Bollywood ର ସବୁଠୁ ସୁନ୍ଦରୀ ଅଭିନେତ୍ରୀଙ୍କ ସହିତ ହେବାକୁ ଯାଉଥିଲା Sanjay Dutt ଙ୍କ ବିବାହ, କିନ୍ତୁ ମଝିରେ ଆସିଗଲେ ଏହି…

୧୯୮୧ରେ “ଏକ ଦୁଜେ କେ ଲିୟେ” ଫିଲ୍ମ ରିଲିଜ ହୋଇଥିଲା । ଏହି ଫିଲ୍ମରେ ବଲିଉଡରେ ଅଭିନେତ୍ରୀ ରତି ଅଗ୍ନିହୋତ୍ରୀ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ତାଙ୍କ ସହ କମଲ ହାସନ ଅଭିନୟ କରିଥିଲେ ଓ ଫିଲ୍ମଟିହିଟ ମଧ୍ୟ ହୋଇଥିଲା ।

ଏହି ଫିଲ୍ମର ସବୁ ଗୀତ ମଧ୍ୟ ହିଟ ହୋଇଥିଲା । ଏହି ଫିଲ୍ମ ପରେ ବଲିଉଡରେ ୮୦ଦଶକରେ ଅଭିନେତ୍ରୀ ରତି ବହୁତ ମସୁର ହୋଇ ଯାଇଥିଲେ । ରତି ଅଗ୍ନିହୋତ୍ରୀଙ୍କ ଜନ୍ମ ମୁମବିରେ ରହୁଥିବା ଏକ ପଞ୍ଜାବୀ ଘରେ ହୋଇଥିଲା । ଏହା ପରେ ତାଙ୍କ ପିତାଙ୍କର ଚେତ୍ରଇ ସହରରେ ଟ୍ରାନ୍ସଫର ହୋଇଥିଲା । ଏହି ସମୟରେ ସେ ତାଙ୍କ ସ୍କୁଲରେ ଅନେକ ସ୍ଟେଜ ସୋରେ ଭାଗ ନେଇଥିଲେ ।

ଠିକ ସେହି ସମୟରେ ସାଉଥର ନିର୍ଦ୍ଦେଶକ ଭର୍ତି ରାଜାଙ୍କର ନଜର ରତିଙ୍କ ଉପରେ ପଡିଥିଲା । ରତିଙ୍କର ସୁନ୍ଦରତା ଓ ଅଭିନୟକୁ ଦେଖି ନିର୍ଦ୍ଦେଶକ ତାଙ୍କ ଫିଲ୍ମରେ କାମ କରିବାର ସୁଯୋଗ ଦେଇଥିଲେ ।

ଯେତେବେଳେ ରାତି ନିଜ ଫିଲ୍ମ କ୍ଯାରିୟର ଆରମ୍ଭ କରିଲେ ସେତେବେଳେ ତାଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା । ତାଙ୍କର ପ୍ରଥମ ଫିଲ୍ମ “ବଠିୟା ପୁରଗୁଲ” ୧୯୭୯ରେ ରିଲିଜ ହୋଇଥିଲା । ଏହି ଫିଲ୍ମ କରିବାରେ ରତି ବହୁତ ଫ୍ୟାମ୍ସ ହୋଇଥିଲେ ଓ ଏହା ପରେ ୩୨ଟି ତେଲୁଗୁ ଫିଲମରେ କାମ କରିଥିଲେ । ଏହା ପରେ ସେ ହିନ୍ଦୀ ସିନେମାରେ ପାଦ ରଖିଥିଲେ ଓ ସେଥିରେ ସଫଳ ମଧ୍ୟ ହୋଇଥିଲେ ।

ଅଭିନେତ୍ରୀ ରତି “ଅଲାବା କୁଲି”, “ବାକ୍ସର”, “କରିସ୍ମା କୁଦରତ କା”, “ମେରା ଫେସଲା”, “ଜାନ ଜାନି ଜନାର୍ଦନ”, “ଏକ ସେ ଭଲେ ଦୋ”, “ତବାୟଫ”, “ଦିଲ ତୁଝକୋ ଦିୟା”, “ଦାଦାଗିରି”, “ୟାଦେ”, “ଚୁପକେ ସେ”, “କାଣ୍ଟେ”, “ସୋଚା ନା ଥା”, “ବିନ ବୁଲାଏ ବାରାତି” ଆଦି ଫିଲ୍ମରେ ସୁନ୍ଦର ଅଭିନୟ କରି ଲୋକପ୍ରିୟ ହୋଇଥିଲେ । ଆଜି ଏହି ଅଭିନେତ୍ରୀ ଜଣକ ଲାମଲାଇଟରୁ ଦୂରରେ ଅଛନ୍ତି । ସେ ତାଙ୍କ ଭଉଣୀ ଅନିତା ଅଗ୍ନିହୋତ୍ରୀଙ୍କ ସହ ରହୁଥିଲେ ମଧ୍ୟ ନିଜ ପର୍ଶନାଲ ଲାଇଫ ଓ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହିଛନ୍ତି ।

ରତି ଅଗ୍ନିହୋତ୍ରୀଙ୍କ ପ୍ରେମ ସମ୍ପର୍କ ସଞ୍ଜୟ ଦତ୍ତଙ୍କ ସହ ଥିଲା । ଦୁହେଁ “ମେରା ଫେସଲା”, “ଜାନି “ଆଇ ଲଭୟୁ”, “ମେ ଆୱାରା ହୁଁ” ଆଦି ଫିଲ୍ମରେ ଏକା ସାଙ୍ଗରେ କାମ କରି ରୋମାନ୍ସ କରିଥିଲେ । ସେହି ସମୟରେ ଦୁହିଙ୍କ ରିଲେଶ୍ନ ଖୁବ ଚର୍ଚ୍ଚାର ବିଷୟ ହୋଇଥିଲା । ସଞ୍ଜୟ ଏକ ଇଣ୍ଟରବିୟୁରେ ରତିଙ୍କ ପ୍ରତି ଥିବା ତାଙ୍କ ଭଲ ପାଇବା ପ୍ରକାଶ କରିଥିଲେ । ଏହା ପରେ ଅଭିନେତ୍ରୀ ରତି ମଧ୍ୟ ଏହାକୁ ସ୍ଵୀକାର କରିଥିଲେ ଓ ସଞ୍ଜୟ ତାଙ୍କ ଜୀବନର ପ୍ରଥମ ପ୍ରେମ ବୋଲି କହିଥିଲେ ।

ଦୁହିଙ୍କ ସମ୍ପର୍କ ଏତେ ଗଭୀର ଥିଲା ଯେ ଦୁହେଁ ପରସ୍ପର ସହ ବିବାହ କରିବାକୁ ଚାହୁଥିଲେ । କିନ୍ତୁ ସେହି ସମୟରେ ସଞ୍ଜୟ ଡ୍ରଗସର ସେବନ କରୁଥିଲେ । ଯାହା ଫଳରେ ରତି ଓ ସଞ୍ଜୟ ସବୁ ଦିନ ପାଇଁ ଅଲଗା ହୋଇଥିଲେ । ଏହା ପରେ ରାତି ୧୯୮୫ରେ ବ୍ୟାପାରୀ ଓ ଆର୍କୀଟେକ୍ଟ ଅନିଲ ବୀରମାନୀଙ୍କ ସହ ମ୍ୟାରେଜ କରିଥିଲେ ମଧ୍ୟ ୨୦୧୫ରେ ଦୁହେଁ ପରସ୍ପର ଠାରୁ ଅଲଗା ହୋଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ