Manike Mage Hithe ଗୀତ ଗାଇ ପୁଣି ଭାଇରାଲ ହେଲେ Ranu Mandal, ଷ୍ଟାଇଲ ଦେଖି ଲୋକେ କହିଲେ ଇଏ ତ…ଦେଖନ୍ତୁ Video

ସୋ-ସି-ଆ-ଲ ମି-ଡି-ଆ-ର କେତେ ତାକତ ଅଛି ଏହାର ଜୀବନ୍ତ ଉଦାହରଣ ହେଉଛନ୍ତି ରାନୁ ମଣ୍ଡଲ । ପ୍ରାୟ ଦୁଇ ବର୍ଷ ପୂର୍ବରୁ ରାନୁ ମଣ୍ଡଲ ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେସନରେ ଗୀତ ଗାଉଥିଲେ । ସେ ଲତା ମଙ୍ଗେସକରଙ୍କ ଲୋକପ୍ରିୟ ଗୀତ “ଏକ୍ ପ୍ୟାର କା ନଗମା ହେ” ଗାଉଥିବା ବେଳେ ସେପଟେ ଦେଇ ଯାଉଥିବା ଇଞ୍ଜିନିୟର ଅତୀନ୍ଦ୍ର ଚକ୍ରବର୍ତ୍ତୀ ରାନୁଙ୍କ ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ଛାଡି ଦେଇଥିଲେ । ଏହାପରେ ନିଆଁ ଭଳି ରାନୁଙ୍କ ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବାକୁ ଲାଗିଲା ।

ସେ ସବୁଆଡେ ପପୁଲାର ହେବାକୁ ଲାଗିଲେ ଓ ଲୋକମାନେ ତାଙ୍କ ପ୍ରତିଭାର ପ୍ରଶଂସା କରିବାକୁ ଲାଗିଲେ । ରାନୁ ମଣ୍ଡଲଙ୍କ ଲୋକପ୍ରିୟତା ଦେଖି ତାଙ୍କୁ ମୁମ୍ବାଇର ଗୋଟିଏ ରିୟାଲିଟି ଶୋ’କୁ ଡକାଗଲା । ଏହି ଶୋରେ ବଲିଉଡର ଲୋକପ୍ରିୟ ଗାୟକ ହିମେଶ ରେଶମିୟା ଜଜ୍ ଥିଲେ । ହିମେଶଙ୍କୁ ରାନୁଙ୍କ ଗାୟିକୀ ଏତେ ପସନ୍ଦ ହୋଇଥିଲା ଯେ ସେ ତାଙ୍କୁ ନିଜ ଫିଲ୍ମ “ହାପି ହାର୍ଡି ଆଣ୍ଡ ହୀର” ରେ ଗୀତ ଗାଇବାକୁ ଅଫର ଦେଇଥିଲେ । ଆଉ ରାନୁ ହିମେଶଙ୍କ ସହ ତାଙ୍କର ପ୍ରଥମ ଗୀତ “ତେରି ମେରି କହାନୀ” ରେକର୍ଡ କରିଥିଲେ ।

ଏହି ଫିଲ୍ମର “ଆଦତ” ଏବଂ “ଆଶିକି ମେ ତେରି ୨.୦” ଗୀତରେ ମଧ୍ୟ ରାନୁ ସ୍ଵର ଦେଇଛନ୍ତି । ଏହି ସବୁ ଗୀତ ଲୋକେ ଖୁବ ପସନ୍ଦ କରିଥିଲେ । ଏହାପରେ ରେଳଷ୍ଟେସନରେ ଭିକ୍ଷା ମାଗି ଚଳୁଥିବା ରାନୁଙ୍କ ଜୀବନ ସଂପୂର୍ଣ୍ଣ ଭାବେ ବଦଳି ଯାଇଥିଲା । ସେ ଆଜିକାଲି ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ସକ୍ରିୟ ରହୁଛନ୍ତି ଓ ନିଜ ପ୍ରଶଂସକଙ୍କ ପାଇଁ ସମୟ ସମୟରେ ଗୀତ ମଧ୍ୟ ଗାଇ ଅ-ଫ-ଲୋ-ଡ କରୁଛନ୍ତି ।

ଏବେ ରାନୁ ମଣ୍ଡଲଙ୍କ “Manike mage hithe” ଗୀତ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ କମାଲ କରୁଛି । ୨୦୨୦ ରେ ସତିଶନ ରଥନାୟକଏହି ଗୀତାକୁ ତିଆରି କରିଥିଲେ । ଚଳିତ ବର୍ଷ ମେ ମାସରେ ଶ୍ରୀଲଙ୍କାନ ଗାୟିକା ୟୋହାନି ଦିଲୋକା ଡି ସିଲଭା ଏହା ଗାଇବା ପରେ ସାରା ଦୁନିଆରେ ଏହି ଗୀତଟି ଭା-ଇ-ରା-ଲ ହୋଇଥିଲା । ୟୁ-ଟ୍ଯୁ-ବ-ରେ କେବଳ ତିନି ମାସ ମଧ୍ୟରେ ଏହି ଗୀତକୁ ୯୧ ମିଲିୟନରୁ ଅଧିକ ଭ୍ୟୁଜ ମିଳି ସାରିଲାଣି ।

ଜଣେ ଭାରତୀୟଙ୍କ ପାଇଁ ଏହି ଗୀତ ଗାଇବା ଖୁବ ମୁସ୍କିଲ ଅଟେ । ତଥାପି ରାନୁ ମଣ୍ଡଲ ଏହାକୁ ଖୁବ ଭଲ ଭାବେ ଗାଇଛନ୍ତି । ସବୁଠୁ ରୋଚକ କଥା ହେଉଛି ରନୁ ଏଥର ମଡର୍ଣ୍ଣ ଅବତାରରେ ନଜର ଆସିଥିଲେ । ଗୀତ ଗାଇବା ସମୟରେ ସେ ଏକ ଲାଲ ଟି-ଶାର୍ଟ ଏବଂ ପ୍ଯାଣ୍ଟ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ତାଙ୍କ ମାନିକେ ମାଗେ ହିତେ ଭର୍ଜନ ଲୋକେ ଖୁବ ପସନ୍ଦ କରୁଛନ୍ତି । ତାଙ୍କର ଏହି ଗୀତକୁ Rondhon Porichoy ନାମକ ଜଣେ ୟୁ-ଟ୍ଯୁ-ବ-ର ଅ-ଫ-ଲୋ-ଡ କରିଛନ୍ତି ।

ରାନୁଙ୍କ ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । କିଛି ଲୋକ ରାନୁଙ୍କ ଗୀତକୁ ପସନ୍ଦ କରୁଥିବା ବେଳେ ଆଉ କିଛି ଲୋକ ତାଙ୍କୁ ଟି-ଶାର୍ଟ ଏବଂ ପ୍ଯାଣ୍ଟ ପିନ୍ଧିଥିବାରୁ ଟ୍ରୋ-ଲ ମଧ୍ୟ କରୁଛନ୍ତି । ଆପଣଙ୍କୁ ରାନୁଙ୍କ ଏହି ଗୀତ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।