ଘରେ ଖାଲିରେ ବସ ରହି ପାରିବେ ହେଲେ କାହାକୁ କାମ ପାଇଁ ଭିକ ମାଗନ୍ତି ନାହିଁ ବଲୀଉଡର ଏହି ୪ ଫିଲ୍ମଷ୍ଟାର

ବଲୀଉଡରେ ଏମିତି ବହୁତ ଅଭିନେତା ଅଛନ୍ତି ଯାହାଙ୍କୁ କାମ ମିଳିବା ପାଖାପାଖି ବନ୍ଦ ହୋଇ ଯାଇଛି । ଏବଂ ସେ କେବେ କେବେ ପରଦାରେ ନଜର ଆସିଥାନ୍ତି । କହିବାକୁ ଗଲେ ବର୍ତ୍ତମାନ ଏତେ ଯୁବ ଅଭିନେତା ଆସିଯାଇଛନ୍ତି କି ବର୍ତ୍ତମାନ ସେହି ଅଭିନେତାଙ୍କୁ ଦେଖିବା ପାଇଁ କାହାର ବି ଇଛା ନାହିଁ । ବଲୀଉଡରେ ପ୍ରାୟତଃ କାମ ମାଗିବା ଦ୍ଵାରା ହିଁ କାମ ମିଳିଥାଏ । ଯେଉଁଠି କିଛି ଅଭିନେତା କାମ ମାଗିବା ପାଇଁ ଲଜ୍ୟା କରନ୍ତି ନାହିଁ ।

ଅନ୍ୟ ପଟେ କିଛି ଏମିତି ଅଭିନେତା ଅଛନ୍ତି ଯେଉଁମାନଙ୍କୁ ଘରେ ଖାଲି ବସି ଟିଭି ଦେଖିବାକୁ ମଞ୍ଜୁର ଅଛି କିନ୍ତୁ ସେ କେବେ ବି କୌଣସି ନିର୍ମାତା – ନିର୍ଦେଶକଙ୍କ ପାଖକୁ ଯାଇ କାମ ମାଗି ନାହାନ୍ତି । ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ବଲୀଉଡର ୪ ଜଣ ଏମିତି ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ।

ସନୀ ଦେଓଲ

୯୦ ଦଶକରେ ସନୀ ଦେଓଲ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଥିଲେ । ସେ ସେହି ସମୟରେ ବହୁତ ହିଟ ଫିଲ୍ମ ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ସେ କେଉଁଠି ହଜି ଯାଇଛନ୍ତି । ସନୀ ଦେଓଲ ୨୦୧୧ରେ ନିଜର ଶେଷ ହିଟ ଫିଲ୍ମ ‘ୟମଲା ପଗଲା ଦୀବାନା’ ଦେଇଥିଲେ । ଏହା ପରେ ସେ ବହୁତ ଫିଲ୍ମ କରିଥିଲ କିନ୍ତୁ ତାଙ୍କୁ ପୂର୍ବ ଭଳି ସଫଳତା ହାସଲ ହେଲା ନାହିଁ ।

ବର୍ତ୍ତମାନ ସନୀଙ୍କ ପାଖରେ ଟଙ୍କାର କୌଣସି ଅସୁବିଧା ନାହିଁ ତଥାପି ସେ ସାଧାରଣ ମଣିଷ ରୂପରେ ନିଜର ଜୀବନ ବିତାଇବାକୁ ଭଲ ପାଆନ୍ତି । ସେ ଆଜି ପର୍ଯ୍ୟନ୍ତ କେବେ ବି ନିର୍ମାତାଙ୍କ ଆଗରେ କାମ ମାଗି ନାହାନ୍ତି ।

ସୁନୀଲ ଶେଟ୍ଟୀ

ଗୋଟିଏ ସମୟରେ ସୁନୀଲ ଶେଟ୍ଟୀଙ୍କର ନାମ ସୁପରଷ୍ଟାର ଲିସ୍ଟରେ ସାମିଲ ହେଉଥିଲା । ଲୋକମାନଙ୍କ ମଧ୍ୟରେ ସୁନୀଲ ଶେଟ୍ଟୀ ଏକଶନ ହିରୋ ରୂପରେ ଅଧିକ ପ୍ରସିଦ୍ଧ ଥିଲେ । ୨୦୦୧ରେ ଆସିଥିବା ଫିଲ୍ମ ‘ଧଡକନ’ ପାଇଁ ସୁନୀଲ ଶେଟ୍ଟୀଙ୍କୁ ବେସ୍ଟ ଭିଲିଆନ ଫିଲ୍ମଫେୟର ଅୱାର୍ଡ ବି ମିଳିସାରିଛି । କିନ୍ତୁ ସେ ବର୍ତ୍ତମାନ ବହୁତ କମ ଫିଲ୍ମରେ ନଜର ଆସୁଛନ୍ତି । କହିଦେଉଛୁ ଯେ ସୁନୀଲ ନିଜର ସ୍ତ୍ରୀଙ୍କ ସହିତ ମିଶି ସାଇଡ ବିଜନେସ କରୁଛନ୍ତି ।

ବବୀ ଦେଓଲ

୯୦ ଦଶକରେ ବବୀ ଦେଓଲ ବି ଜଣା ଶୁଣା ଅଭିନେତା ହେଉଥିଲେ । ସେହି ସମୟରେ ସେ ବହୁତ ହିଟ ଫିଲ୍ମ ଦେଇଥିଲେ କିନ୍ତୁ ବର୍ତ୍ତମାନ ତାଙ୍କ ପାଖରେ କୌଣସି ହିଟ ଫିଲ୍ମ ନାହିଁ । କିନ୍ତୁ ୨୦୧୧ରେ ଆସିଥିବା ଫିଲ୍ମ ‘ୟମଲା ପଗଲା ଦୀବାନା’ ସୁପରହିଟ ପ୍ରମାଣିତ ହୋଇଥିଲା । କିନ୍ତୁ ଏହା ପରେ ତାଙ୍କ ଖାତାରେ କୌଣସି ହିଟ ଫିଲ୍ମ ଆସି ନଥିଲା । ବର୍ତ୍ତମାନ ହିଁ ସେ ଫିଲ୍ମ ‘ରେସ ୩’ରେ ନଜର ଆସିଥିଲେ ।

କିନ୍ତୁ ଫିଲ୍ମ ଫ୍ଲପ ସାବିତ ହେଲା । ଏବଂ ତାଙ୍କର କାମକୁ ବି କିଛି ଖାସ ପ୍ରଶଂସା କରାଯାଇ ନାହିଁ ।

ତୁଷାର କପୂର

ତୁଷାର କପୂର ବି ବଲୀଉଡର କିଛି ଫିଲ୍ମରେ କାମ କରିଛନ୍ତି । କିନ୍ତୁ ନିଜର ଅଭିନୟର ଜାଦୁ ସେ ଦର୍ଶକ ମାନଙ୍କ ଉପରେ ଚଳାଇ ପାରି ନାହାନ୍ତି । ତୁଷାର କପୂର ଗୋଲମାଲ ଫିଲ୍ମରେ ନିଜର କମେଡି ଅଭିନୟ ପାଇଁ ଜଣା ଯାଇ ଥାନ୍ତି । କହି ଦେଉଛୁ ଯେ ସେ କେବେ ବି କାହା ପାଖକୁ କାମ ମାଗିବାକୁ ଯାଇ ନାହାନ୍ତି ।

ଯଦି ଆପଣଙ୍କୁ ଆମର ଏଇ ପୋଷ୍ଟଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।