୟରେ ୧୭ ବର୍ଷର ଅନ୍ତର ରହିଛି ।

ସାୟେଶା ନିଜ ଠାରୁ ୧୭ ବର୍ଷ ବଡ ବ୍ୟକ୍ତି ସହ ବିବାହ କରି ପ୍ରମାଣ କରିଦେଇଛନ୍ତି କି, ପ୍ରେମ ବୟସ ଦେଖିନଥାଏ । ପ୍ରେମରେ ସବୁ କିଛି ଚଳିଥାଏ । ବିବାହ ପରେ ସାୟେଶା ଓ ଆର୍ଯାଙ୍କ ମଧ୍ୟରେ କୌଣସି ଝଗଡାର ଖବର ସାମ୍ନାକୁ ଆସି ନାହିଁ । ସାୟେଶା ଏକ ସୁଖମୟ ଜୀବନ ଯାପନ କରୁଛନ୍ତି । ସାୟେଶାଙ୍କୁ ତାଙ୍କ ସ୍ଵାମୀ ବହୁତ ଖୁସିରେ ରଖୁଛନ୍ତି ।

ଆର୍ଯାଙ୍କୁ ନିଜ ସ୍ଵାମୀ ରୂପେ ବାଛି ସେ ସଠିକ ନିର୍ଣ୍ଣୟ ନେଇଛନ୍ତି । ଆର୍ଯା ତାଙ୍କୁ ରାଣୀ ପରି ରଖିଛନ୍ତି । ଦୁଇଜଣ ତାଙ୍କ ବୈବାହିକ ଜୀବନରେ ବହୁତ ଖୁସିରେ ଜୀବନ ଯାପନ କରୁଛନ୍ତି ।