ଏକା ସହିତ ଗୋଟିଏ ଝିଅକୁ ହିଁ ଭଲ ପାଇ ବସିଲେ Bollywood ର ଏହି 3 ଜଣ ଷ୍ଟାର, କିନ୍ତୁ ମିଳିଲା ଧୋକା

ଯେତେବେଳେ ବଲୀଉଡର ସୁପରଷ୍ଟାରମାନଙ୍କ ବିଷୟରେ କଥାବାର୍ତ୍ତା ହୋଇଥାଏ ତେବେ ସେଥିରେ ସଲମାନ ଖାନ, ସୁନୀଲ ଶେଟ୍ଟୀ ଓ ଅଜୟ ଦେବଗନଙ୍କ ନାଁ ବି ଆସିଥାଏ । ଯିଏ ନିଜର ଅଭିନୟ ମାଧ୍ୟମରେ ଲୋକମାନଙ୍କୁ ଦିବାନା କରିଛନ୍ତି । ଏହା ସତ୍ବେ ଏହି ଅଭିନେତାମାନେ ପରସ୍ପର ଠାରୁ ଭିନ୍ନ ଅଟନ୍ତି । ତିନି ଜଣଙ୍କ ପସନ୍ଦ ବି ଭିନ୍ନ ଅଟେ । କିନ୍ତୁ ଯେତେବେଳେ ଗୋଟିଏ ଅଭିନେତ୍ରୀକୁ ପସନ୍ଦ କରିବାର କଥା ସାମ୍ନାକୁ ଆସିଥାଏ ତେବେ ତିନି ଜଣଙ୍କ ପସନ୍ଦ ଗୋଟିଏ ଅଟେ ।

ଏହି ତିନି ଜଣ ଅଭିନେତା ଗୋଟିଏ ଅଭିନେତ୍ରୀଙ୍କୁ ହିଁ ପସନ୍ଦ କରନ୍ତି । ତେବେ ଚାଲାନ୍ତୁ ସେହି ଅଭିନେତ୍ରୀଙ୍କ ବିଷୟରେ ଜାଣିବା ଯିଏ ଏହି ତିନି ଜଣ ଅଭିନେତାଙ୍କୁ ନିଜର ଦିବାନା କରିଛନ୍ତି ଓ ପସନ୍ଦିତା ଅଭିନେତ୍ରୀ ହୋଇଛନ୍ତି । କହିଦେଉଛୁ କି ସଲମାନ ଖାନ ସୁନୀଲ ଶେଟ୍ଟୀ ସଲମାନ ଖାନ ଓ ଅଜୟ ଦେବଗନ ଯେଉଁ ଅଭିନେତ୍ରୀଙ୍କୁ ପସନ୍ଦ କରନ୍ତି ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ସୋନାଲି ବିନ୍ଦ୍ରେ ।

ସଲମାନ ଖାନ

ବଲୀଉଡର ଦବଙ୍ଗ ଖାନ ସଲମାନ ଖାନ ସୋନାଲି ବିନ୍ଦ୍ରେ ବହୁତ ବଡ ଦିବାନା ଅଟନ୍ତି । ସଲମାନ ଖାନ ଥରେ ଗୋଟିଏ ଇଣ୍ଟରଭିୟୁରେ କହିଥିଲେ କି ଯେତେବେଳେ ସେ ପ୍ରଥମ ଥର ଫିଲ୍ମ ‘ହମ ସାଥ ସାଥ ହେ’ ରେ ସୋନାଲି ବିନ୍ଦ୍ରେଙ୍କ ସହ କାମ କରିଥିଲେ ତେବେ ତାଙ୍କୁ ସେହି ସମୟରେ ଜଣା ପଡିଲା କି ସେ କେତେ ଭଲ ଅଭିନେତ୍ରୀ ଅଟନ୍ତି ।

ଏହା ସହିତ ସେ ହୃଦୟରେ ବି ବହୁତ ଭଲ ଅଟନ୍ତି । ତାଙ୍କର ଏହି କଥା ମୋତେ ଭଲ ଲାଗେ । ସେଥିପାଇଁ ତ ଆଜି ବି ମୁଁ ତାଙ୍କୁ ପସନ୍ଦ କରେ ଓ ତାଙ୍କ ସହିତ ଫିଲ୍ମରେ କାମ କରିବାକୁ ଚାହୁଁଛି ।

ସୁନୀଲ ଶେଟ୍ଟୀ

ବଲୀଉଡର ଅଭିନେତା ସୁନୀଲ ଶେଟ୍ଟୀ ବି ସୋନାଲି ବିନ୍ଦ୍ରେଙ୍କୁ ପସନ୍ଦ କରନ୍ତି ଓ ସୋନାଲି ବିନ୍ଦ୍ରେଙ୍କ ଅଭିନୟର ବଡ ଦିବାନା ଅଟନ୍ତି । ଆପଣଙ୍କୁ କହିଦେଉଛୁ କି ସୁନୀଲ ଶେଟ୍ଟୀ ସୋନାଲି ବିନ୍ଦ୍ରେଙ୍କ ସହ ୬ଟି ଫିଲ୍ମରେ କାମ କରିଛନ୍ତି ଓ ସବୁ ଫିଲ୍ମରେ ଏମାନଙ୍କର ଯୋଡିକୁ ଦର୍ଶକମାନେ ବହୁତ ପସନ୍ଦ ବି କରିଛନ୍ତି । ସେଥିପାଇଁ ତ ଗୋଟିଏ ଇଣ୍ଟରଭିୟୁରେ ସୁନୀଲ ଶେଟ୍ଟୀ ସୋନାଲି ବିନ୍ଦ୍ରେଙ୍କ ପ୍ରଶଂସା କରି କହିଲେ କି ସୋନାଲି ବିନ୍ଦ୍ରେ ମୋର ପସନ୍ଦିତା ଅଭିନେତ୍ରୀ ଅଟନ୍ତି ।

କାରଣ ସେ ଜଣେ ପ୍ରତିଭାଶାଳୀ ଅଭିନେତ୍ରୀ ଅଟନ୍ତି । ଯିଏ ସବୁ କିରଦାରକୁ ଭଲ ଭାବରେ କରିଥାନ୍ତି । ମୁଁ ଆଜି ପର୍ଯ୍ୟନ୍ତ ଯେତେ ବି ଅଭିନେତ୍ରୀଙ୍କ ସହ କାମ କରିଛି ସେମାନଙ୍କ ମଧ୍ୟରୁ ସୋନାଲି ବିନ୍ଦ୍ରେ ମୋତେ ଅଧିକ ପସନ୍ଦ ଅଟେ ।

ଅଜୟ ଦେବଗନ

ଅଜୟ ଦେବଗନ ଓ ସୋନାଲି ବିନ୍ଦ୍ରେ ବହୁତ ଭଲ ବନ୍ଧୁ ଅଟନ୍ତି । ଦୁଇ ଜଣ ଏକତ୍ରିତ ବହୁତ ଫିଲ୍ମରେ କାମ କରିଛନ୍ତି । ଗୋଟିଏ ଇଣ୍ଟରଭିୟୁରେ ଅଜୟ ଦେବଗନ କହିଲେ କି ଫିଲ୍ମ ଦିଲଜଲେ ସମୟରେ ସେ ସୋନାଲି ବିନ୍ଦ୍ରେଙ୍କୁ ଭଲ ପାଇ ବସିଥିଲେ । କାରଣ ସେ ବହୁତ ସୁନ୍ଦର ଅଟନ୍ତି । ଏତିକି ନୁହେଁ ସେ ଯେତେବେଳେ ଅଭିନୟ କରନ୍ତି ସେତେବେଳେ ଆହୁରି ଅଧିକ ସୁନ୍ଦର ଲାଗନ୍ତି ଓ ଆଜି ବି ସେ ତାଙ୍କର ଦିବାନା ଅଟନ୍ତି ।