ପାକିସ୍ଥାନର ପିଏମଙ୍କ ସହ Bollywood ର ଏହି 3 ଜଣ ହିରୋଇନଙ୍କର ରହି ସାରିଛି ସମ୍ବନ୍ଧ, ଆଜି ପର୍ଯ୍ୟନ୍ତ ଜାଣନ୍ତି ନାହିଁ କେହି

ବନ୍ଧୁଗଣ ବଲିଉଡର ଅଭିନେତ୍ରୀ ରେଖାଙ୍କ ଜୀବନୀ ବାବଦରେ ଯେତେ କଥା କହିଲେ ବି କମ ହେବ । ଅଭିନେତ୍ରୀ ରେଖାଙ୍କ ବିଷୟରେ ଆପଣ ମାନେ ଯେତେ ଜାଣିବାକୁ ଚାହିଲେ ମଧ୍ୟ ଗୋଟେ ଗୋଟେ ନୂଆ କାହାଣୀ ସାମନାକୁ ଆସିବ ।

ଅଭିନେତ୍ରୀ ରେଖାଙ୍କ ନାଁ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସହ ଯୋଡା ଯାଇ ସାରିଛି । ଏହା ବ୍ଯତୀତ ରେଖାଙ୍କ ନାଁ ଅଭିନେତା ଜିତେନ୍ଦ୍ର, ରାଜ ବବ୍ବର, ନବୀନ ନିଶ୍ଚଳ, କିରଣ କୁମାର, ବିନୋଦ ମେହେରା, ସଞ୍ଜୟ ଦତ୍ତ ଓ ଅକ୍ଷୟ କୁମାରଙ୍କ ସହ ଯୋଡା ଯାଇ ସାରିଛି । ଏବେ ଏବେ ରେଖାଙ୍କ ସହ ଆଉ ଏକ ନୂଆ ନାଁ ଯୋଡା ଯାଇଛି । ସେ ହେଉଛନ୍ତି ପାକିସ୍ତାନର ସିଏମ ଇମରାନ ଖାନ ।

ଗୋଟିଏ ମାଗାଜିନରେ ଛପାଯାଇଥିବା ଆର୍ଟିକାଲରେ ଲେଖା ଯାଇଛି ଯେ ୮୦ଦଶକରେ ଇମରାନ ଖାନ ଓ ରେଖାଙ୍କର ପ୍ରେମ ସମ୍ପର୍କ ଚାଲିଥିଲା । ସେହି ସମୟରେ ୧୯୯୫ରେ ଦୁହିଙ୍କ ସଂପର୍କକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଯେଉଁ ପୋଷ୍ଟ ଭାଇରାଲ ହୋଇଥିଲା ବର୍ତ୍ତମାନ ତାହା ୨୦୨୦ରେ ପୁଣି ଠାରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଆର୍ଟିକାଲ ଅନୁଯାୟୀ ଇମରାନ ଖାନ ସେହି ସମୟର ପ୍ଲେ ବାୟ ଥିଲେ । ୧୯୮୫ରେ ତାଙ୍କର ରେଖାଙ୍କ ସହ ସମ୍ପର୍କ ରହିଥିଲା । ସେ ରେଖାଙ୍କୁ ଦେଖା କରିବା ପାଇଁ ମୁମ୍ବାଇ ଆସିଥିଲେ ଓ ସେଠାରେ ଗୋଟେ ମାସ ରହିଥିଲେ । ମୁମ୍ବାଇରେ ଦୁହିଙ୍କୁ ପରମେଶ୍ଵର ଗୋଦରେଜଙ୍କ ଘରେ, ସମୁଦ୍ରରେ, ନାଇଟ କ୍ଳବରେ ଦେଖା ଯାଇଥିଲା । ଦୁହେଁ ପରସ୍ପରର ଅତି ନିକଟତର ହୋଇଥିଲେ ।

ରେଖା ଓ ଇମରାନ ଖାନଙ୍କର ସଂପର୍କକୁ ଦେଖି ରେଖାଙ୍କ ମା ନିଜ ଝିଅ ପାଇଁ ଇମରାନ ଖାନ ଠିକ ପୁଅ ବୋଲି ଅନୁମାନ କରିଥିଲେ । ରେଖାଙ୍କ ମା ଦୁହିଙ୍କର ମ୍ୟାରେଜକୁ ନେଇ ଏତେ ଉସ୍ଚାହିତ ଥିଲେ ଯେ ଦୁହିଙ୍କର କୁଣ୍ଡଳୀ ନେଇ ଦିଲ୍ଲୀ ଯାଇଥିଲେ । ରେଖାଙ୍କ ପରିବାର ଏହି ମ୍ୟାରେଜକୁ ନେଇ ବହୁତ ଆଗ୍ରହୀ ଥିଲେ କିନ୍ତୁ ଇମରାନ ଖାନଙ୍କର ଏହାକୁ ନେଇ କୌଣସି ଆଗ୍ରହ ନ ଥିଲା । ଇମରାନ ଖାନ ନିଜ ମତରେ କହିଥିଲେ ଯେ ଅଭିନେତ୍ରୀ ମାନଙ୍କ ସହ କିଛି ଦିନ ସମୟ ବିତାଯାଇ ପାରିବ ।

କିନ୍ତୁ ସେମାନଙ୍କ ସହ ମ୍ୟାରେଜ କରିବା ତାଙ୍କୁ ପସନ୍ଦ ନୁହେ । ଦୁହିଙ୍କର ପ୍ରେମ ସମ୍ପର୍କ ଅଧାରୁ ହିଁ ରହିଥିଲା । ସେଥିପାଇଁ ଏହି ଖବର କେହି ବି ଜାଣି ନାହାନ୍ତି । ରେଖାଙ୍କୁ ଛାଡି ଦେଲେ ଇମରାନ ଖାନଙ୍କର ସମ୍ପର୍କ ଜିନତ ଅମାନଙ୍କ ସହ ମଧ୍ୟ ରହିଥିଲା ।

ଇମରାନ ବହୁତ ସମୟ ଧରି ଜିନତ ଅମାନଙ୍କ ସହ ଡେଟ କରୁଥିଲେ । ଏହି ଆର୍ଟିକଲ ଅନୁଯାୟୀ ଇମରାନ ଖାନଙ୍କର ରିଲେସନ ସବାନା ଆଜମିଙ୍କ ସହ ମଧ୍ୟ ରହିଥିଲା । ଇମରାନ ଖାନଙ୍କର ବିଦେଶୀ ମହିଳାଙ୍କ ସହ ମଧ୍ୟ ରିଲେସନ ରହିଥିଲା । ତାଙ୍କ ପର୍ଶନାଲ ଲାଇଫ ଦେଖିବାକୁ ଗଲେ ସେ ନିଜ ଜୀବନରେ ୩ଟି ବିବାହ କରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ