ଶାହିଦ କପୁରଙ୍କ ଠାରୁ ୧୪ ବର୍ଷ ସାନ ମୀରା ରାଜପୁତ ଖୋଲିଲେ ବଡ ରାଜ୍, ବିବାହର ୪ ବର୍ଷ ପରେ କହିଲେ କେମିତି ଥିଲା ବିବାହର ଅନୁଭବ

ବଲୀଉଡର ଚକଲେଟ ହିରୋ ଶାହିଦ କପୁରଙ୍କର ହ୍ୟାଣ୍ଡସମ ଲୁକ ଓ ଦମଦାର ଅଭିନୟ ପାଇଁ ବହୁତ ଝିଅମାନେ ତାଙ୍କ ଉପରେ ଫିଦା ଅଟନ୍ତି । ଯେତେବେଳେ ସେ ବଲୀଉଡରେ ଏଣ୍ଟ୍ରି ନେଇଥିଲେ ତେବେ ଲକ୍ଷ ଲକ୍ଷ ସଂଖ୍ୟାରେ ଝିଅମାନେ ତାଙ୍କ ଉପରେ ଫିଦା ଥିଲେ । କିନ୍ତୁ ସେହି ସମସ୍ତ ଝିଅମାନଙ୍କର ହୃଦୟ ଭାଙ୍ଗିଗଲା ଯେତେବେଳେ ଶାହିଦ କପୁର ୨୦୧୫ରେ ମୀରା ରାଜପୁତଙ୍କୁ ବିବାହ କରିଥିଲେ । ଏହି ବିବାହର ଏକ ଆଶ୍ଚର୍ଯ୍ୟକର କଥା ଏହା ଥିଲା କି ଏହା ଏକ

ଆରେଞ୍ଜ ମ୍ୟାରେଜ ଥିଲା । ଏମାନଙ୍କର ବାହାଘରକୁ ଚାରି ବର୍ଷ ହୋଇ ଯାଇଛି ଓ ଏମାନଙ୍କର ଦୁଇଟି ସନ୍ତାନ ପୁଅ ଜେନ ଓ ଝିଅ ମିଶା ଅଟନ୍ତି ।

ଶାହିଦ ଓ ମୀରା ଦୁଇ ଜଣ ହିଁ ସୋସିଆଲ ମିଡିଆରେ ବହୁତ ଆକ୍ଟିବ ରହିଥାନ୍ତି । ଏମାନଙ୍କ ସମ୍ପର୍କର ଏକ ଖାସ କଥା ଏହା ଅଟେ କି ଏହି ଦୁଇ ଜଣଙ୍କର ବୟସରେ ୧୪ ବର୍ଷ ଅନ୍ତର ଅଛି । କିନ୍ତୁ ଏହା ସତ୍ତ୍ୱେ ବି ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ଓ ସମ୍ମାନର କୌଣସି ଅସୁବିଧା ନାହିଁ । ବର୍ତ୍ତମାନ ହିଁ ବିବାହର ଚାରି ବର୍ଷ ପରେ ମୀରା ରାଜପୁତ ନିଜର ଆରେଞ୍ଜ ମ୍ୟାରେଜକୁ ନେଇ କିଛି ବୟାନ ଦେଇଛନ୍ତି ।

Vogue ମାଗାଜିନରେ ଦେଇଥିବା ଏକ ଇଣ୍ଟରଭ୍ୟୁରେ ମୀରା କହିଲେ କି ସେ ନିଜର ଆରେଞ୍ଜ ମ୍ୟାରେଜକୁ କେବେ ବି ଏକ ଚ୍ୟାଲ୍ଞ୍ଜେ ରୂପରେ ନେଇ ନାହାନ୍ତି । ସେ କହିଲେ କି ଶାହିଦଙ୍କର ଜୀବନ ପ୍ରତି ଯେଉଁ ସରଳ ଭାବନା ଅଛି ତାହା ମୋତେ ଭଲ ଲାଗିଲା । ଏଥିରେ ମୋତେ ଆଡଜସ୍ଟ କରିବା ପାଇଁ ବହୁତ ସପୋର୍ଟ ମିଳିଲା । ସେ ମୋ ଠାରୁ ବଡ ଅଟନ୍ତି, ଅର୍ଥାତ ସେ ମୋ ଠାରୁ ଅଧିକ ଦୁନିଆ ଦେଖିଛନ୍ତି ।

ଯଦି ତାଙ୍କର ଅନୁଭବରୁ ମୋତେ କିଛି ଶିଖିବାକୁ ମିଳୁଛି ତେବେ ଏହା ମୋ ପାଇଁ ଲାଭଦାୟକ ହେବ । ମୀରା ଏହା ବି କହିଲେ କି ତାଙ୍କୁ ଦିଲ୍ଲୀରୁ ମୁମ୍ବାଇ ସିଫ୍ଟ ହେବାରେ ବି କୌଣସି ଅସୁବିଧା ହୋଇ ନ ଥିଲା । ତାଙ୍କୁ ସାଉଥ ମୁମ୍ବାଇ ବହୁତ ପସନ୍ଦ ଆସିଲା । ମୀରା କହିଲେ କି ସେ ମୁମ୍ବାଇ ଆସିବା ପରେ ନିଜକୁ ଅଧିକ ଷ୍ଟାଇଲିଶ କରିଲେ । ଫଟା ଜିନ୍ସ ବାଲା ଫ୍ୟାସନ ମୁଁ ମୁମ୍ବାଇ ଆସି ଆପଣାଇଲି । ବାହାଘର ପୂର୍ବରୁ ମୁଁ କେବେ ବି ଫଟା ଜିନ୍ସ ପିନ୍ଧି ନ ଥିଲି ।

ଅନ୍ୟ ଏକ ଇଣ୍ଟରଭ୍ୟୁରେ ଶାହିଦ କହିଥିଲେ କି ଏହି ଦୁଇ ଜଣଙ୍କର ଆରେଞ୍ଜ ମ୍ୟାରେଜ କେମିତି ହୋଇଥିଲା । କହିବାକୁ ଗଲେ ଶାହିଦ ଓ ମୀରା ଦୁଇ ଜଣଙ୍କର ପରିବାର ରାଧା ସ୍ଵାମୀ ସତ୍ସଙ୍ଗ ବ୍ୟାସ ନାମକ ଧାର୍ମିକ ସଂଗଠନ ସହିତ ସମ୍ବନ୍ଧ ରଖନ୍ତି । ଏହି ଦୁଇ ଜଣଙ୍କର ପରିବାର ଶୁଦ୍ଧ ଶାକାହାରୀ ଅଟନ୍ତି ଓ ସେମାନେ କୌଣସି ପ୍ରକାରର ନିଶା ବି କରନ୍ତି ନାହିଁ । ଏମିତିରେ ଦୁଇ ପରିବାର ଶାହିଦ ଓ ମୀରାଙ୍କ ବିଷୟରେ କଥାବାର୍ତ୍ତା କରିଲେ ।

ଶାହିଦ କହିଲେ କି ମୀରା ଶାହିଦଙ୍କୁ ପ୍ରଥମ ଥର ଏକ ସାଧାରଣ ମଣିଷ ରୂପରେ ସାକ୍ଷାତ କରିଥିଲେ । ଯେତେବେଳେ ଆମକୁ ଏକୁଟିଆ କଥାବାର୍ତ୍ତ କରିବାକୁ ପଠାଗଲା ତେବେ ମୁଁ ଓ ମୀରା ଏକ ବଡ ସୋଫାରେ ବହୁତ ଦୂରେଇ ହୋଇ ବସିଥିଲୁ । ସେହି ସମୟରେ ସେହି ୧୫ ମିନିଟ ବ୍ୟତିତ କରିବା ବହୁତ କଷ୍ଟ ଥିଲା । ସେ ସମୟରେ ମୁଁ ଚିନ୍ତା କରି ନ ଥିଲି କି ମୁଁ ତାଙ୍କ ସହିତ ପୁରା ଜୀବନ ବିତାଇବି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।