ସ୍ଵାମୀଙ୍କ ଠାରୁ ଅଲଗା ହେବା ପରେ ଶ୍ଵେତା ତିବାରୀ ଖୋଲିଲେ ହୃଦୟର ବ୍ୟଥା- ଏକା ରୋଜଗାର କରୁଛି, ପୁଅ ଝିଅ ପରିବାର କଥା ବୁଝୁଛି, ଆଉ ତା ପରେ…

ଶ୍ଵେତା ତିବାରୀଙ୍କ ଜୀବନ ଠିକ ରହି ନାହିଁ । ଶ୍ଵେତା ପ୍ରଥମେ ରାଜା ଚୌଧୁରୀଙ୍କୁ ବିବାହ କରିଥିଲେ କିନ୍ତୁ ତାଙ୍କ ଠାରୁ ଅଲଗା ହେବା ପରେ ସେ ଅଭିନବ କୋହଲିଙ୍କ ସହିତ ଦ୍ଵିତୀୟ ବିବାହ କଲେ । କିନ୍ତୁ ବର୍ତ୍ତମାନ ସେ ଅଭିନବଙ୍କ ଠାରୁ ମଧ୍ୟ ଅଲଗା ହୋଇ ଯାଇଛନ୍ତି । ଶ୍ଵେତା ଅଭିନବଙ୍କ ବିରୁଦ୍ଧରେ ଘରୋଇ ହିଂସା ପାଇଁ ଅଭିଯୋଗ କରିଥିଲେ । ଶ୍ଵେତା ନିଜେ ରୋଜଗାର କରି ଝିଅ ପଲକ ଏବଂ ପୁଅର ଦାୟିତ୍ଵ ତୁଲାଉଛନ୍ତି ।

ଲକଡାଉନ ସମୟରେ ଶ୍ଵେତା ଏକ ସାକ୍ଷାତକାରରେ କହିଛନ୍ତି କି ସେ ଏକା କେଉଁ ଭଳି ତାଙ୍କ ପରିବାରକୁ ଚଳାଉଛନ୍ତି । ତାହେଲେ ଆସନ୍ତୁ ଜାଣିବା ଶ୍ଵେତା ନିଜ ବିଷୟରେ କଣ କହିଛନ୍ତି ।

ଶ୍ଵେତା ତିବାରୀ କହିଛନ୍ତି କି ସେ ଜଣେ ଦୃଢ ସିଙ୍ଗିଲ ମାଆ ଅଟନ୍ତି

ମାତୃଦିବସ ଦିନରେ ଏକ ଏଣ୍ଟରଟେନମେଣ୍ଟ ପୋର୍ଟାଲ ସହିତ କଥା ହୋଇ ଶ୍ଵେତା କହିଲେ କି ସେ କିଭଳି ଏକା ନିଜର ପିଲାମାନଙ୍କୁ ପାଳୁଛନ୍ତି ଏବଂ ଅଭିନବଙ୍କ ଠାରୁ ଅଲଗା ହେବାର କଥା ମଧ୍ୟ ପ୍ରଥମ ଥର ପାଇଁ କହିଛନ୍ତି ।

ମୋ ପାଖରେ ସମୟ ନାହିଁ କି ମୁଁ ଦୁଃଖରେ ବୁଡି ରହିବି

ପିଂକବିଲାଙ୍କ ସହ କଥା ହେବା ସମୟରେ ଶ୍ଵେତା କହିଲେ କି ସେ ତାଙ୍କ ଜୀବନରେ ବହୁତ କଠିନ ପରିସ୍ଥିତି ଦେଇ ଗତି କରିଛନ୍ତି ଏବଂ ସେ ଏହାର ଧ୍ୟାନ ନିଜେ ରଖିବେ । ସେ ଏହା ମଧ୍ୟ କହିଛନ୍ତି କି ତାଙ୍କ ପାଖରେ ସମୟ ନାହିଁ କି ସେ ସ୍ଵାମୀ ଠାରୁ ଅଲଗା ରହିଛନ୍ତି ବୋଲି ସବୁବେଳେ ଦୁଃଖ କରିବେ ଏବଂ କୌଣସି ଚିନ୍ତାରେ ପଡିଯିବେ ।

ଘରେ ମୁଁ ଏକା ରୋଜଗାର କରୁଛି

ଘରେ ମୁଁ ଏକା ହିଁ ରୋଜଗାର କରୁଛି । ମୋ ଉପରେ ଘରର ଦାୟିତ୍ଵ ଅଛି ଯାହାକୁ ମତେ ହିଁ ତୁଲାଇବା ପାଇଁ ପଡିବ । ମତେ ମୋ ଘର ଲୋକଙ୍କ ସହିତ ନିଜ ପୁଅ ଝିଅଙ୍କର ବି ଧ୍ୟାନ ରଖିବା ପାଇଁ ପଡିବ ।

ଶ୍ଵେତା ନିଜ ଘର ପାଇଁ ପୁରୁଷ ଏବଂ ମହିଳା ଅଟନ୍ତି

ଶ୍ଵେତା ସଫା କହିଛନ୍ତି କି ମୁଁ ମୋ ଘର ପାଇଁ ମହିଳା ଏବଂ ପୁରୁଷ ଉଭୟ ଅଟେ । ଝିଅ ପଲକ କହିଲେ କି ମୋ ମା ବହୁତ ଦୃଢ ମହିଳା ଅଟନ୍ତି ଏବଂ ତାଙ୍କ ଭଳି ମହିଳାମାନଙ୍କୁ କାହାର ସହଯୋଗ ଦରକାର ହୋଇ ନଥାଏ । ମୋର ଯାହା କରିବା କଥା ମୁଁ ଯାହା ବି ହେଲେ କରିବି ।

ଶ୍ଵେତା କହିଛନ୍ତି ସେ ବାସ୍ତବରେ ବହୁତ ଖୁସିରେ ଅଛନ୍ତି

ଶ୍ଵେତା କିଛି ଦିନ ପୂର୍ବରୁ ଇ ଟାଇମ୍ସରେ କହିଛନ୍ତି କି ତାଙ୍କୁ ଏ ସବୁରୁ ବାହାରକୁ ବାହାରିବାର ଥିଲା । ସେ କୌଣସି ଦୁଃଖ ଏବଂ ଚିନ୍ତା କରିବା ପାଇଁ ଚେଷ୍ଟା କରୁ ନାହାଁନ୍ତି ଏବଂ ସେ ବାସ୍ତବରେ ବହୁତ ଖୁସିରେ ଅଛନ୍ତି ବୋଲି ମଧ୍ୟ କହିଛନ୍ତି ।

 

ଶ୍ଵେତା କହିଛନ୍ତି ଦିତୀୟ ବିବାହ କେମିତି ଭୁଲ ହୋଇ ନଥାଏ

ଶ୍ଵେତା କହିଛନ୍ତି କି ତାଙ୍କୁ ଲୋକମାନେ ପଚାରୁଛନ୍ତି କି ଦ୍ଵିତୀୟ ବିବାହ କେମିତି ଭୁଲ ହୋଇପାରେ ଏବଂ ମୁଁ ତାଙ୍କୁ ପଚାରୁଛି କି ଏହା କଣ ପାଇଁ ଭୁଲ ହୋଇ ପାରିବ ନାହିଁ । ସେ କହିଛନ୍ତି ଆଜି ମୁଁ ଯାହା କରୁଛି କେବଳ ମୋ ପରିବାର ଏବଂ ନିଜ ପିଲାଙ୍କ ଭଲ ପାଇଁ ହିଁ କରୁଛି ।

ବହୁତ ମହିଳା ଅଛନ୍ତି ଯେଉଁମାନେ କି ନିଜର ବୈବାହିକ ଜୀବନର ସମସ୍ୟା ବିଷୟରେ କହି ପାରନ୍ତି ନାହିଁ କାରଣ ସେମାନଙ୍କୁ ଡର ଲାଗିଥାଏ । ଏଥିପାଇଁ ସେ କଷ୍ଟରେ ରହି ସବୁ କିଛି ସହିଥାନ୍ତି । ଏହି ପରି ସେମାନେ କଣ ନିଜ ପିଲାଙ୍କୁ ଭଲ ଜୀବନ ଦେଇ ପାରିବେ । ଏଥିପାଇଁ କଷ୍ଟ ନସହି ବାହାରକୁ ଆସି ଏହି ବିଷୟରେ କଥା ହୁଅନ୍ତୁ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।