OTV କ୍ୟାମେରାମ୍ୟାନ Prabhat କହିଲେ ସେଦିନର ଛାତିଥରା କାହାଣୀ, ଶୁଣିଲେ ଆପଣ ବି କାନ୍ଦି ପକେଇବେ, ଦେଖନ୍ତୁ Video

ଗତ ମାସ ସେପ୍ଟେମ୍ବର ୨୪ ତାରିଖ ଶୁକ୍ରବାର ଆମ ରାଜ୍ୟ ପାଇଁ ଏକ ଅ-ଶୁ-ଭ ଦିନ ଥିଲା । ମହାନଦୀ ମୁଣ୍ଡଳୀ ଠାରେ ଅ-ପ-ରେ-ସ-ନ ଗଜରାଜ ସମୟରେ ଯାହା ଅ-ଘ-ଟ-ଣ ଘ-ଟି-ଗ-ଲା ତାହା ଆମ ସମସ୍ତଙ୍କୁ ଜଣା । ସେହି ଦୁ-ର୍ଘ-ଟ-ଣା-ରେ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କୁ ଆମେ ହ-ରେ-ଇ-ଥି-ଲୁ । କିନ୍ତୁ କ୍ୟାମେରାମ୍ୟାନ ପ୍ରଭାତଙ୍କୁ ସମୟ ପୂର୍ବରୁ ଉ-ଦ୍ଧା-ର କରାଯାଇ ଥିଲା । ହସ୍ପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ହୋଇ ଫେରିବା ପରେ ପ୍ରଭାତ ବଖାଣିଛନ୍ତି ସେଦିନର ଛା-ତି-ଥ-ରା କାହାଣୀ ।

ମୁଣ୍ଡଳୀ ଠାରେ ଉଛୁଳା ନଦୀ ମଧ୍ୟରେ ଫ-ସି ରହିଥିଲା ହାତୀଟିଏ । ତାକୁ ଉ-ଦ୍ଧା-ର କରିବା ପାଇଁ ଓଡ୍ରାଫ ଟିମ ସେଠାରେ ପହଞ୍ଚିଥିଲେ । ସେଦିନ ଅରିନ୍ଦମ ଦାସ ସେମାନଙ୍କୁ ଅନୁରୋଧ କରିଥିଲେ ତାଙ୍କୁ ଆର ପାରିରେ ଛାଡିଦେବା ପାଇଁ ଯାହା ଫଳରେ କିଛି ଭଲ ଭି-ଜୁ-ଆ-ଲ ସେମାନେ ନେଇପାରିବେ । ଅରିନ୍ଦମଙ୍କ ସହ କ୍ୟାମେରାମ୍ୟାନ ପ୍ରଭାତ ଯାଇଥିଲେ । ଦୀର୍ଘ ୧୧ ବର୍ଷ ଧରି ସେମାନେ ଏକାଠି କାମ କରି ଆସୁଛନ୍ତି ।

ପ୍ରଭାତଙ୍କୁ ନିଜ ସାଥିରେ ନେବା ପାଇଁ ଅରିନ୍ଦମ ଝ-ଗ-ଡା ମଧ୍ୟ କରିପକାନ୍ତି । ଦୁହିଁଙ୍କ ମଧ୍ୟରେ ଖୁବ ଭଲ ବନ୍ଧୁତ୍ଵ ଥିଲା । ତେବେ କେତେ ଥର ଅନୁରୋଧ କରିବା ପରେ ଓଡ୍ରାଫ ମେମ୍ବର ଅରିନ୍ଦମ ଓ ପ୍ରଭାତଙ୍କୁ ସାଥିରେ ନେବା ପାଇଁ ରାଜି ହୋଇଥିଲେ । ୫ ଜଣ ଓଡ୍ରାଫ ସଦସ୍ୟଙ୍କ ସହ ଏମାନେ ରବର ବୋଟରେ ନଦୀକୁ ଯାଇଥିଲେ । ଯେଉଁଭଳି ନିର୍ଦ୍ଦେଶ ଆସିଥିଲା ସେହି ଅନୁସାରେ ଦୁଇ ଜଣ ଓଡ୍ରାଫ ସଦସ୍ୟ ପାଟିରେ ଶବ୍ଦ କରି ହାତୀକୁ କୂଳକୁ ଘଉଡାଇବାକୁ ଚେଷ୍ଟା କରୁଥିଲେ ।

ସେହି ସମୟରେ ମହାନଦୀରେ ଜଳସ୍ରୋତ ଖୁବ ତେଜ ଥିଲା । କିନ୍ତୁ ଏପରି ଏକ ଅଘଟଣ ଘଟିଯିବ ବୋଲି ପ୍ରଭାତ ନିଜେ ମଧ୍ୟ କଳ୍ପନା କରି ନଥିଲେ । ଯଦି ବି କିଛି ହୁଏ ତେବେ ଓଡ୍ରାଫ ଟିମ ସାଥିରେ ଥିବାରୁ ସେମାନେ ତାଙ୍କୁ ଉଦ୍ଧାର କରିବେ ବୋଲି ତାଙ୍କର ବିଶ୍ବାସ ଥିଲା । ତେବେ ହାତୀକୁ ଘଉଡାଇବା ବେଳେ କେତେବେଳେ ସେମାନେ ଖାଇ ଜାଗାର ପାଖାପାଖି ହୋଇ ଯାଇଥିଲେ ଜଣା ପଡି ନଥିଲା ।

ସେହି ସମୟରେ ବୋଟକୁ ନିୟନ୍ତ୍ରଣ କରିବା ମଧ୍ୟ ମୁସ୍କିଲ ହୋଇ ଯାଇଥିଲା । ବୋଟ ଖାଇରେ ପଡିବା ପରେ ପ୍ରଥମେ ପ୍ରଭାତ ହିଁ ବୋଟରୁ ଖସି ପଡିଥିଲେ ଓ ଅରିନ୍ଦମ ତାଙ୍କ ହାତ ଧରି ତାଙ୍କୁ ପାଖକୁ ଟା-ଣି-ଥିଲେ । କିନ୍ତୁ ହାତୀଟି ତାଙ୍କ ପାଖକୁ ଆସିବା ପରେ ଜଳ ସୁଅ ଅଧିକ ଜୋରରେ ମା-ଡ ହୋଇଥିଲା । ଯାହା ଫଳରେ ପ୍ରଭାତ ବୋଟ ତଳେ ରହି ଯାଇଥିଲେ । ପାଣି ଭିତରେ ତାଙ୍କ ଚି-ତ୍କା-ର କାହାକୁ ଶୁଣାଯାଉ ନଥିଲା ।

ଅରିନ୍ଦମ ମଧ୍ୟ କୁଆଡେ ଗଲେ ସେ ଜାଣି ନଥିଲେ । ତାଙ୍କୁ ସେତେବେଳେ ଖାଲି ନିଜ ଛୋଟ ପୁଅ କଥା ମନେ ପଡୁଥିଲା । ତେବେ ଯାହା ବି ହେଉ ସେ ବଞ୍ଚିବାକୁ ଆଉ ଟିକେ ଚେଷ୍ଟା କରିଥିଲେ । ଉପରକୁ ହାତ ଟେକିବା ପରେ ତାଙ୍କ ହାତରେ ଦଉଡି ବାଜିଥିଲା ଓ ସେହି ଦଉଡିକୁ ସେ କଷିକରି ଧରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ କେମିତି ଉପରକୁ ଆସିଥିଲେ ତାଙ୍କର ସେସବୁ କିଛି ମନେ ନଥିବା ସେ କହିଛନ୍ତି ।