ଏମିତି ଝିଅ ଯେଉଁଠି ବି ମିଳନ୍ତୁ ନା କାହିଁକି ତୁରନ୍ତ ବାହା ହେଇଯିବା ଦରକାର- Chanakya Niti

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ବ୍ୟକ୍ତି ଓ ମହାନ ପୁରୁଷ ଥିଲେ । ତାଙ୍କର ରଚିତ ଚାଣକ୍ୟ ନୀତି ଗ୍ରନ୍ଥରେ ମାନବ ସମାଜକୁ ସଠିକ ମାର୍ଗ ଦେଖାଇବା ପାଇଁ କିଛି ନୀତି ନିୟମ ଉଲ୍ଲେଖ କରା ଯାଇଛି ।

ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିବାରୁ ନିଜ ନୀତି ଓ ଆଦର୍ଶ ବଳରେ ରାଜା ଚନ୍ଦ୍ରଗୁପ୍ତଙ୍କୁ ରାଜଗାଦିରେ ବସାଇ ଥିଲେ । ଆଜି ଆମେ ଆପଣ ମାନଙ୍କୁ କେଉଁ ନାରୀକୁ ବିବାହ କରିଲେ ଶୁଭ ଫଳ ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ । ପ୍ରତେକ ମଣିଷ ଜୀବନରେ ବିବାହ ଏକ ପବିତ୍ର ବନ୍ଧନ ହୋଇଥାଏ । ସେଥିପାଇଁ ଗୋଟେ ପୁଅକୁ ଭଲ ସ୍ଵଭାବ ଥିବା ଝିଅଟିଏ ମିଳିବା ଉଚିତ ।

ଚାଣକ୍ୟଙ୍କ ମତରେ ଏମିତି କିଛି ଗୁଣ ଝିଅ ମାନଙ୍କ ପାଖରେ ରହିବା ଦରକାର ଯାହା ପାଇଁ ପୁଅ ମାନଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଗୁଣଗୁଡିକ କଣ ଅଟେ ।

୧-  ଯେଉଁ ନାରୀ କୌଣସି କାମକାର୍ଯ୍ୟ କରୁ ନ ଥିବ କିନ୍ତୁ ନିଜ ବୁଦ୍ଧି ବଳରେ ନିଜ ପରିବାରକୁ ସମ୍ଭାଳି ପାରୁଥିବ ସେହି ଭଳି ଝିଅ ସହ ବିବାହ କରିବା ଉଚିତ ହେବ ।

୨- ବିବାହ ପାଇଁ ଗୋଟେ ଝିଅ ପାଖରେ ଅନ୍ୟକୁ ଉଚିତ ସମାନ ଦେବାର ଗୁଣ ରହିବା ଉଚିତ । ଏଭଳି ସ୍ଵଭାବ ଥିବା ଝିଅ ସହ ବିବାହ କରିଲେ ଶୁଭ ହୋଇଥାଏ ।

୩- ଯେଉଁ ନାରୀ ସଂସ୍କୃତି ଓ ପରମ୍ପରାର ସମାନ କରିଥାଏ ସେହି ନାରୀ ବିବାହ ପାଇଁ ଶ୍ରେଷ୍ଠ ହୋଇଥାଏ । ଏହି ନାରୀ ପୂଜା ପାଠ କରି ନିଜ ଘର ସୁଖ ସମୃଦ୍ଧି ବଢାଇବା ସହ ନିଜ ସ୍ବାମୀର ମଧ୍ୟ ଉନ୍ନତି କରାଇଥାଏ ।

୪- ଯେଉଁ ନାରୀ ଧନ ସମ୍ପତିକୁ ସଞ୍ଚୟକରି ରଖିପାରେ ସେହି ଭଳି ନାରୀ ବିବାହ ପାଇଁ ଯୋଗ୍ୟ ହୋଇଥାଏ । ଏହି ଗୁଣ ଥିବା ନାରୀ ନିଜ ପରିବାରର ଆର୍ଥିକ ସ୍ଥିତି ସୁଦୃଢ ରଖିଥାଏ ।

୫- ଯେଉଁ ନାରୀର ବଚନ ମିଠା ଓ ମଧୁର ହୋଇଥାଏ ବା ଯାହା ସ୍ଵରରେ ପ୍ରେମର ଭାଷା ବୁଝାଉଥାଏ ସେହିଭଳି ନାରୀ ବିବାହ ପାଇଁ ଯୋଗ୍ୟ ହୋଇଥାଏ ।

୬- ଯେଉଁ ନାରୀ ପାଖରେ ଧର୍ଯ୍ୟ ଓ ସାହସ ରହିଥାଏ ଓ ଯିଏ ବିପଦ ସମୟରେ ସାଥ ଦେଇଥାଏ ସେହିଭଳି ନାରୀ ବିବାହ ପାଇଁ ଯୋଗ୍ୟ ହୋଇଥାଏ ।

୭- ଯେଉଁ ନାରୀ ନିଜ ପରିବାର ଠାରୁ ଆରମ୍ଭ କରି ବନ୍ଧୁବର୍ଗଙ୍କର ଧ୍ୟାନ ରଖିଥାଏ ସେହି ନାରୀ ବିବାହ ପାଇଁ ଉତ୍ତମ ହୋଇଥାଏ ।

୮-  ଯେଉଁ ନାରୀ ନିଜ ମର୍ଜ୍ଯାଦା ଭିତରେ ରହି ଅନ୍ୟର ସମାନ କରିଥାଏ ସେହି ନାରୀ ବିବାହ ପାଇଁ ଶ୍ରେଷ୍ଠ ହୋଇଥାଏ ।

୯- ଯେଉଁ ନାରୀ ମନରେ ଅହଂକାର ଭାବ ନ ଥାଏ ଯିଏ ଅନ୍ୟକୁ ଖୁସିରେ ରଖିଥାଏ ସେହି ନାରୀ ବିବାହ ପାଇଁ ଶ୍ରେଷ୍ଠ ହୋଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।