TV ଇଣ୍ଡଷ୍ଟ୍ରି ର ଏହି ଫେମସ ହିରୋଇନ ମାନଙ୍କ ଭଉଣୀ ମଧ୍ୟ ଏମାନଙ୍କ ଠାରୁ ଆହୁରି ଅଧିକ ସୁନ୍ଦର, Sanaya Irani ଙ୍କ ଭଉଣୀ ତ ସବୁଠୁ ଅଧିକ ସୁନ୍ଦର

ଟିଭି ଇଣ୍ଡଷ୍ଟ୍ରିରେ କାମ କରୁଥିବା ପ୍ରତ୍ୟେକ ଅଭିନେତ୍ରୀ ସବୁ ପ୍ରକାର ଚରିତ୍ରରେ ଅଭିନୟ କରିଥାନ୍ତି। ଯାହା ମଧ୍ୟରୁ ଏକ ଚରିତ୍ର ଭଉଣୀର ଅଟେ। ଧାରାବାହିକରେ ଏମାନେ ନିଜ ଭଉଣୀଙ୍କ ସହ ଭଲ ସମ୍ପର୍କ ରଖିଥିବା ଆମେ ଦେଖିଥାଉ। କିନ୍ତୁ ଆପଣ ଜାଣିଛନ୍ତି କି ଏହି ସବୁ ଅଭିନେତ୍ରୀମାନେ ସେହିପରି ଉତ୍ତମ ସମ୍ପର୍କ ନିଜ ଅସଲ ଭଉଣୀଙ୍କ ସହ ମଧ୍ୟ ରଖନ୍ତି। ସେମାନଙ୍କ ଭଉଣୀମାନେ ଯେପରି ଦେଖିବାକୁ ତାଙ୍କ ବରାବର ସୁନ୍ଦର, ସେପରି ନିଜ କ୍ଷେତ୍ରରେ ସଫଳ ମଧ୍ୟ। ତେବେ ଆସନ୍ତୁ ଜାଣିବା ଏପରି କିଛି ଅଭିନେତ୍ରୀଙ୍କ ଭଉଣୀ ମାନଙ୍କୁ।

୧- ସନାୟା ଇରାନୀ – “ଇସ ପ୍ୟାର୍ କୋ କ୍ୟା ନାମ୍ ଦୁଁ” ଧାରାବାହିକରୁ ପ୍ରସିଦ୍ଧ ହୋଇଥିବା ଅଭିନେତ୍ରୀ ସନୟା ଇରାନୀ ଆଜି ଟିଭି ଇଣ୍ଡଷ୍ଟ୍ରିର ଏକ ଲୋକପ୍ରିୟ ଚେହରା। ତାଙ୍କ ଭଉଣୀଙ୍କ ନାମ ଅଟେ କାସ୍ମିରା ଇରାନୀ। କାସ୍ମିରା ଧାରାବାହିକ ଅମ୍ବରଧାରା ରେ ମୁଖ୍ୟ ଚରିତ୍ର ଅମ୍ବର୍ ରେ ଅଭିନୟ କରିଥିଲେ ।

ଏମାନେ ଦୁଇ ଜଣ ଅସଲରେ ଭଉଣୀ ହେଲେ ମଧ୍ୟ ଏମାନଙ୍କୁ ଏକାଠି ବହୁତ କମ ଦେଖିବାକୁ ମିଳିଥାଏ। ସେଥିପାଇଁ ଏମାନେ ଦୁଇ ଭଉଣୀ ବୋଲି କେହି ଜାଣିଲେ ବିଶ୍ୱାସ କରି ପାରନ୍ତି ନାହିଁ। ଏକାଠି କମ୍ ନଜର ଆସୁଥିଲେ ମଧ୍ୟ ଏହି ଦୁଇ ଭଉଣୀଙ୍କ ମଧ୍ୟରେ ଯଥେଷ୍ଟ ଭଲ ପାଇବା ରହିଛି।

୨- ଫଲକ୍ ନାଜ୍

ଧାରାବାହିକ “ଶଶୁରାଲ୍ ସିମର୍ କା” ରେ ଜାନଭି ଚରିତ୍ରରେ ଅଭିନୟ କରି ପ୍ରସିଦ୍ଧ ହୋଇଥିବା ଅଭିନେତ୍ରୀ ଫଲକ୍ ନାଜ୍ ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟ ଅଟନ୍ତି। ତାଙ୍କ ଭଉଣୀଙ୍କ ନାମ ସଫକ୍ ନାଜ୍ ଅଟେ। ଏମାନେ ଦୁହେଁ ଜାଆଁଳା ଭଉଣୀ ଅଟନ୍ତି। ଦୁଇ ଭଉଣୀଙ୍କ ପରସ୍ପର ସହ ସମ୍ପର୍କ ବହୁତ ବଢିଆ‌। ଯାହା ଆପଣ ସେମାନଙ୍କ ଏକାଠି ଉଠାଇଥିବା ଫଟୋ ଗୁଡିକରେ ଦେଖିବାକୁ ପାଇ ପାରିବେ, ଯାହା ସେମାନେ ପ୍ରାୟ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି। ଫଲକ୍ ଙ୍କ ଭଉଣୀ ସଫକ୍ ମଧ୍ୟ ଜଣେ ଅଭିନେତ୍ରୀ। ସଫକ୍ ଶୁଭବିବାହ, ଚିଡ଼ିଆ ଘର୍ ଓ ମହାଭାରତ ପରି ଧାରାବାହିକ ଗୁଡିକରେ ଅଭିନୟ କରିଛନ୍ତି।

୩- ଶ୍ରଦ୍ଧା ଆର୍ଯ୍ୟା

ଜି ଟିଭିର ଲୋକପ୍ରିୟ ଧାରାବାହିକ “କୁଣ୍ଡଲୀ ଭାଗ୍ୟ”ରେ ପ୍ରୀତା ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ କିଣି ପାରିଛନ୍ତି ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟା। ତାଙ୍କର ଜଣେ ବଡ ଭଉଣୀ ଅଛନ୍ତି, ଯାହାଙ୍କ ନାମ ଦିବ୍ୟା ଆର୍ଯ୍ୟା। ସେ ତାଙ୍କ ବଡ ଭଉଣୀଙ୍କୁ ବହୁତ ଭଲ ପାଆନ୍ତି ଓ ତାଙ୍କ ଖୁସି ପାଇଁ ସବୁ କିଛି କରନ୍ତି। ତାଙ୍କ ଭଉଣୀ ଚର୍ଚ୍ଚାରେ ରହିବାକୁ ଜମା ବି ପସନ୍ଦ କରନ୍ତିନି। କିନ୍ତୁ ଏକ ସମୟରେ ନିଜ ଛାଡପତ୍ରକୁ ନେଇ ସେ ଚର୍ଚ୍ଚାରେ ଥିଲେ‌। ତାଙ୍କ ସ୍ୱାମୀ ତାଙ୍କ ସହ ଘରୋଇ ହିଂସା କରୁଥିବାରୁ ସେ ତାଙ୍କୁ ଛାଡପତ୍ର ଦେଇଥିଲେ।

୪- ହେଲି ଶାହ

“ଇସ୍କ୍ ମେଁ ମରାଜାୱ-୨” ଧାରାବାହିକରେ ରିଧିମା ଚରିତ୍ରରେ ଅଭିନୟ କରି ଅଭିନେତ୍ରୀ ହେଲି ଶାହ ଆଉ ଥରେ ଦର୍ଶକଙ୍କ ପ୍ରିୟ ହୋଇ ପାରିଛନ୍ତି। ଅସଲରେ ତାଙ୍କର କେହି ଭଉଣୀ ନାହାନ୍ତି। କିନ୍ତୁ ସେ ତାଙ୍କ ସହ-ଅଭିନେତ୍ରୀ ତେଜସ୍ୱି ପ୍ରକାଶ ଙ୍କୁ ନିଜ ଭଉଣୀ ପରି ମାନନ୍ତି। ଧାରାବାହିକ ସ୍ଵରାଙ୍ଗିନୀରେ ଦୁହେଁ ଦୁଇ ଭଉଣୀର ଚରିତ୍ରରେ ଅଭିନୟ କରିଥିଲେ। ସେଇଠୁ ସେମାନେ ଦୁହେଁ ଦୁହିଁଙ୍କୁ ଅସଲରେ ମଧ୍ୟ ଭଉଣୀ ପରି ଭାବନ୍ତି ଓ ପରସ୍ପରକୁ ବହୁତ ଭଲ ପାଆନ୍ତି।

୫- ଶ୍ରୀତି ଝା

ଧାରାବାହିକ କୁମକୁମ୍ ଭାଗ୍ୟରେ ପ୍ରଜ୍ଞା ଚରିତ୍ରରେ ଅଭିନୟ କରି ଶ୍ରୀତି ଆଜି ଘରେ ଘରେ ଲୋକପ୍ରିୟ। ପରଦା ରେ ସେ ଯେପରି ତାଙ୍କ ଭଉଣୀଙ୍କୁ ଭଲ ପାଆନ୍ତି ଅସଲରେ ମଧ୍ୟ ତାଙ୍କ ଭଉଣୀ କୁ ସେ ବହୁତ ଭଲ ପାଆନ୍ତି। ତାଙ୍କର ଜଣେ ବଡ଼ ଅଛନ୍ତି। ତାଙ୍କ ନାମ ମିନାକ୍ଷୀ ଝା। ପେଶାରେ ସେ ଜଣେ ସଫ୍ଟୱେର ଇଞ୍ଜିନିୟର୍।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହି ଭଉଣୀ ମାନଙ୍କ ମଧ୍ୟ କେଉଁ ଯୋଡି ସବୁଠୁ ଅଧିକ ପସନ୍ଦ ଆସିଲା ଆମକୁ କମେନ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲାନ୍ତୁ ନାହିଁ । ଧନ୍ୟବାଦ