ବଦଳିଲେ ଧର୍ମ, ଛାଡିଲେ ଅଶ୍ଳୀଳ ଫିଲ୍ମ ଓ ତାପରେ ଯାଇ ହେଇଥିଲେ ସଞ୍ଜୟ ଦତ୍ତଙ୍କ ତୃତୀୟ ପତ୍ନୀ

ସମସ୍ତେ ନିଜ ଜୀବନରେ କିଛି ନା କିଛି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏମିତିରେ ଯଦି ଅଭିନେତା ସଞ୍ଜୟ ଦତ୍ତ ବିଷୟରେ କହିବା ତେବେ ସେ ସବୁବେଳେ ବିବାଦ ମଧ୍ୟରେ ଘ୍ରେୟ ହୋଇ ରହିଥାନ୍ତି । ଏହା ସହିତ ସଞ୍ଜୟ ଦତ୍ତ ନିଜର ତିନି ଜଣ ସ୍ତ୍ରୀଙ୍କୁ ନେଇ ବି ମିଡିଆର ସବୁଠୁ ଚର୍ଚିତ ବିଷୟ ହୋଇ ରହିଥାନ୍ତି । ଥରେ ସଞ୍ଜୁ ବାବା ମିଡିଆ ଆଗରେ କହିଥିଲେ କି ମୁଁ ଜଣେ ରୋମିଅ ଅଟେ ।

ସେ ନିଜର ବଲୀଉଡ କ୍ୟାରିୟରରେ ବହୁତ ଅଭିନେତ୍ରୀଙ୍କୁ ଡେଟ ମଧ୍ୟ କଇଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ସଞ୍ଜୟ ଦତ୍ତଙ୍କ ତୃତୀୟ ସ୍ତ୍ରୀ ତଥା ବଲିଉଡର ଅଭିନେତ୍ରୀ ମାନ୍ୟତା ଦତ୍ତଙ୍କ ବିଷୟରେ କିଛି ରୋଚକପୂର୍ଣ ତଥ୍ୟ ଦେବୁ ।

ସଞ୍ଜୟ ଦତ୍ତଙ୍କ ପତ୍ନୀ ମାନ୍ୟତା ଦତ୍ତ ୨୨ ଜୁଲାଇ ୧୯୭୮ ମସିହାରେ ଏକ ମୁସଲିମ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ପ୍ରଥମେ ମାନ୍ୟତାଙ୍କ ନାମ ଦିଲ ନବାଜ ଶେଖ ଥିଲା । ମାନ୍ୟତାଙ୍କ ପିତା ଦୁବାଇର ଜଣେ ବିଜନେସମ୍ୟାନ ଥିଲେ । ତାଙ୍କର ପିଲାଦିନ ଦୁବାଇରେ କଟିଥିଲା । କିନ୍ତୁ ମାନ୍ୟତା ଯେତେବେଳେ ବଲିଉଡରେ ଆସିଲେ ତେବେ ସେତେବେଳେ ସେ ନିଜର ନାମ ବଦଳି ସାରା ଖାନ ରଖି ଦେଲେ । ଫିଲ୍ମ ଦୁନିଆରେ ସେ ଏହି ନାମ ଦ୍ଵାରା ପରିଚିତ ହୋଇଗଲେ ।

କିନ୍ତୁ ପ୍ରକାଶ ଝା ଙ୍କ ଫିଲ୍ମରେ ଆଇଟମ ଗର୍ଲରେ ଡାନ୍ସ କରିବା ପରେ ସେ ପୁଣି ଥରେ ତାଙ୍କ ନାମ ବଦଳି ମାନ୍ୟତା ରଖିଲେ । ଏହା ପରେ ପିତାଙ୍କ ମୃତ୍ୟୁ ପରେ ଘରର ସମସ୍ତ ଦାୟିତ୍ଵ ମାନ୍ୟତାଙ୍କ ଉପରେ ଚାଲି ଆସିଲା । ଏହି ସମୟରୁ ହିଁ ତାଙ୍କର ଫିଲ୍ମି କ୍ୟାରିୟରରେ ବ୍ରେକ ଲାଗି ଗଲା । ଏହା ପରେ ସେ ନିଜର ପିତାଙ୍କ ବ୍ୟବସାୟକୁ ସମ୍ଭାଳିବାକୁ ଲାଗିଲେ । ଏହା ସହିତ ଘରର ଦେଖାଶୁଣା ମଧ୍ୟ କରୁଥିଲେ । କିନ୍ତୁ ମାନ୍ୟତା ସବୁବେଳେ ଏକ ସଫଳ ଅଭିନେତ୍ରୀ ହେବାକୁ ଚାହୁଁଥିଲେ ।

କିନ୍ତୁ ତାଙ୍କୁ କେବେ ବି କୌଣସି ବଡ ଫିଲ୍ମର ଅଫର ମିଳିଲା ନାହିଁ । ଏଥିପାଇଁ ସେ ବି ଓ ସି ଗ୍ରେଡ ଫିଲ୍ମ ଗୁଡିକରେ ବି କାମ କରିବା ଆରମ୍ଭ କରିଦେଇଥିଲେ । ମାନ୍ୟତା ଚିନ୍ତା କରିଲେ କି ପ୍ରକାଶ ଝା ଙ୍କ ଫିଲ୍ମରେ ଆଇଟମ ଡାନ୍ସ କରିବା ପରେ ତାଙ୍କୁ ଫିଲ୍ମର ଅଫର ମିଳିବ । କିନ୍ତୁ ମାନ୍ୟତାଙ୍କ ସହ ଏହିଭଳି କିଛି ବି ହେଲା ନାହିଁ । ମାନ୍ୟତାଙ୍କ ଭାଗ୍ୟ ସେତେବେଳେ ବଦଳିଲା ଯେତେବେଳେ ସଞ୍ଜୟ ଦତ୍ତ ମାନ୍ୟତାଙ୍କ ସି ଗ୍ରେଡ ଫିଲ୍ମ ‘ଲଭର୍ସ ଲାଇକ ଅସ’ ରାଇଟ ୨୦ ଲକ୍ଷ ଟଙ୍କାରେ କିଣିନେଲେ ।

ଏହି ସମୟରେ ପ୍ରଥମ ଥର ସଞ୍ଜୟ ଦତ୍ତ ଓ ମାନ୍ୟତା ସାକ୍ଷାତ ହୋଇଥିଲା । ଏହା ପରେ ଧୀରେ ଧୀରେ ଦୁହେଁ ମିଳିମିଶା କରିବା ଆରମ୍ଭ କରି ଦେଲେ । ଏହି ସମୟରେ ସଞ୍ଜୟ ଦତ୍ତ ଜଣେ ଜୁନିୟର କଳାକାର ନାଟ୍ୟା ଦୁରାଣୀଙ୍କୁ ଡେଟ କରୁଥିଲେ । କିନ୍ତୁ ଏହା ସତ୍ବେ ବି ମାନ୍ୟତା ସଞ୍ଜୟ ଦତ୍ତକୁ ଦେଖା କରିବାକୁ ଯାଉଥିଲେ । ଯେତେବେଳେ ନାଟ୍ୟା ଦୁରାଣୀ ବାହାରକୁ ବୁଲିବାକୁ ଯାଉଥିଲେ ତେବେ ସେହି ସମୟରେ ମାନ୍ୟତା ସଞ୍ଜୟଙ୍କୁ ଦେଖା କରିବାକୁ ଯାଉଥିଲେ ।

ସେ ସଞ୍ଜୟ ଦତ୍ତଙ୍କୁ ଭଲ ଭଲ ରୋଷେଇ କରି ବି ଦେଉଥିଲେ । ଅନ୍ୟ ପଟେ ତାଙ୍କର ଗର୍ଲ ଫ୍ରେଣ୍ଡ ସବୁବେଳେ ତାଙ୍କର କ୍ରେଡିଟ କାର୍ଡକୁ ନେଇ ବହୁତ ଖର୍ଚ କରୁଥିଲା । କିନ୍ତୁ ମାନ୍ୟତା କେବେ ବି ସଞ୍ଜୟ ଦତ୍ତଙ୍କୁ କିଛି ବି ମାଗି ନ ଥିଲେ । ଯେଉଁ କାରଣରୁ ସଞ୍ଜୟ ଦତ୍ତଙ୍କୁ ବି ମାନ୍ୟତାଙ୍କୁ ପସନ୍ଦ କରିବାକୁ ଲାଗିଲେ । ଏହା ପରେ ୨୦୦୮ରେ ମାନ୍ୟତା ସଞ୍ଜୟ ଦତ୍ତଙ୍କ ସହ ବିବାହ କରିନେଲେ । ସେତେବେଳେ ମାନ୍ୟତାଙ୍କ ବୟସ ମାତ୍ର ୨୯ ବର୍ଷ ଥିଲା ଓ ସଞ୍ଜୟ ଦତ୍ତଙ୍କ ବୟସ ୫୦ ବର୍ଷ ଥିଲା ।

ସେଥିପାଇଁ ତାଙ୍କ ପରିବାରର ଏହି ବିବାହକୁ ପସନ୍ଦ କରିଲେ ନାହିଁ । କାରଣ ସଞ୍ଜୟ ଦତ୍ତ ମାନ୍ୟତାଙ୍କ ଠାରୁ ୨୦ ବର୍ଷ ବଡ ଥିଲେ । ତାଙ୍କ ପ୍ରଥମ ସ୍ତ୍ରୀଙ୍କ ଝିଅ ତ୍ରିସଲା ଠାରୁ ମାନ୍ୟତା ମାତ୍ର ୧୦ ବର୍ଷ ବଡ ଅଟନ୍ତି । ଏହା ପରେ ୨୦୧୦ରେ ମାନ୍ୟତା ଦୁଇଟା ଜୁଡୁଆ ଛୁଆଙ୍କୁ ଜନ୍ମ ଦେଲେ । ଯାହାଙ୍କ ନାମ ହେଉଛି ସାରାନ ଓ ଇକରା । ଆପଣଙ୍କୁ କହିଦେଉଛୁ କି ବର୍ତ୍ତମାନ ମାନ୍ୟତା ସଞ୍ଜୟ ଦତ୍ତଙ୍କ ପ୍ରଡକସନ ହାଉସର ସିଇଓ ଅଟନ୍ତି । ସେ ହିଁ ସଞ୍ଜୟ ଦତ୍ତ ସବୁ କାମ ସମ୍ଭାଳନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।