ସ୍ଲିପ ଡିସ୍କର ଯନ୍ତ୍ରଣା ରେ ପୀଡିତ ଲୋକ ଆପଣାନ୍ତୁ ଏହି ଘରୋଇ ଉପାୟ, କିଛି ମିନିଟ ମଧ୍ୟରେ ଦୂର ହୋଇଯିବ ଯନ୍ତ୍ରଣା, ଦେଖନ୍ତୁ କେମିତି କରିବେ

ସ୍ଲିପ ଡିସ୍କ ସମସ୍ୟାରେ ଲୋକ ବହୁତ ଚିନ୍ତିତ ରୁହନ୍ତି ଓ ଏଥିରୁ ହେଉଥିବା ଅଣ୍ଟା ଦରଜ କାରଣରୁ ଲୋକଙ୍କୁ ଉଠିବା ବସିବାରେ ବହୁତ ସମସ୍ୟା ହୋଇଥାଏ । ପ୍ରକୃତରେ ଏହି ସମସ୍ୟା ସମୟରେ ପିଠିର ମଝି ହାଡ ପାଖରେ ଥିବା ମାଂସପେଶୀ ଶକ୍ତ ହୋଇ ଯାଇଥାଏ ଯାହା କାରଣରୁ ଅଣ୍ଟା ର ସେହି ଭାଗରେ ଦରଜ ହୋଇଥାଏ ଓ ସେହି ଭାଗରେ ଆଘାତ ଲାଗିଲେ ମଝି ହାଡରେ ଥିବା ଡିସ୍କ ରେ ଫାଟ ସୃଷ୍ଟି ହୋଇଥାଏ ।

ଏହି ସମସ୍ୟାରେ ବହୁତ ଲୋକ ପୀଡିତ ଅଛନ୍ତି ଓ ଏହାକୁ ଦୂର କରିବା ପାଇଁ ବହୁତ ପ୍ରକାରର ଔଷଧର ସେବନ ମଧ୍ୟ କରନ୍ତି କିନ୍ତୁ ଏହି ଦରଜ ଭଲ ହୋଇ ନଥାଏ । କିନ୍ତୁ ତଳେ ଦିଆ ଯାଇଥିବା ଘରୋଇ ଉପଚାର ଦ୍ଵାରା ଏହି ଦରଜକୁ ଦୂର କରା ଯାଇପାରିବ ।

ସ୍ଲିପ ଡିସ୍କ ସମସ୍ୟାକୁ ଦୂର କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ତେଲ ମାଲିସ

ସ୍ଲିପ ଡିସ୍କ ରେ ହେଉଥିବା ଦରଜକୁ ସୋରିଷ ତେଲ ମାଲିସ କରିବା ଦ୍ଵାରା ଦୂର କରା ଯାଇପାରେ । ଆପଣ କେବଳ ସୋରିଷ ତେଲରେ ରସୁଣକୁ ମିଶାନ୍ତୁ ଓ ଏହି ତେଲକୁ ଗରମ କରନ୍ତୁ । ଏହି ତେଲକୁ ଗରମ କରିବା ପରେ ଆପଣ ଏହାକୁ ହାଲ୍କା ହାଲ୍କା ଅଣ୍ଟାରେ ମାଲିସ କରନ୍ତୁ ।

ଗରମ ପାଣି

ଗରମ ପାଣି ସାହାର୍ଯ୍ୟରେ ବି ସ୍ଲିପ ଡିସ୍କ ରୁ ହେଉଥିବା କଷ୍ଟକୁ ଦୂର କରା ଯାଇପାରେ । ଆପଣ କେବଳ ଗାଧୋଇବା ପାଣିରେ ଗୋଟିଏ କପ ସନ୍ଧବ୍ୟ ଲୁଣ ପକାନ୍ତୁ ଓ ଏହାକୁ ପାଣିରେ ଭଲ ଭାବେ ଗୋଳେଇ ଦିଆନ୍ତୁ । ଏହି ପାଣିରେ ଗାଧୋଇବା ଦ୍ଵାରା ଆପଣଙ୍କୁ ଆରାମ ମିଳିବ ଓ ଏହି ଦରଜ ଦୂର ହୋଇଯିବ ।

ତଉଲିଆ ଦ୍ଵାରା ସେକନ୍ତୁ

ଆପଣ ଏକ ବାସନରେ ଗରମ ପାଣି କରନ୍ତୁ ଓ ଏହି ଗରମ ପାଣିରେ ତଉଲିଆ ବୁଡାଇ ଦିଅନ୍ତୁ । ଏହା ପରେ ଆପଣ ତଉଲିଆକୁ ଚିପୁଡି ଦିଅନ୍ତୁ ଓ ଦରଜ ଜାଗାରେ ରଖି ଦିଅନ୍ତୁ । ଯେମିତି ଏହି ତଉଲିଆ ଥାଣ୍ଡା ହୋଇଯିବ ଆପଣ ପୁଣି ଥରେ ଏହାକୁ ଗରମ ପାଣିରେ ଚିପୁଡି ନିଜ ଅଣ୍ଟାରେ ରଖନ୍ତୁ । ଆପଣ ଏମିତି ୧୦ ମିନିଟ ପର୍ଯ୍ୟନ୍ତ କରନ୍ତୁ । ତଉଲିଆ ରୁ ଗରମ ମିଳି ଆପଣଙ୍କ ଅଣ୍ଟା ଦରଜ କମି ଯାଇଥାଏ ।

ଗରମ ଲୁଣରେ ସେକନ୍ତୁ

ଆପଣ ଏକ ବଡ ବାସନରେ କଳା ଲୁଣ ପକାଇ ଦିଅନ୍ତୁ ଓ ପୁଣି ଏହି ଲୁଣକୁ ଗରମ କରନ୍ତୁ । ଯେବେ ଏହି ଲୁଣ ଭଲ ଭାବେ ଗରମ ହୋଇଯିବ ଆପଣ ଏହାକୁ ଏକ ପୁଟୁଳି କରି ବାନ୍ଧି ଦିଅନ୍ତୁ ଓ ଏହି ପୁଟୁଳି ରେ ଆପଣ ନିଜ ଅଣ୍ଟାକୁ ସେକନ୍ତୁ । ଏହା ଦ୍ଵାରା ଅଣ୍ଟାକୁ ଗରମ ମିଳିବ ଆପଣଙ୍କ ଦରଜ କମିଯିବ ।

କେଉଁ କଥାର ଧ୍ୟାନ ରଖିବେ

ଯଦି ଆପଣଙ୍କ ଅଣ୍ଟାରେ ଦରଜ ରହୁଛି ଆପଣ ଅଧିକରୁ ଅଧିକ ଆରମ କରନ୍ତୁ କାରଣ ଏହି ଦରଜ ଆରମ କରିବା ଦ୍ଵାରା ହିଁ ଯାଇଥାଏ ।

 

ସ୍ଲିପ ଡିସ୍କ ସମସ୍ୟାରେ ଚିନ୍ତିତ ଲୋକ କୌଣସି ପ୍ରକାରର ଭାରି ଜିନିଷ ଉଠାନ୍ତୁ ନାହିଁ କାରଣ ଭାରି ଜିନିଷ ଉଠାଇବା ଦ୍ଵାରା ଏହି କଷ୍ଟ ବଢିଥାଏ ।

 

ସ୍ଲିପ ଡିସ୍କର ଦରଜ ସହଜରେ ଯାଏ ନାହିଁ ଓ ଯଦି ଆପଣଙ୍କୁ ଉପରୋକ୍ତ ଉପାୟରେ ଆରାମ ମିଳୁ ନାହିଁ ଆପଣ କୌଣସି ଭଲ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ।

ଆଶାକରୁଛୁ ଏହି ସବୁ ଉପାୟ ସ୍ଲିପ ଡିସ୍କ ଯନ୍ତ୍ରଣା ରୁ ଆପଣଙ୍କୁ ଉପସମ ଦେବ । ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ । ଆଗକୁ ଏମିତି ଅନେକ ସ୍ୱାସ୍ଥ୍ୟ ଟିପ୍ସ ପାଇଁ ପେଜକୁ ଲାଇକ କରନ୍ତୁ ।