ଲୋନାଭେଲାରେ ପୂର୍ବ ବୟଫ୍ରେଣ୍ଡ ସହ ଏମିତି କରୁଥିବାର ନଜର ଆସିଲେ ଜାହ୍ନବୀ କପୁର, ଫଟୋ ହେଲା ଭାଇରାଲ

୬ ମାର୍ଚ ୧୯୯୭ ମସିହାରେ ଜନ୍ମ ହୋଇଥିବା ଜାହ୍ନବୀଙ୍କ ବର୍ତ୍ତମାନ ବୟସ ହେଉଛି ୨୨ ବର୍ଷ । ସେ ବଲିଉଡ୍ ରେ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଗୋଟିଏ ଫିଲ୍ମ କରିଛନ୍ତି । ହେଲେ ସେ ଏହି ଗୋଟିଏ ଫିଲ୍ମ କରି ବହୁତ ଫେମସ ହୋଇସାରିଛନ୍ତି । ଜାହ୍ନବୀ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି । ହେଲେ ଏହି କିଛି ଦିନ ହେବ ଜାହ୍ନବୀଙ୍କ ଏକ ଫଟୋ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଫଟୋରେ ଜାହ୍ନବୀ ଓ ଜଣେ ଯୁବକ ବହୁତ ପାଖାପାଖି ହୋଇ ବସିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଯୁବକ ଜଣକ କିଏ ।

ଆପଣମାନେ ଏହି ଫଟୋରେ ଦେଖୁଥିବେ ଜାହ୍ନବୀ ଜଣେ ଯୁବକଙ୍କ ଉପରେ କହୁଣି ରଖି ବହୁତ କ୍ଳୋଜ ହୋଇ ଫଟୋ ଉଠାଉଛନ୍ତି ଓ ଏମାନେ ବହୁତ ଖୁସି ନଜର ଆସୁଛନ୍ତି । ଫଟୋରେ ଜାହ୍ନବୀ ଗୋଲାପି ପ୍ୟାଣ୍ଟରେ ଧଳା ଓ ନୀଳ ରଙ୍ଗର ପ୍ରିଣ୍ଟ ସାର୍ଟ ପିନ୍ଧିଛନ୍ତି । ସେହିପରି ଯୁବକ ଜଣକ ବ୍ଲାକ ପ୍ୟାଣ୍ଟ ଉପରେ ପିଙ୍କ ରଙ୍ଗର ସାର୍ଟ ପିନ୍ଧିଛନ୍ତି । ବର୍ତ୍ତମାନ ଆପଣଙ୍କ ମନରେ ମଧ୍ୟ ପ୍ରଶ୍ନ ଆସୁଥିବ କି ଫଟୋରେ ଥିବା ଯୁବକ ଜଣକ କିଏ ?, ଫଟୋରେ ଥିବା ଯୁବକର ନାମ ହେଉଛି ଶିଖର ପହାଡିଆ ।

ଶିଖର ହେଉଛନ୍ତି ଜାହ୍ନବୀଙ୍କର ପୂର୍ବ ପ୍ରେମୀ । ଗୋଟିଏ ସମୟରେ ଏହି ଦୁଇଜଣ ରିଲେସନରେ ଥିଲେ । ପରେ ଏମାନଙ୍କ ମଧ୍ୟରେ ବ୍ରେକଅପ୍ ହେଇଯାଇଥିଲା । ହେଲେ ଏହି ଫଟୋକୁ ଦେଖି ଜଣା ପଡୁଛି କି ଏମାନଙ୍କ ମଧ୍ୟରେ ପ୍ୟାଚଅପ୍ ହୋଇଗଲା । ଶିଖର ହେଉଛନ୍ତି ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ସୁଶୀଲ କୁମାର ଶିନ୍ଦେଙ୍କର ନାତି । ଜାହ୍ନବୀଙ୍କ ଡେବ୍ୟୁ ଫିଲ୍ମ ‘ଧଡକ’ର ସ୍କ୍ରିନିଙ୍ଗ ସମୟରେ ଶିଖର ସେଠାରେ ଉପସ୍ଥିତ ଥିଲେ । ଜାହ୍ନବୀଙ୍କ ପାଇଁ ସେ ଇଂଷ୍ଟାଗ୍ରାମ ଷ୍ଟୋରି ମଧ୍ୟ ପୋଷ୍ଟ କରିସାରିଛନ୍ତି ।

ଏହି ଫଟୋ ଲୋନାବାଲାରେ ଉଠା ଯାଇଛି । ଫଟୋ ଦେଖି ଜଣା ପଡିଯାଉଛି କି ଏହି ଦୁଇଜଣ ପରସ୍ପର ମଧ୍ୟରେ କିଛି ଭଲ ସମୟ ବିତାଉଛନ୍ତି । ଏହି କିଛି ଦିନ ହେବ ଜାହ୍ନବୀ ଏକ ହରର ସିରିଜରେ ନଜର ଆସିଥିଲେ । ହେଲେ ଖବର ଅନୁସାରେ ଜଣା ପଡିଛି କି ଜାହ୍ନବୀ ‘ଦୋସ୍ତାନ୍ତା ୨’ରେ ନଜର ଆସିବେ ।