ସାଉଥ ଷ୍ଟାର Yash ଙ୍କ ଲାଇଫ ଷ୍ଟାଇଲ, ଘର, ପରିବାର, ଜାଣନ୍ତୁ ତାଙ୍କ ପାଖରେ ରହିଛି କେତେ କୋଟି ଟଙ୍କାର ସମ୍ପତ୍ତି

ରକିଂ ଷ୍ଟାର ୟଶ୍ ଆଜି କୌଣସି ପରିଚୟର ମୋହତାଜ୍ ନୁହନ୍ତି । କାରଣ ନିଜ ଫିଲ୍ମ କେଜିଏଫ୍ ରେ ୟଶ୍ ଯେଉଁ ପ୍ରକାର ପ୍ରଶଂସକ ହାସଲ କରିଥିଲେ, କୌଣସି ବଲିଉଡ୍ ଅଭିନେତା ପକ୍ଷେ କାଠିକର ପାଠ ଅଟେ ।

କିନ୍ତୁ ୟଶ୍ ନିଜ ଅଭିନୟ ଆରମ୍ଭ ଦିନ ମାନଙ୍କରେ ବହୁତ ସଂଘର୍ଷ କରିଥିଲେ । ତେବେ ଆଜି ଆମେ ୟଶ୍ ଙ୍କ ଜୀବନଶୈଳୀ ଓ ତାଙ୍କ ସଂଘର୍ଷ ସମ୍ବନ୍ଧିତ କାହାଣୀ ବିଷୟରେ କିଛି ଜାଣିବା । ୟଶ୍ ଙ୍କୁ ସାରା ଦୁନିଆ ରକିଂ ଷ୍ଟାର ୟଶ୍ ଭାବେ ଜାଣିଛି । ମାତ୍ର ୟଶ୍ ଙ୍କ ସମ୍ପୂର୍ଣ୍ଣ ନାମ ନବୀନ କୁମାର ଗୌଡ ଅଟେ ଓ ଛୋଟବେଳୁ ଘରେ ତାଙ୍କୁ ୟଶ୍ ବୋଲି ଡାକନ୍ତି । ଯେତେବେଳେ ୟଶ୍ ଅଭିନୟ କରିବା ଆରମ୍ଭ କରିଥିଲେ ସେତେବେଳେ ତାଙ୍କୁ ଅଲଗା କୌଣସି ସ୍କ୍ରିନ୍ ନାମ ରଖିବା ପାଇଁ ପରାମର୍ଶ ଦିଆ ଯାଇଥିଲା ।

ସେଇଠୁ ସେ ନିଜ ସ୍କ୍ରିନ୍ ନାମ ୟଶ୍ ହିଁ ରଖିଥିଲେ । ପେଶାରେ ୟଶ୍ ଜଣେ ଅଭିନେତା ଓ ପ୍ଲେ ବ୍ୟାକ୍ ସିଙ୍ଗର ଅଟନ୍ତି । ୟଶ୍ ଙ୍କ ଜନ୍ମ ଜାନୁୟାରୀ ୮ ତାରିଖ ୧୯୮୬ ମସିହାରେ କର୍ଣ୍ଣାଟକର ଏକ ଛୋଟ ଗ୍ରାମରେ ହୋଇଥିଲା । ତାଙ୍କୁ ଛୋଟବେଳୁ ହିଁ ଅଭିନୟର ସଉକ ଥିଲା ଓ କର୍ଣ୍ଣାଟକର ମହାଜନା ହାଇ ସ୍କୁଲରୁ ହିଁ ସେ ଅଭିନୟ କରିବା ଆରମ୍ଭ କରିଥିଲେ ।

ଦ୍ବାଦଶ ଶ୍ରେଣୀରେ ପଢ଼ିବା ବେଳୁ ୟଶ୍ ନିର୍ଣ୍ଣୟ ନେଇ ସାରିଥିଲେ କି ସେ ଜଣେ ଫିଲ୍ମ ଅଭିନେତା ହେବେ ବୋଲି ଓ ଏଥିପାଇଁ ସେ ନିଜ ପାଠପଢା ମଧ୍ୟ ଅଧାରୁ ଛାଡ଼ି ଦେଇଥିଲେ । ତାଙ୍କ ପରିବାର କେବେ ମଧ୍ୟ ଚାହୁଁ ନ ଥିଲେ କି ସେ ଅଭିନେତା ହୁଅନ୍ତୁ । ମାତ୍ର ଆଜି ତାଙ୍କୁ ସୁପରଷ୍ଟାର ହୋଇଥିବାର ଦେଖି ତାଙ୍କ ପରିବାର ଖୁବ୍ ଖୁସି ଅଟେ । ୟଶ୍ ନିଜ ଅଭିନୟ ଜୀବନର ଆରମ୍ଭ ଛୋଟ ପରଦାରୁ ହିଁ କରିଥିଲେ । ସେଇଠୁ ଧୀରେ ଧୀରେ ସେ ନିଜ ପରିଶ୍ରମ ଓ ନିଷ୍ଠାରେ ଆଗକୁ ବଢିଥିଲେ ।

ୟଶ୍ ଙ୍କ ର ଘରେ ବାପା, ମାଆ ଓ ଗୋଟିଏ ଭଉଣୀ ଅଛନ୍ତି । ତାଙ୍କ ବାପା ଜଣେ ସରକାରୀ ବସ୍ କଣ୍ଡକ୍ଟର । ୟଶ୍ ସୁପରଷ୍ଟାର ହେବା ପରେ ମଧ୍ୟ ତାଙ୍କ ବାପା ନିଜ ଚାକିରି ଛାଡ଼ି ନ ଥିଲେ । ସେ କୁହନ୍ତି ନିଜ କାମ ପ୍ରତି କର୍ତ୍ତବ୍ୟନିଷ୍ଠତା ସେ ତାଙ୍କ ବାପାଙ୍କ ଠାରୁ ଶିଖିଛନ୍ତି । ୟଶ୍ ୨୦୧୬ ରେ ଅଭିନେତ୍ରୀ ରାଧିକା ପଣ୍ଡିତଙ୍କୁ ବିବାହ କରିଥିଲେ । ସେ ଓ ରାଧିକା ଅନେକ ଟିଭି ଧାରାବାହିକ ଓ ଫିଲ୍ମରେ ଏକାଠି କାମ କରିଛନ୍ତି ।

ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛି । ୟଶ୍ ଗୋଟିଏ ଫିଲ୍ମରେ କାମ କରିବାକୁ ୫ କୋଟି ଟଙ୍କା ନିଅନ୍ତି ଓ ତାଙ୍କର ଅଧିକ ରୋଜଗାର ବିଜ୍ଞାପନରୁ ଆସେ, ଯାହା ପାଇଁ ସେ ୫୦ ଲକ୍ଷ ଟଙ୍କା ଲେଖାଏଁ ନିଅନ୍ତି । ୨୦୨୧ ମସିହା ଅନୁସାରେ ୟଶ୍ ଙ୍କ ନେଟ୍ ମୂଲ୍ୟ ପ୍ରାୟତଃ ୪୦ କୋଟି ଟଙ୍କା ବୋଲି କୁହା ଯାଉଛି । ୟଶ୍ ଙ୍କ ପାଖେ ୪ଟି ମର୍ସିଡିଜ୍ ଗାଡ଼ି, ଗୋଟିଏ ପାଜେରୋ ଓ ଗୋଟିଏ ଅଡି ଅଛି । ସେହିପରି ୟଶ୍ ଙ୍କ ଘର ମଧ୍ୟ ଖୁବ୍ ସୁନ୍ଦର, ଆକର୍ଷଣୀୟ ଓ ରାଜକୀୟ ଅଟେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।