କରିନା ଓ ସୈଫ ସେଲୀବ୍ରେଟ କଲେ ସପ୍ତମ ୱେଡିଂ ଏନୀଭର୍ସରୀ, ତୈମୂରକୁ କୋଳରେ ଧରି କାଟିଲେ କେକ

ସୈଫ ଅଲୀ ଖାନ ଓ କରୀନା କପୁର ଖାନ ନିଜର ସପ୍ତମ ବିବାହ ବାର୍ଷିକକୁ ନିଜର ଏକ ଅଲଗା ଅନ୍ଦାଜରେ ପାଳନ କରିଲେ । ଏହି ସମୟରେ କରିନା ଓ ସୈଫ ପୁଅ ତୈମୂରକୁ ନେଇ କେକ କାଟିଲେ । ସେହି ସମୟର ପାର୍ଟିର କିଛି ଫଟୋ ବି ସୋସିଆଲ ମିଡିଆରେ ଭାଇରାଲ ହେଉଛି । କରିନା କପୁର ଇଂଷ୍ଟାଗ୍ରାମରେ ସେଇ ମୁହୂର୍ତ୍ତର କିଛି ଫଟୋ ଶେୟାର କରିଛନ୍ତି । କରିନା କ୍ୟାପ୍ସନରେ ଲେଖିଲେ – ବିବାହ ବାର୍ଷିକ, ପ୍ରେମରେ ଭରା ।‘

ସୈଫୀନା ଏଥର ବିବାହ ବାର୍ଷିକ ବହୁତ ସାଧାରଣ ରୂପରେ ପାଳନ କରିଲେ । ଏହି ସମୟରେ ତୈମୂର ଛଡା କରିନାଙ୍କର ଭଉଣୀ କରିଶ୍ମା କପୁର ବି ସେଠି ଉପସ୍ଥିତ ଥିଲେ । କରିନା ବ୍ରାଉନ କଲର ର ଟପ ଓ ଜିନ୍ସ ପିନ୍ଧିଥିଲେ, ଅନ୍ୟ ପଟେ ସୈଫ ବ୍ଲାକ ଶର୍ଟ ଓ ହ୍ଵାଇଟ ପ୍ୟାଣ୍ଟରେ ନଜର ଆସୁଥିଲେ । କରିନା ଓ ସୈଫ ୧୬ ଅକ୍ଟୋବର ୨୦୧୨ରେ ବିବାହ କରିଥିଲେ । ଦୁଇ ଜଣ ବୟସରେ ୧୧ ବର୍ଷ ସାନ ବଡ ଅଟନ୍ତି ।

ଫିଲ୍ମ ‘ଟଶନ’ ସମୟରେ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଥିଲା । ବିବାହ ପୁର୍ବରୁ ସୈଫ କରୀନା ପରସ୍ପରକୁ ପାଖାପାଖି ୫ ବର୍ଷ ପର୍ଯ୍ୟନ୍ତ ଡେଟ କରିଥିଲେ । ବଲୀଉଡରେ ଏହି ଦମ୍ପତି ‘ସୈଫୀନା’ ନାମରେ ପ୍ରସିଦ୍ଧ ଅଟନ୍ତି । ଦୁଇ ଜଣ ଏକା ସହିତ ‘ଟଶନ’, ‘କୁର୍ବାନ’, ‘ଏଜେଂଟ ବିନୋଦ’, ‘ଏଲଓସୀ କାରଗିଲ’ ଓ ‘ଓମକାରା’ ଭଳି ଫିଲ୍ମରେ କାମ କରିସାରିଛନ୍ତି ।

କହିବାକୁ ଗଲେ ବର୍ତ୍ତମାନ ସୈଫ ‘ଲାଲ କପ୍ତାନ’ ଓ ‘ଜବାନୀ ଜାନେମନ’ ଛଡା ‘ଭୂତ ପୁଲିସ’ ଓ ‘ତାନାଜୀ: ଦ ଅନସଂଗ ୱାରିୟର’ ଭଳି ଫିଲ୍ମରେ କାମ କରୁଛନ୍ତି । ଅନ୍ୟ ପଟେ କରିନା କପୁର ‘ଗୁଡ ନ୍ୟୁଜ’, ‘ଅଂଗ୍ରେଜି ମୀଡିୟମ’ ଓ ‘ଲାଲ ସିଂହ ଚଡ୍ଢା’ରେ ନଜର ଆସିବେ । ଉଭୟ ସ୍ଵାମୀ ସ୍ତ୍ରୀ ନଜିର ଫିଲ୍ମକୁ ନେଇ ବହୁତ ବ୍ୟସ୍ତରେ ଅଛନ୍ତି ।